ଅବହେଳିତ ପୁରାତନ ମଠ, ମନ୍ଦିର

ବୈଶିଙ୍ଗା,୨୧ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ତହସିଲ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ଆଗ୍ରିଆ ପଞ୍ଚାୟତର ଛୁରୁଣୀ ଗ୍ରାମରେ ଥିବା ପୁରାତନ ଅମରା ମଠ ଏବଂ ଶ୍ରୀନୃସିଂହନାଥ ଜୀଉଙ୍କ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଦେବୋତ୍ତର ବିଭାଗର ଅବହେଳାରୁ ଏହି ମଠ ଓ ମନ୍ଦିର ମାଟିରେ ମିଶିବାକୁ ବସିଛି।
ଗଡ଼ଜାତ ରାଜ୍ୟର ଭଞ୍ଜବଂଶୀୟ ରାଜାମାନଙ୍କ ଶାସନ କାଳରେ ପ୍ରାୟ ୩୦୦ ବର୍ଷ ତଳେ ସ୍ଥାପିତ ଏହି ମନ୍ଦିର ସହିତ ଅଞ୍ଚଳବାସୀଙ୍କ ପ୍ରଗାଢ଼ ଭକ୍ତି , ବିଶ୍ୱାସ ଓ ଆସ୍ଥା ଜଡ଼ିତ ଥିଲା। ୧୯୪୯ରେ ଗଡ଼ଜାତ ରାଜ୍ୟର ଓଡ଼ିଶା ସହିତ ମିଶ୍ରଣ ପରେ ମନ୍ଦିର ଓ ମଠର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ଅଧୀନକୁ ଆସିଲା। ୪୫ ଏକରରୁ ଊଦ୍ଧର୍‌ବ ଜମି ଚିହ୍ନଟ କରାଯାଇ ବିଭିନ୍ନ ଚାଷୀମାନଙ୍କୁ ଭାଗ ସୂତ୍ରରେ ଆବଣ୍ଟନ କରାଗଲା। ଚୁକ୍ତି ଅନୁସାରେ ଚାଷୀମାନେ ସେମାନଙ୍କ ଜମିର ରାଜସ୍ବ ବର୍ଷର ପ୍ରାରମ୍ଭରେ ନିଯୁକ୍ତ ଟ୍ରଷ୍ଟ ନିକଟରେ ପଇଠ କରୁଥିଲେ। ତେବେ ୧୯୯୯ରେ ଶେଷ ମୁଖ୍ୟ ଟ୍ରଷ୍ଟି ଶ୍ୟାମସୁନ୍ଦର ଖଟୁଆଙ୍କ ମୃତ୍ୟୁର କିଛି ବର୍ଷ ମଧ୍ୟରେ ଅନ୍ୟ ୪ଜଣ ଟ୍ରଷ୍ଟିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଦେବୋତ୍ତର ବିଭାଗର ଅବହେଳା ଯୋଗୁ ଅଦ୍ୟାବଧି ନୂତନ ଟ୍ରଷ୍ଟି ମୁତୟନ ହୋଇ ପାରିନାହାନ୍ତି। ତେବେ ଶେଷ ଟ୍ରଷ୍ଟିଙ୍କ ମୃତ୍ୟୁର କିଛି ବର୍ଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ରମାକାନ୍ତ ଗୋଚ୍ଛାୟତ ବେସରକାରୀ ଭାବେ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ମଠ ଓ ମନ୍ଦିର ପରିଚାଳନା ଭାର ଗ୍ରହଣ କରିଥିଲେ। ଅନ୍ୟ ପକ୍ଷରେ ଟ୍ରଷ୍ଟ ବୋର୍ଡ ଗଠନ ହୋଇ ପାରି ନ ଥିବା ଦୁର୍ବଳତାର ସୁଯୋଗ ପାଇ ଭାଗଚାଷୀମାନେ ୧୯୯୯ ପରଠାରୁ ମନ୍ଦିର ଜମି ଜବରଦଖଲରେ ରଖିଥିଲେ ହେଁ ସେ ବାବଦରେ କୌଣସି ରାଜସ୍ବ ଅର୍ଥ ପଇଠ କରୁନାହାନ୍ତି। ଫଳରେ ନୃସିଂହନାଥ ଜୀଉଙ୍କ ଦୈନନ୍ଦିନ ନିତିକାନ୍ତି, ପୂଜା, ଅନ୍ନପ୍ରସାଦ ଲାଗି, ମନ୍ଦିରର ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ମରାମତି ଅଭାବରୁ ନାଟମନ୍ଦିର ଉପରୁ ପାଣି ଗଳୁଛି। କାନ୍ଥ ଫାଟି ଅଁା କଲାଣି।
ଦେବୋତ୍ତର ବିଭାଗର ଦାୟିତ୍ୱହୀନତା ଓ ନିଷ୍କ୍ରିୟତା ଯୋଗୁ ଏଭଳି ଏକ ପୁରାତନ କୀର୍ତ୍ତିରାଜି ଧ୍ବଂସାଭିମୁଖୀ ଅବସ୍ଥାରେ ପହଞ୍ଚତ୍ ଯାଇଛି। ଗ୍ରାମବାସୀଙ୍କ ପକ୍ଷରୁ ସମସ୍ୟା ସମ୍ପର୍କରେ ଆର୍‌ଡିିସି କଟକ ଓ ଦେବୋତ୍ତର ବିଭାଗର ସହକାରୀ କମିଶନରଙ୍କ ନିକଟକୁ ବାରମ୍ବାର ରେଜିଷ୍ଟ୍ରି ଡାକ ଯୋଗେ ଦରଖାସ୍ତ ପଠା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଣୁ ଜିଲାପାଳ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା

ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ସନ୍ତୋଷଙ୍କ ଟିକେଟକୁ ନେଇ ଜଟଣୀ ରାଜନୀତି ସରଗରମ

ଖୋର୍ଦ୍ଧା/ଜଟଣୀ,୧୬ା୪(ପ୍ରଭାତ ପାଣିଗ୍ରାହୀ/ରବୀନ୍ଦ୍ର ନାଥ ମହାକୁଡ଼):ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଜଟଣୀ ବିଧାନସଭା ଆସନ ପାଇଁ ବିଜେଡି ବିଭୂତି ବଳବନ୍ତରାୟ ଓ...

ଜିତିବା ପାଇଁ ଭାଜପା ନେତାଙ୍କ ଶରଣ ପଶିଲେ ବିଜେଡି ବିଧାୟକ

ନୟାଗଡ଼/ରଣପୁର,୧୬।୪(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ):ନିର୍ବାଚନ ସମୟରେ ସାଧାରଣତଃ ଦେଖାଯାଇଥାଏ ପ୍ରାର୍ଥୀମାନେ ବିରୋଧୀ ଦଳର କର୍ମୀ ଓ ନେତାଙ୍କ ସମର୍ଥନ ପାଇବା ପାଇଁ ନିବେଦନ କରିଥାନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri