Posted inଜାତୀୟ

କେଜ୍‌ରିଓ୍ବାଲ୍‌ଙ୍କୁ ଜାମିନ ମିଳିବା ପରେ ଆପ୍‌ର ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୨ା୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ନେତା ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ଦେଇଛନ୍ତି। ଏହା ପରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆପ୍‌ କହିଛି, ସତ୍ୟର ଜୟ ହୋଇଛି।

ମଦ ଦୁର୍ନୀତି ଏବଂ ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ କେଜ୍‌ରିଓ୍ବାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି, କିନ୍ତୁ ସେ ଜେଲରେ ରହିବେ କାରଣ ଇଡି ମାମଲାରେ ଏହି ଜାମିନ ମିଳିଛି। ସୁପ୍ରିମକୋର୍ଟ ଏହି ମାମଲାକୁ ୩ ଜଣ ବିଚାରପତିଙ୍କ ଏକ ବେଞ୍ଚକୁ ପଠାଇଥିଲେ। ଇଡି ଗିରଫକୁ କେଜ୍‌ରିଓ୍ବାଲ୍‌ ଚ୍ୟାଲେଞ୍ଜ କରିଥିରେ।

ମାର୍ଚ୍ଚ ୨୧ରେ ଅର୍ଥ ହେରଫେର ମାମଲାରେ ଇଡି କେଜ୍‌ରିଓ୍ବାଲଙ୍କୁ ଗିରଫ କରିଥିଲା। ତେବେ କେଜ୍‌ରିଓ୍ବାଲ ଏପର୍ଯ୍ୟନ୍ତ ଜେଲରୁ ବାହାରି ପାରିବେ ନାହିଁ କାରଣ ସେ ସିବିଆଇ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି। ଜୁନ୍‌ ୨୬ରେ ସିବିଆଇ କେଜ୍‌ରିଓ୍ବାଲଙ୍କୁ ଗିରଫ କରିଥିଲା। ଜେଲ୍‌ରୁ ବାହାରିବା ପାଇଁ ତାଙ୍କୁ ମଧ୍ୟ ଜାମିନ ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ମାଟିରେ କେଉଁଠୁ ଆସିଲା ଏତେ ବୋମା? ଯାହାକୁ ଡିଫ୍ୟୁଜ କରୁକରୁ ଗଲା ୧୪ IRGC ବୈଜ୍ଞାନିକଙ୍କ ଜୀବନ

ତେହରାନ,୨।୫: ଇରାନର ଜାଞ୍ଜାନ ପ୍ରଦେଶରେ ଏକ ବଡ଼ ସାମରିକ ଅଭିଯାନ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଇରାନର ସରକାରୀ ସମାଚାର ଏଜେନ୍ସି, IRNA ଅନୁଯାୟୀ, ଏକ…

T20 World Cup: ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା, ୨ ବର୍ଷ ପରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା…

ମାଟ୍ରିକ ପରୀକ୍ଷାରେ ବାଜି ମାରିଲେ ଶୁଭଶ୍ରୀ-ଆଶୁତୋଷ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶିତ ହୋଇଛି। ଗଞ୍ଜାମ ଜିଲାରେ ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଏହିଭଳି ଭଞ୍ଜନଗର ସହରରେ ଥିବା ପ୍ରମୁଖ…

ଇରାନର ‘ଡିଲ ମେକର୍‌’, ଆମେରିକା ସହିତ ଆଲୋଚନାରେ ପ୍ରମୁଖ ବ୍ୟକ୍ତି… କିଏ ସେହି ଆବାସ ଆରାକଚି? ଜାଣନ୍ତୁ…

ତେହରାନ,୨।୫: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ବର୍ତ୍ତମାନ ଖବରର…

IED ବିସ୍ଫୋରଣ, ୩ ଯବାନ ଶହୀଦ

ରାୟପୁର,୨।୫: କିଛି ଦିନର ନିରବତା ପରେ ମାଓବାଦୀମାନେ ପୁଣି ଛତିଶଗଡ଼ କାଙ୍କେର ଜିଲା ଛୋଟେବେଟିୟା ଜଙ୍ଗଲରେ ହିଂସାକାଣ୍ଡ ଭିଆଇଛନ୍ତିି। ମାଓବାଦୀମାନେ ଯବାନଙ୍କୁ ଟର୍ଗେଟ୍‌ କରି IED ବିସ୍ଫୋରଣ…

ମଧ୍ୟପ୍ରାଚ୍ୟ ସଙ୍କଟ ଜାହାଜ ଚଳାଚଳ ମାର୍ଗରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି; ନୂତନ କେନ୍ଦ୍ର ଭାବରେ ଉଭା ହୋଇଛି ଆଫ୍ରିକା

ତେହରାନ,୨।୫: ପଶ୍ଚିମ ଏସିଆରେ ବଢୁଥିବା ସଙ୍କଟ ମଧ୍ୟରେ, ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଏବଂ ଲାଲ…

ମମତା କହିଲେ ପାର କରିବୁ ୨୦୦, କର୍ମୀଙ୍କୁ ଦେଲେ ବଡ଼ ମନ୍ତ୍ର

କୋଲକାତା,୨।୫: ଯଦିଓ ଏକଜିଟ ପୋଲଗୁଡ଼ିକ ବଙ୍ଗଳାରେ ଭାଜପା ବିଜୟର ପୂର୍ବାନୁମାନ କରୁଛନ୍ତି, ତଥାପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନୋବଳ ଅତୁଟ ରହିଛି। ଭୋଟ ଗଣତି ପୂର୍ବରୁ, ମମତା…

ଗଞ୍ଜାମରେ ୪୨୯୧୮ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌, ୨୯୫ ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଶନିବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏଥିରେ ଗଞ୍ଜାମ ଜିଲାର ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଜିଲାର ୬୩୮ଟି ବିଦ୍ୟାଳୟର ୪୪୨୦୬ ଛାତ୍ରୀଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri