‘ଆର୍ସି’: କେଜିରୁ ପିଜି ପିଲା ପାଇବେ ସୁବିଧା

ଭୁବନେଶ୍ୱର,୨୦ା୬(ବ୍ୟୁରୋ): କରୋନା ମହାମାରୀ ସମୟରେ ଶିକ୍ଷା କ୍ଷେତ୍ର ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଥିଲା। ଅନ୍‌ଲାଇନ୍‌ ପାଠପଢ଼ା ହେଉଥିଲେ ମଧ୍ୟ ସମସ୍ତେ ଏହାର ସୁଯୋଗ ପାଉ ନ ଥିଲେ କିମ୍ବା ଅନେକେ ଏହାର ସଦୁପଯୋଗ କରିପାରୁ ନ ଥିଲେ। ସେହିପରି ଉଚ୍ଚଶିକ୍ଷା ଓ ଚାକିରି ପାଇଁ ହେଉଥିବା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କୁ ନାନା ସମସ୍ୟା ବାଟ ଓଗାଳିଥାଏ। ବାହାରେ ଘର ଭଡ଼ା ନେଇ ରହିବା, ଖାଇବା, କୋଚିଂ ନେବା ପାଇଁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାରୁ ବିଶେଷକରି ଆର୍ଥତ୍କ ସ୍ବଚ୍ଛଳ ନ ଥିବା ଛାତ୍ରୀଛାତ୍ର ଏଥିରୁ ବଞ୍ଚତ୍ତ ହୋଇଥାନ୍ତି। ଏସବୁ ସମସ୍ୟାରୁ ମୁକୁଳି କିପରି ଛାତ୍ରୀଛାତ୍ର ନିଜ ସ୍ବପ୍ନ ବା ଲକ୍ଷ୍ୟ ପୂରଣ କରିବେ, ତାହାର ସମାଧାନର ବାଟ ଖୋଲିଛନ୍ତି ହାଇଦ୍ରାବାଦର ଓଡ଼ିଆ ଦମ୍ପତି ଡା. ଅନୁପମା ମହାନ୍ତି ଓ ସ୍ବାମୀ ଅଜୟ କୁମାର ମହାନ୍ତି। ଆରମ୍ଭ କରିଛନ୍ତି ଏଡ୍‌ଟେକ୍‌ ଆପ୍‌ ‘ଆର୍ସି’ (AARSHI)। ଏହି ଶିକ୍ଷା ଆପ୍‌ର ମୁଖ୍ୟ ଡାକ୍ତର ଅନୁପମା ରହିଥିବାବେଳେ ଅଜୟ ସହପ୍ରତିଷ୍ଠାତା ଭାବେ କାର୍ଯ୍ୟ କରୁଛନ୍ତି। ଘରେ ରହି ବିନା ଖର୍ଚ୍ଚରେ ଏଥିରୁ ଗୁଣାତ୍ମକ ଶିକ୍ଷା ଲାଭ କରିବାର ବ୍ୟବସ୍ଥା ରହିଛି। କେଜିରୁ ପିଜି ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଏଥିରେ ଉପକୃତ ହୋଇପାରିବେ। ଜଣେ ପିଲା ସ୍କୁଲ, କଲେଜର ପାଠ୍ୟକ୍ରମ ସହ ଅଧିକ କିଛି ପ୍ରକାଶନ ପୁସ୍ତକ ଏହି ଆପ୍‌ ମାଧ୍ୟମରେ ପଠନ କରିପାରିବେ। ଆର୍ସି ଆପ୍‌ ଗୁଗଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି। ଏହାକୁ http://Inkd.in/dwW92GHq ଲିଙ୍କ୍‌ ଜରିଆରେ ଡାଉନ୍‌ଲୋଡ୍‌ କରାଯାଇ ପାରୁଛି।
୨୦୨୧ ଅଗଷ୍ଟ ୨ରେ ‘ଆର୍ସି’ର ପଞ୍ଜୀକରଣ ହୋଇଥିବାବେଳେ ବର୍ତ୍ତମାନ ୨୦୦ରୁ ଊଦ୍ଧର୍‌ବ ସବ୍‌ସ୍କ୍ରାଇବର ହୋଇସାରିଲେଣି। ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଆକର୍ଷିତ କରିବା ପାଇଁ ଆପ୍‌ରେ କଣ୍ଟେଣ୍ଟଗୁଡ଼ିକୁ ଆନିମେଟେଡ୍‌ କରାଯାଇଛି। ସେହିପରି ଯୁକ୍ତ୨ ସହ ସିବିଏସ୍‌ଇ ଓ ଅନ୍ୟ ବୋର୍ଡ ପାଇଁ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ରହିଛି। ସବୁ ଶ୍ରେଣୀର ପିଲା ସମାନ ପାଠ୍ୟକ୍ରମକୁ ସବୁ ଭାଷାରେ ପଢ଼ିବାର ସୁଯୋଗ ପାଇବେ। ବର୍ତ୍ତମାନ ଇଂଲିଶରେ ସବୁ କଣ୍ଟେଣ୍ଟ ରହିଛି। ଏଥିସହିତ ଜର୍ମାନ ଭାଷାର ମଧ୍ୟ ଗୋଟିଏ କଣ୍ଟେଣ୍ଟ ରହିଥିବାବେଳେ ଆଗକୁ ୨୩ ଭାଷାର ପାଠ୍ୟକ୍ରମ ରଖିବାକୁ ଯୋଜନା ରହିଛି। ସେହିଭଳି ହାଇଦ୍ରାବାଦ ଓ ଭୁବନେଶ୍ୱରରେ ଏକ ଷ୍ଟୁଡିଓ ରହିବ। ସେଠାରେ ମହିଳାଙ୍କୁ ନିଯୁକ୍ତିର ସୁଯୋଗ ଦିଆଯିବ। ସେମାନେ କଣ୍ଟେଣ୍ଟ ଲେଖିବା ସହିତ ଲାଇଭ୍‌ କ୍ଲାସ୍‌ ମଧ୍ୟ କରିବେ। ତେବେ ଏହା ଏକ ମହିଳା ଉଦ୍ୟୋଗୀ କାର୍ଯ୍ୟକ୍ରମ। ଏଥିରେ ବିଶେଷକରି ମହିଳାମାନଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦିଆଯିବ ବୋଲି ଅଜୟ ମହାନ୍ତି କହିଛନ୍ତି। ସେହିଭଳି ପ୍ରତିବର୍ଷ ୧୦ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ଆର୍ସିଆନ୍‌ ମେଧାବୃତ୍ତି ଦେବାର ବ୍ୟବସ୍ଥା କରାଯାଉଛି। ଆପ୍‌ ସମ୍ପର୍କରେ ଡା. ଅନୁପମା କହିଛନ୍ତି, ଗତ ୧୫ ବର୍ଷ ହେଲା ସ୍ବାମୀ ଅଜୟ କୁମାର ମହାନ୍ତିଙ୍କ ସହ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିଛି। ତେଣୁ ମୋର ବିଶ୍ବାସ ଆହୁରି ଦୃଢ଼ୀଭୂତ ହୋଇଛି। ଏବେ ଯେଉଁ ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ତାହା ସଫଳ ହେବ ବୋଲି ଆଶା ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ଏହି ଦେଶରେ ହେବନାହିଁ ଆଇପିଏଲ୍‌ ପ୍ରସାରଣ, କାହିଁକି ଜାଣନ୍ତୁ…

ଢାକା,୩୧ା୩: ଭାରତର ପ୍ରସାରଣକାରୀ ସଂସ୍ଥା ଜିଓଷ୍ଟାର ବାଂଲାଦେଶରେ ଚଳିତ ବର୍ଷର ଆଇପିଏଲ୍‌ ପ୍ରସାରଣ ଚୁକ୍ତିକୁ ବରଖାସ୍ତ କରିଛି। ସ୍ଥାନୀୟ ସାଥି କମ୍ପାନୀ ପାଉଣା ଦେବାରେ ବିଫଳ ହୋଇଥିବାରୁ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Video: ଯୁଦ୍ଧ ଶେଷ କରିବାକୁ ଇରାନ ରାଜି ହେବାର ସଙ୍କେତ ଦେବା ଭିତରେ ଏମିତି ଭିଡ଼ିଓ ଶେୟାର କଲେ ଟ୍ରମ୍ପ, ସାରା ବିଶ୍ୱ ଚକିତ! ଦେଖନ୍ତୁ…

ତେହରାନ,୩୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ଗୋଟିଏ ମାସ ବିତିଗଲାଣି। ଆଜି (ମଙ୍ଗଳବାର) ଏହି ସଂଘର୍ଷର 32ତମ ଦିନ। ଆମେରିକା ଏବଂ…

ଜଙ୍ଗଲରେ ଦନ୍ତା ହାତୀ: ଭୟରେ ଅଞ୍ଚଳବାସୀ, ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଜି.ଉଦୟଗିରି,୩୧।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ନିକଟ ରଟିଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ସୋମବାର ରାତିରେ ଦନ୍ତା ହାତୀ ଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri