ପୁରୀ ଅଫିସ,୨୧ା୧୦: ଆସନ୍ତା ନଭେମ୍ବର ପହିଲାରୁ ଧର୍ମମାସ କାର୍ତ୍ତିକ ଆରମ୍ଭ ହେଉଛି। ଏହି ପବିତ୍ର ମାସରେ ପୁରୀରେ ହଜାର ହଜାର ସଂଖ୍ୟାରେ ହବିଷିଆଳି ରହି କାର୍ତ୍ତିକ ବ୍ରତ ପାଳିଥାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଗତ କିଛିବର୍ଷ ହେବ ପ୍ରାୟ ୩ ହଜାର ହବିଷିଆଳିଙ୍କୁ ମାଗଣାରେ ରହିବା, ଖାଇବା ଏବଂ ବ୍ରତ କରିବା ଲାଗି ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। କାର୍ତ୍ତିକ ମାସରେ ପ୍ରାୟ ସବୁ ହବିଷିଆଳି ମହାପ୍ରସାଦ ସେବନ କରିଥାନ୍ତି। କିନ୍ତୁ ଚଳିତବର୍ଷ ଚିତ୍ର ଭିନ୍ନ ରହିଛି। ମହାମାରୀ କରୋନା ପାଇଁ ସରକାର ଏଥର ହବିଷିଆଳି ଯୋଜନାରେ କାହାକୁ ରଖୁନାହାନ୍ତି। କିନ୍ତୁ ବହୁ ସଂଖ୍ୟକ ହବିଷିଆଳି ବ୍ୟକ୍ତିଗତ ଭାବେ ଆସି ଶ୍ରୀକ୍ଷେତ୍ରରେ ରହି ହବିଷ କରିବେ। ମାତ୍ର କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡ଼ାଯିବା ସମ୍ଭାବନା ପ୍ରାୟତଃ ନାହିଁ। ତେଣୁ ଶ୍ରଦ୍ଧାଳୁ ଏବଂ ହବିଷିଆଳିମାନେ କିପରି ଶୃଙ୍ଖଳିତ ଭାବେ ମହାପ୍ରସାଦ ପାଇପାରିବେ ସେଥିଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ସୁଆର ମହାସୁଆର ନିଯୋଗ ପକ୍ଷରୁ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ଆଲୋଚନା ହୋଇଛି। କାର୍ତ୍ତିକ ମାସରେ ମହାପ୍ରସାଦ ଯୋଗାଇଦେବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ମଙ୍ଗଳବାର ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସମ୍ପାଦକ ପ୍ରତିହାରୀ କହିଛନ୍ତି, ସାଧାରଣତଃ କାର୍ତ୍ତିକ ମାସରେ ପୁରୀ ସହରର ପ୍ରାୟ ପ୍ରତି ଘରେ ମହାପ୍ରସାଦ ସେବନ କରାଯାଇଥାଏ। ବାହାରୁ ଆସୁଥିବା ହବିଷିଆଳି ଓ ଭକ୍ତ ଅବଢ଼ା ପାଇବା ସହିତ ଘରକୁ ନେଇଥାନ୍ତି। ଯେହେତୁ ଏ ବର୍ଷ କରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଛଡ଼ାଯିବ ନାହିଁ ତେଣୁ ମହାପ୍ରସାଦ କିପରି ପାଇପାରିବେ ସେଥିଲାଗି ବ୍ୟବସ୍ଥା କରିବା ଲାଗି ନିଯୋଗ ପକ୍ଷରୁ ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରଥଯାତ୍ରା ବେଳେ ଯେପରି ଗୁଣ୍ଡିଚା ମନ୍ଦିର ନିକଟରେ ଶେଡ୍ କରାଯାଇଥିଲା ସେହିଭଳି ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ଏଥିରେ ସହମତି ପ୍ରକାଶ କରିଛନ୍ତି। ୪/୫ ଦିନ ମଧ୍ୟରେ ଟେଣ୍ଟ କରାଯିବ। ଭକ୍ତମାନେ କୋଭିଡ୍ ଗାଇଡ୍ଲାଇନ ମାନି କାଉଣ୍ଟରରୁ ଟିକେଟ୍ କରି ମହାପ୍ରସାଦ ପାଇପାରିବେ ବୋଲି ପ୍ରତିହାରୀ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କୁ ପଚାରିବାରେ କହିଛନ୍ତି, ମୁଖ୍ୟ ପ୍ରଶାସକଙ୍କ ସହିତ ସୁଆର ମହାସୁଆର ନିଯୋଗ ଆଲୋଚନା କରିବା ପରେ ହୁଏତ ଏଭଳି କିଛି ନିଷ୍ପତ୍ତି ନିଆଯାଇଥିବ। କିନ୍ତୁ ଏ ସମ୍ପର୍କରେ ସେ ଅବଗତ ନ ଥିବା ଜେନା ପ୍ରକାଶ କରିଛନ୍ତି।
Posted inHome, Home Left, ଆମ ଜିଲା ଖବର, ପୁରୀ View All
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି
କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….
କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
Archives


