Posted inଜାତୀୟ

ସ୍ବାତୀ ମାଲିୱାଲଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସଭା ପଠାଇବ ଏଏପି, ଜେଲରେ ଥିବା ସଞ୍ଜୟ ସିଂ ପୁଣି ହେବେ ଏମ୍‌ପି

ନୂଆଦିଲ୍ଲୀ,୫।୧: ଦିଲ୍ଲୀ-ପଞ୍ଜାବର ଶାସକ ଆମ ଆଦମୀ ପାର୍ଟି (ଏଏପି) ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭାକୁ ପଠାଇବ। ଏହା ବ୍ୟତୀତ ଜେଲରେ ବନ୍ଦ ଥିବା ସଞ୍ଜୟ ସିଂ ପୁଣିଥରେ ରାଜ୍ୟ ସଭା ଏମ୍‌ପି ହେବେ। ଏଏପି ଏନ୍‌ଡି ଗୁପ୍ତାଙ୍କୁ ତୃତୀୟ ପ୍ରାର୍ଥୀ ଭାବରେ ଚୟନ କରିଛି । ରାଜ୍ୟ ସଭା ଏମ୍‌ପି ଭାବେ ଏହା ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ହେବ।

ବାସ୍ତବରେ ଦିଲ୍ଲୀର ସମସ୍ତ ତିନିଜଣ ରାଜ୍ୟ ସଭା ଏମ୍‌ପିଙ୍କ କାର୍ଯ୍ୟକାଳ ଜାନୁଆରୀ ୨୭ରେ ଶେଷ ହେବ। ଏହି ଆସନଗୁଡ଼ିକ ଉପରେ ନିର୍ବାଚନ ଜାନୁଆରୀ ୧୯ରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆମ ଆଦମୀ ପାର୍ଟି ତିନିଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଜାନୁଆରୀ ୧୦ ନାମାଙ୍କନ ପତ୍ରର ଶେଷ ତାରିଖ ।

ଏଏପିର ରାଜନୈତିକ ବ୍ୟାପାର କମିଟି (ପିଏସି) ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ମନୋନୀତ କରିଛି। ଏହା ବ୍ୟତୀତ ସଞ୍ଜୟ ସିଂ ଏବଂ ଏନ୍‌ଡି ଗୁପ୍ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟ ସଭା ଏମ୍‌ପି ଭାବରେ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଟିଆଙ୍କୁ ମିଳିବ ମାଗଣା ବିଜୁଳି: କେଜ୍‌ରିଓ୍ବାଲ୍‌ଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି,...

ଚାକିରି ଜୀବନ ମଝିରେ ଏତେ ବର୍ଷ ରହିଛନ୍ତି ବେରୋଜଗାର? କେମିତି ମିଳିବ ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧: ଯଦି ଆପଣ ଜଣେ ବେତନଭୋଗୀ ବ୍ୟକ୍ତି ଏବଂ EPFO ରେ ଅବଦାନ ଦେଉଛନ୍ତି, ତେବେ ଏହା ଆପଣଙ୍କର ଅବସର ପରବର୍ତ୍ତୀ ସୁରକ୍ଷା ସୁନିଶ୍ଚିତ କରେ।...

ବିରାଟ କୋହଲିଙ୍କୁ ଚେତାବନୀ ଦେଲା ବିସିସିଆଇ

ନୂଆଦିଲ୍ଲୀ,୧୮।୧: ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ୩-୦ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହିପରି ଭାରତୀୟ ଦଳ ପ୍ରାୟ ୧୨ ବର୍ଷ...

ମହାକୁମ୍ଭରେ ରୁଷିଆର ‘ମସ୍କୁଲାର ବାବା’

ପ୍ରୟାଗରାଜ,୧୮।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ସାରା ବିଶ୍ୱରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଗଙ୍ଗା, ଯମୁନା ଏବଂ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନ...

କୋଟାରେ ଓଡ଼ିଆ ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଟା,୧୮ା୧: ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆମତ୍ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲାର...

ପଞ୍ଜାବରେ କଙ୍ଗନାଙ୍କ ‘ଏମର୍ଜେନ୍ସି’ ବନ୍ଦ

ଚଣ୍ଡିଗଡ଼,୧୮।୧: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଏବଂ ଅନ୍ୟ ଶିଖ୍‌ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ଙ୍କ ‘ଏମର୍ଜେନ୍ସି’ ଫିଲ୍ମ...

ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ

ନୂଆଦିଲ୍ଲୀ,୧୮।୧: ରୁଷିଆ ସେନାରେ ନିୟୋଜିତ ଥାଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବାବେଳେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୧୬ ଭାରତୀୟ ନିଖୋଜ ଥିବା...

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୮।୧: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିପାରେ। ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri