ନବୀନଙ୍କୁ ଝୁରୁଛନ୍ତି ଆରତି ମା’

ରାଜନଗର,୭ା୬(ଭାସ୍କର ରାଉତରାୟ):ଚଳିତ ସାଧାରଣ ନିର୍ବାଚନରେ ଅପ୍ରତ୍ୟାଶିତ ଫଳାଫଳ ସମଗ୍ର ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ନିର୍ବାଚନ ଶେଷରେ ପୂର୍ବାନୁମାନ କରାଯାଇଥିବା ବିଭିନ୍ନ ଜାତୀୟସ୍ତରୀୟ ଏକ୍‌ଜିଟ୍‌ ପୋଲ୍‌ରେ ଆକଳନ କରାଯାଇଥିବା ଫଳାଫଳକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରିଛନ୍ତି ଓଡ଼ିଶାବାସୀ। ଦୀର୍ଘ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଏବଂ ଜାତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନବୀନ ପଟ୍ଟନାୟକ ପରାଜିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାଜୟକୁ ରାଜନଗରବାସୀ ସହଜେ ଗ୍ରହଣ କରିପାରିନାହାନ୍ତି। ନିଜର ପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜନଗର ଗ୍ରାମର ବୃଦ୍ଧା ଆରତି ସେଠୀ। ଗୁରୁବାର ବାଷ୍ପଭରା କଣ୍ଠରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ନବୀନବାବୁଙ୍କୁ ପୁଅର ସମ୍ମାନ ଦେବା ସହିତ ଅନ୍ତୁଡିଶାଳରୁ ସ୍ବର୍ଗଦ୍ୱାର ପର୍ଯ୍ୟନ୍ତ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନାର ଟିକିନିଖି ହିସାବ ଦେବା ବେଳେ ତାଙ୍କ ଆଖିରୁ ଦୁଇଟୋପା ଲୁହ ଖସି ପଡୁଥିଲା। ମୋ ପିଲା ସମୟରେ ରାଜନଗରରେ ବାତ୍ୟା ହୋଇଥିଲା। ନବୀନବାବୁଙ୍କ ବାପା ସେତେବେଳେ ଦେବଦୂତ ଭାବେ ଆମ ପାଖରେ ଛିଡା ହୋଇଥିଲେ। ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେବା ପରେ ଆମକୁ ଛତାଠାରୁ ଆରମ୍ଭ କରି ଘର ଛାତ ପର୍ଯ୍ୟନ୍ତ ସବୁ ଯୋଜନାରେ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ। ରୋଗ ବଇରାଗ ହେଲେ ମାଗଣାରେ ବଡ ଡାକ୍ତରଖାନାରେ ଆମ ପିଲାମାନେ ଚିକିତ୍ସା ସୁବିଧା ପାଉଥିଲେ। କାଲି ନବୀନବାବୁ ହାରିଯିବା ପରେ ଆମ ଦୁଃଖ କିଏ ବୁଝିବ ବୋଲି ଆରତୀ ସେଠୀଙ୍କ ସହିତ ମୁକୁତା ସେଠୀ, ମିଟି ସେଠୀ, ରମା ସେଠୀ, ନିମା ସେଠୀ ପ୍ରମୁଖ କୋହଭରା କଣ୍ଠରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri