Posted inଖେଳ

କେବଳ ଏହି ଗୋଟିଏ କାରଣ ପାଇଁ ଆଇପିଏଲ୍‌ ନିଲାମ ପୂର୍ବରୁ ଓହରି ଯାଇଥିଲେ ଡି ଭିଲିୟର୍ସ, ଏବେ କହିଲେ…

ନୂଆଦିଲ୍ଲୀ,୧୫।୧: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। ଏଥିସହ ସେ ଆଇପିଏଲ୍‌ ଖେଳିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିସାରିଛନ୍ତି। ହେଲେ ଏବେ ଫେବୃୟାରୀରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ କାହିଁକି ସେ ତାଙ୍କ ନାମ ପ୍ରତ୍ୟାହାର କରିଥିଲେ ସେ ନେଇ ଖୁଲାସା କରିଛନ୍ତି। ସେ ଆଇପିଏଲ୍‌ ଖେଳିବା ଜାରି ରଖିଥାନ୍ତେ। ହେଲେ କୋଭିଡ୍‌ ପରିସ୍ଥିତିକୁ ନେଇ ସେ ଏହି ଖେଳକୁ ଉପଭୋଗ କରିପାରୁ ନ ଥିଲେ। ଏଣୁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଏକ ସାକ୍ଷାତକାରରେ ଡି ଭିଲିୟର୍ସ କହିଛନ୍ତି, କ୍ରିକେଟ୍‌କୁ ଆଉ କିଛି ସମୟ ଖେଳି ପାରିଥାନ୍ତି, କିନ୍ତୁ ତାକୁ ଉପଭୋଗ କରିପାରୁ ନ ଥିଲି। ମୋତେ ଯାତ୍ରା କରିବାରେ କଷ୍ଟ ଅନୁଭବ ହେଉଥିଲା। ଆଇପିଏଲ୍‌ ପାଇଁ ଦୁଇରୁ ଅଢ଼େଇ ମାସ ଯାଏ ବାୟୋ ବବଲ୍‌ରେ ରହିବାକୁ ପଡ଼ିଥିଲା। ଖେଳାଳି ଭାବେ ସବୁକିଛି କଷ୍ଟସାଧ୍ୟ ହେଉଥିବା ବେଳେ ଖେଳକୁ ଉପଭୋଗ କରୁ ନ ଥିଲି। ଅନେକ ସମୟରେ ଦଳ ଲାଗି ରନ୍‌ ସ୍କୋର କରିବାରେ ସକ୍ଷମ ହେଉ ନ ଥିଲି। ଦଳର ଆବଶ୍ୟକତା ଅନୁଯାୟୀ ପ୍ରଦର୍ଶନ କରୁ ନ ଥିଲି। ସେତେବେଳେ ମୋତେ ଜୋତା ପିନ୍ଧିବାର ନୁହେଁ ବରଂ ଟାଙ୍ଗିବାର ସମୟ ଆସିଲା ବୋଲି ମନକୁ ଆସିଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri