ରକ୍ତରେ ପ୍ରେମ ଚିଠି ଲେଖିଥିଲେ ଅମିର

ବଲିଉଡ ଅଭିନେତା ଅମିର ଖାନ ମିଷ୍ଟର ପର୍‌ଫେକ୍ଟନିଷ୍ଟ ଭାବେ ଜଣାଶୁଣା। ସେ ଭାରତୀୟ ସିନେମାକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି। ଫିଲ୍ମ ଅପେକ୍ଷା ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଅମିର ଦୁଇଟି ବିବାହ କରିଥିଲେ। ତାଙ୍କର ପ୍ରଥମ ବିବାହ ୧୯୮୬, ଏପ୍ରିଲ ୧୮ ରୀନା ଦତ୍ତଙ୍କ ସହିତ ହୋଇଥିଲା। ଏକ ସମୟ ଥିଲା ଯେତେବେଳେ ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ। କିନ୍ତୁ ପରେ ଦୁହେଁ ଅଲଗା ହୋଇଯାଇଥିଲେ। ୮୦ ଦଶକରେ ଅମିର ଏବଂ ରୀନାଙ୍କର ପ୍ରେମ ବିବାହ ହୋଇଥିଲା। ତାଙ୍କର ପ୍ରେମ ଜୀବନ ମଧ୍ୟ ବହୁତ ମଜାଦାର ଥିଲା। କୁହାଯାଏ ଯେ ଦୁହେଁ ପଡୋଶୀ ଥିଲେ। ଅମିର ପ୍ରଥମ ଦେଖାରେ ରୀନାଙ୍କ ପ୍ରେମରେ ପଡିଥିଲେ। ସେ ଏକ ନିଆରା ଢଙ୍ଗରେ ନିଜର ପ୍ରେମ ବ୍ୟକ୍ତ କରିଥିଲେ। ରକ୍ତରେ ଏକ ପ୍ରେମ ପତ୍ର ଲେଖି ସେ ନିଜର ପ୍ରେମ ବ୍ୟକ୍ତ କରିଥିଲେ। ତେବେ ଅମିରଙ୍କ ଏହି କାର୍ଯ୍ୟ ଦେଖି ରୀନା ରାଗିଯାଇଥିଲେ। କିନ୍ତୁ ଧୀରେ ଧୀରେ ସେ ମଧ୍ୟ ଅମିରଙ୍କ ପ୍ରେମରେ ପଡିଗଲେ। ଏହା ପରେ, ଦୁହେଁ ୧୮ ଏପ୍ରିଲ ୧୯୮୬ରେ ଗୁପ୍ତ ଭାବରେ ବିବାହ କରିଥିଲେ।
ବିବାହ ପରେ ଉଭୟ ଇରା ଖାନ ଏବଂ ଜୁନୈଦ ଖାନ ନାମକ ଦୁଇ ସନ୍ତାନର ମାତାପିତା ହୋଇଥିଲେ। ଦୁହେଁ ନିଜ ଜୀବନରେ ବହୁତ ଖୁସି ଥିଲେ କିନ୍ତୁ ସମୟ ସହିତ ସେମାନଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଲା। ୨୦୦୨ରେ ଉଭୟ ଛାଡପତ୍ର ନେଇଥିଲେ। ତେବେ ଛାଡପତ୍ର ପରେ ମଧ୍ୟ ଉଭୟଙ୍କ ବନ୍ଧୁତା ଆଜି ମଧ୍ୟ ରହିଛି।
ରୀନା ଦତ୍ତଙ୍କଠାରୁ ଅଲଗା ହେବା ପରେ କିରଣ ରାଓ ଅମିରଙ୍କ ଜୀବନରେ ଆସିଥିଲେ। ଦୁହେଁ ପ୍ରଥମ ଥର ପାଇଁ ଫିଲ୍ମ ‘ଲଗାନ’ର ସେଟରେ ଭେଟିଥିଲେ। ବନ୍ଧୁତା ଏବଂ ପ୍ରେମ ସମ୍ପର୍କ ପରେ ଦୁହେଁ ୨୦୦୫ ମସିହାରେ ବିବାହ କରିଥିଲେ। ୨୦୨୧ର ଆରମ୍ଭରେ ଅମିର ଏବଂ କିରଣ ମଧ୍ୟ ଛାଡପତ୍ର ହୋଇଥିଲେ। ଉଭୟଙ୍କର ଏକ ପୁଅ ଆଜାଦ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

ନାବାଳିକାକୁ ଅପହରଣ କରି ବଳାତ୍କାର

ବଲାଙ୍ଗୀର,୨୬।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜଣେ ନାବାଳିକାକୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ…

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri