ପୁରୀ ଅଫିସ,୨୧ା୧୦: ଆସନ୍ତା ନଭେମ୍ବର ପହିଲାରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହେଉଛି। ଏହି ପବିତ୍ର ମାସରେ ପୁରୀରେ ହଜାର ହଜାର ସଂଖ୍ୟାରେ ହବିଷିଆଳି ରହି କାର୍ତ୍ତିକ ବ୍ରତ ପାଳିଥାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଗତ କିଛିବର୍ଷ ହେବ ପ୍ରାୟ ୩ ହଜାର ହବିଷିଆଳିଙ୍କୁ ମାଗଣାରେ ରହିବା, ଖାଇବା ଏବଂ ବ୍ରତ କରିବା ଲାଗି ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। କାର୍ତ୍ତିକ ମାସରେ ପ୍ରାୟ ସବୁ ହବିଷିଆଳି ମହାପ୍ରସାଦ ସେବନ କରିଥାନ୍ତି। କିନ୍ତୁ ଚଳିତବର୍ଷ ଚିତ୍ର ଭିନ୍ନ ରହିଛି। ମହାମାରୀ କରୋନା ପାଇଁ ସରକାର ଏଥର ହବିଷିଆଳି ଯୋଜନାରେ କାହାକୁ ରଖୁନାହାନ୍ତି। କିନ୍ତୁ ବହୁ ସଂଖ୍ୟକ ହବିଷିଆଳି ବ୍ୟକ୍ତିଗତ ଭାବେ ଆସି ଶ୍ରୀକ୍ଷେତ୍ରରେ ରହି ହବିଷ କରିବେ। ମାତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡ଼ାଯିବା ସମ୍ଭାବନା ପ୍ରାୟତଃ ନାହିଁ। ତେଣୁ ଶ୍ରଦ୍ଧାଳୁ ଏବଂ ହବିଷିଆଳିମାନେ କିପରି ଶୃଙ୍ଖଳିତ ଭାବେ ମହାପ୍ରସାଦ ପାଇପାରିବେ ସେଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ଆଲୋଚନା ହୋଇଛି। କାର୍ତ୍ତିକ ମାସରେ ମହାପ୍ରସାଦ ଯୋଗାଇଦେବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମଙ୍ଗଳବାର ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସମ୍ପାଦକ ପ୍ରତିହାରୀ କହିଛନ୍ତି, ସାଧାରଣତଃ କାର୍ତ୍ତିକ ମାସରେ ପୁରୀ ସହରର ପ୍ରାୟ ପ୍ରତି ଘରେ ମହାପ୍ରସାଦ ସେବନ କରାଯାଇଥାଏ। ବାହାରୁ ଆସୁଥିବା ହବିଷିଆଳି ଓ ଭକ୍ତ ଅବଢ଼ା ପାଇବା ସହିତ ଘରକୁ ନେଇଥାନ୍ତି। ଯେହେତୁ ଏ ବର୍ଷ କରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଛଡ଼ାଯିବ ନାହିଁ ତେଣୁ ମହାପ୍ରସାଦ କିପରି ପାଇପାରିବେ ସେଥିଲାଗି ବ୍ୟବସ୍ଥା କରିବା ଲାଗି ନିଯୋଗ ପକ୍ଷରୁ ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରଥଯାତ୍ରା ବେଳେ ଯେପରି ଗୁଣ୍ଡିଚା ମନ୍ଦିର ନିକଟରେ ଶେଡ୍ କରାଯାଇଥିଲା ସେହିଭଳି ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏଥିରେ ସହମତି ପ୍ରକାଶ କରିଛନ୍ତି। ୪/୫ ଦିନ ମଧ୍ୟରେ ଟେଣ୍ଟ କରାଯିବ। ଭକ୍ତମାନେ କୋଭିଡ୍ ଗାଇଡ୍ଲାଇନ ମାନି କାଉଣ୍ଟରରୁ ଟିକେଟ୍ କରି ମହାପ୍ରସାଦ ପାଇପାରିବେ ବୋଲି ପ୍ରତିହାରୀ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କୁ ପଚାରିବାରେ କହିଛନ୍ତି, ମୁଖ୍ୟ ପ୍ରଶାସକଙ୍କ ସହିତ ସୁଆର ମହାସୁଆର ନିଯୋଗ ଆଲୋଚନା କରିବା ପରେ ହୁଏତ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିବ। କିନ୍ତୁ ଏ ସମ୍ପର୍କରେ ସେ ଅବଗତ ନ ଥିବା ଜେନା ପ୍ରକାଶ କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ…
ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…
ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…
କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…
ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍ଦବା ? ରହିଛି ଅନେକ ସ୍ବାର୍ଥ
ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍ଫାୟାର୍) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…
ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …
ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…
ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…
ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…
ଛତ୍ରପୁର,୮।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…
କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…
Archives

