ପରିତ୍ୟକ୍ତ ପୋଖରୀ ସାଜିଛି ମଶାଙ୍କ ଅନ୍ତୁଡ଼ିଶାଳ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ରାଜରାଜୁଡା ଅମଳରୁ କୁମ୍ଭାରପଡ଼ା ଗ୍ରାମରେ ଥିବା ଜଗନ୍ନାଥ ପୋଖରୀଟି ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁଷ୍କରିଣୀଟି ମଶା, ମାଛି, ଡାଉଁଶଙ୍କ ଅନ୍ତୁଡ଼ିଶାଳ ପାଲଟିଛି। ମଶାବଂଶ ବୃଦ୍ଧି ଘଟିଲେ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଏକଦା ଉକ୍ତ ପୁଷ୍କରିଣୀର ଜଳକୁ ଗ୍ରାମବାସୀ ବିଭିନ୍ନ କାମରେ ବ୍ୟବହାର କରୁଥିଲେ। ମାତ୍ର ଏବେ ସେହି ପୋଖରୀଟି ଅଞ୍ଚଳବାସୀଙ୍କ ପାଇଁ ଅଲୋଡା ହୋଇ ପଡିଛି। ପୁଷ୍କରିଣୀର ଜଳ ପ୍ରଦୂଷିତ ଅବସ୍ଥାରେ ରହିଛି। ଅନାବନା ଦଳରେ ପୁଷ୍କରିଣୀଟି ପୋତି ହୋଇପଡିଛି। ପୋଖରୀର ଚାରିପାଖରେ ସ୍ଥାନୀୟ ବାସିନ୍ଦା ସ୍ଥାୟୀ ଭାବେ ବାସଗୃହ ନିର୍ମାଣ କରି ରହୁଛନ୍ତି। ସେମାନେ ପୁଷ୍କରିଣୀକୁ ପ୍ଲାଷ୍ଟିକ ବୋତଲ ଠାରୁ ଆରମ୍ଭ କରି ବର୍ଜ୍ୟବସ୍ତୁ ପକାଇ ଦେଉଛନ୍ତି। ଏଥିପାଇଁ ପୁଷ୍କରିଣୀର ଜଳ ଦୂଷିତ ଅବସ୍ଥାରେ ଦୀର୍ଘ ଦିନ ହେବ ରହିବା ପରେ ଏବେ ସେଥିରୁ ଦୁର୍ଗନ୍ଧ ବାହାରୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସୂଚନା ଅନୁଯାୟୀ, ଖଣ୍ଡପଡ଼ା ରାଜ ପରିବାରଙ୍କ ଅଧୀନରେ ଥିବା ସେହି ପୁଷ୍କରିଣୀଟି ମାଛଚାଷ ପାଇଁ ନିଲାମ ସୁତ୍ରରେ ଦିଆଯାଇଛି। ହେଲେ ସେହି ପୋଖରୀ ଏତେ ପ୍ରଦୂଷିତ ହୋଇଛି ଯେ, ତାହା ରୋଗ ବାହାକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷେ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ପ୍ରତି ପଞ୍ଚାୟତରେ ଏହି ଯୋଜନାରେ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି। ହେଲେ ଉକ୍ତ ପୁଷ୍କରିଣୀ ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ, ବ୍ଳକ ପ୍ରଶାସନ ନତୁବା ଜିଲା ପ୍ରଶାସନ କେହି ଦୃଷ୍ଟି ନ ଦେବା ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ସରପଞ୍ଚ ଚିନ୍ମୟ କୁମାର ପଣ୍ଡାଙ୍କ କହିବା ଅନୁଯାୟୀ, ଉକ୍ତ ପୋଖରୀଟି ରାଜପରିବାର ଅଧୀନରେ ରହିଥିବାରୁ ଏମ୍‌ଜିଏନ୍‌ଆରଇଜିଏସ ଯୋଜନାରେ ପୁନରୁଦ୍ଧାର କରିବା ସମ୍ଭବ ହେଉନାହିଁ। ଅପରପକ୍ଷେ ଏ ସମ୍ପର୍କରେ ଖଣ୍ଡପଡ଼ା ରାଜା ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କୁହନ୍ତି, ପୋଖରୀ ନିଲାମ ନେଇଥିବା ବ୍ୟକ୍ତିଙ୍କ ଦାୟିତ୍ୱ ରହିଛି ପୋଖରୀ ସଫା କରି ମାଛ ଚାଷ କରିବେ। ଯଦି ପଞ୍ଚାୟତ କିମ୍ବା ବ୍ଳକ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ଉକ୍ତ ପୋଖରୀ ପୁନରୁଦ୍ଧାର କରିବାକୁ ଚାହଁୁଛନ୍ତି ତେବେ ପଞ୍ଚାୟତ ପକ୍ଷରୁ ଆମର ଅନୁମତି ନେଇ ଏ ସମ୍ପର୍କରେ ଏକ ଚୁକ୍ତିନାମା କରି କାର୍ଯ୍ୟ କରିବାରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ। ସରପଞ୍ଚ ପଣ୍ଡା ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri