Posted inଜାତୀୟ

ଏଏପିର ୬ ମନ୍ତ୍ରୀ-ଦେଢ଼ ଡର୍ଜନ ବିଧାୟକ ଯାଇଛନ୍ତି ଜେଲ…

ନୂଆଦିଲ୍ଲୀ,୨୮।୨ : ଆମ ଆଦମୀ ପାର୍ଟି ବର୍ତ୍ତମାନ ଏକ ଜାତୀୟ ଦଳର ମାନ୍ୟତା ପାଇଛି। ଦିଲ୍ଲୀ ବ୍ୟତୀତ ଏଏପି ପଞ୍ଜାବରେ ମଧ୍ୟ ସରକାର ଗଠନ କରିଛି। ତେବେ ଏଏପି ସରକାରଙ୍କ ପାଞ୍ଚ ଜଣ ମନ୍ତ୍ରୀ ସମୟ ସମୟରେ ଜେଲ ଯାଇଛନ୍ତି। ମନୀଷ ସିସୋଡିଆ ଷଷ୍ଠ ନମ୍ବର । ଏହା ବ୍ୟତୀତ ପ୍ରାୟ ଦେଢ଼ ଼ ଡର୍ଜନ ବିଧାୟକ ମଧ୍ୟ ଜେଲ ଯାଇଛନ୍ତି। ଅନ୍ୟପକ୍ଷରେ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ଦିଲ୍ଲୀର ରାଜନୀତି ସରଗରମ ହେବାରେ ଲାଗିଛି। ଦଳର ନେତାମାନେ କହିଛନ୍ତି ଯେ ସେମାନଙ୍କ ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଅଧିକାଂଶ ମାମଲାରେ, ଏଏପି ବିଧାୟକ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ଜେଲ ଯାଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ପଞ୍ଜାବର ଜଣେ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିଶ୍ୱସ୍ତ ନେତାଙ୍କ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନା ଅନ୍ତର୍ଭୁକ୍ତ। ଜୈନ ତିହାର ଜେଲରେ ଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଇ ନଥିଲା।

ଦିଲ୍ଲୀ ସରକାରଙ୍କ ମୋହଲା କ୍ଲିନିକଗୁଡିକର ପରାମର୍ଶଦାତା ଭାବରେ ଜୈନଙ୍କ ଝିଅକୁ ନିଯୁକ୍ତି ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଛି।

ଏଏପିର ପଞ୍ଜାବ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲା ମଧ୍ୟ ଦୁର୍ନୀତି ମାମଲାରେ ଜେଲ ଯାଇଛନ୍ତି। ଅନୁକମ୍ପା ଦେଖାଇ ସ୍ବାସ୍ଥ୍ୟ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ସେ ଏକ ପ୍ରତିଶତ କମିଶନ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରିଥିଲେ। ତାଙ୍କୁ ପଞ୍ଜାବର ଦୁର୍ନୀତି ନିବାରଣ ଶାଖା ଗିରଫ କରିଥିଲା।

ଦିଲ୍ଲୀ ସରକାରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଥିବା ଅସୀମ ଅହମ୍ମଦ ଖାନଙ୍କୁ ଏକ ଦୁର୍ନୀତି ମାମଲାରେ ୨୦୧୮ ରେ ଇସ୍ତଫା ଦେବାକୁ ପଡିଥିଲା। ତାଙ୍କ ବିରୋଧରେ ୬ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।

ଏଏପି ସରକାରରେ ମନ୍ତ୍ରୀ ଥିବା ସୋମନାଥ ଭାରତୀଙ୍କୁ ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇ ଇସ୍ତଫା ଦେବାକୁ ପଡିଥିଲା। ଉତ୍ତରପ୍ରଦେଶ ଗସ୍ତ ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ଘରୋଇ ବିବାଦ ମଧ୍ୟ ମିଡିଆ ହେଡଲାଇନରେ ରହିଥିଲା।

ଏଏପି ସରକାରରେ ଆଇନ ମନ୍ତ୍ରୀ ଥିବା ଜିତେନ୍ଦ୍ର ସିଂ ତୋମାରଙ୍କୁ ୨୦୧୫ ରେ ଇସ୍ତଫା ଦେବାକୁ ପଡିଥିଲା। ନକଲି ଡିଗ୍ରୀ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ସିଡି ଦୁର୍ନୀତିରେ ଏଏପି ସରକାରର ଅନ୍ୟ ଜଣେ ମନ୍ତ୍ରୀ ସନ୍ଦୀପ କୁମାର ମଧ୍ୟ ଧରାପଡିଛନ୍ତି। ତାଙ୍କ ପାଖରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଥିଲା। ଏହି ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri