୫୬ବର୍ଷ ବୟସରେ ଆମିରଙ୍କ ଜବରଦସ୍ତ ଓ୍ବାର୍କଆଉଟ୍‌: ସାମ୍ନାକୁ ଆସିଲା ଆୟରାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଫରଫେକ୍ଟନିଷ୍ଟ ଆମିର ଖାଁ ନିଜ ପର୍ସନାଲ ହେଉ କି ପ୍ରୋଫେସନାଲ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଆମିର ନିଜର ପ୍ରୋଫେସନାଲ କାର୍ଯ୍ୟକୁ ବହୁ ନିଷ୍ଠାର ସହ କରିଥାନ୍ତି। ସେଥିପାଇଁ ତାଙ୍କୁ ପରଫେକ୍ଟନିଷ୍ଟ ନାମରେ ନାମିତ କରାଯାଇଛି। ଫିଲ୍ମକୁ ଶିଖରରେ ପହଞ୍ଚାଇବା ପାଇଁ ଆମିର କୌଣସି ଅବହେଳା କରନ୍ତି ନାହିଁ। ଶରୀରର ପରିବର୍ତ୍ତନଠାରୁ ଆରମ୍ଭ କରି ଫିଲ୍ମର ପ୍ରତ୍ୟେକ ଜିନିଷ ଉପରେ ସେ ଟିକିନିଖି ଧ୍ୟାନ ଦେଇଥାନ୍ତି। ଫିଲ୍ମ ଲାଲ ସିଂ ଚଢ଼ା ପାଇଁ ଆମିର ବହୁ କଠିନ ପରିଶ୍ରମ କରିଛନ୍ତି। ଏହାପୂର୍ବରୁ ବି ଅନେକ ଫିଲ୍ମ ପାଇଁ ଆମିରଙ୍କ ଶରୀରରେ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଇତିମଧ୍ୟରେ ବର୍ତ୍ତମାନ ଆମିରଙ୍କ ଏକ ୱାର୍କଆଉଟ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଓଜନିଆ ଡମ୍ବଲ ଉଠାଉଥିବାର ନଜର ଆସିଛନ୍ତି। ଏହି ଭିଡିଓଟି ଧୁମ-୩ର ମେକିଂ ସମୟର। ଏହି ଫିଲ୍ମ ପାଇଁ ଆମିର ତାଙ୍କ ଶରୀର ଉପରେ ବହୁତ କାମ କରିଥିଲେ। ବର୍ତ୍ତମାନ ଆମିରଙ୍କ ଏହି ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହାକୁ ପୋଜନିକ୍‌ ଟ୍ରେନିଂ ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିସହ କ୍ୟାପସନ୍‌ରେ ଧୁମ-୩ ଓ ପିକେ ପାଇଁ ଆମିରଙ୍କ ପର୍ସନାଲ ଟ୍ରେନର ବୋଲି ଲେଖାଯାଇଛି। ଅନ୍ୟପଟେ ଏହି ଭିଡିଓକୁ ନେଇ ଆମିରଙ୍କ ଝିଅ ଆୟରା ଖାଁ ପ୍ରତିକ୍ରିୟା ରଖିଛନ୍ତି। ଆୟରା ଏହାର ଏକ ସ୍କ୍ରିନ୍‌ ଶଟ୍‌ ନେଇ ନିଜ ଇନଷ୍ଟାଗ୍ରାମରେ ଶେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି, ଏଇଟା କି ବ୍ୟାୟାମ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri