ବାହା ହେଲେ ଆମିର!

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଗୋଟିଏ ପଟେ ସେ ତାଙ୍କ ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଅନ୍ୟପଟେ ବିବାହ ଖବର ତାଙ୍କ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଏବେ ଶୁଣିବାକୁ ମିଳୁଛି କି ଆମିର ତାଙ୍କ କୋ ଷ୍ଟାର ଫାତିମା ସନା ଶେଖଙ୍କୁ ବିବାହ କରି ସାରିଛନ୍ତି । ସୋସିଆଲ ମିଡିଆରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆମିରଙ୍କ ଝିଅ ଇରାଙ୍କ ବୟାନକୁ ନେଇ ଏମିତି ଖବର ସାମ୍ନାକୁ ଆସିଛି । ଇରା କୁଆଡେ କହୁଛନ୍ତି, ତାଙ୍କ ପିତା ଆମିର ଖାଁ ଝିଅ ବୟସର ଅଭିନେତ୍ରୀ ଫାତିମାଙ୍କୁ ବିବାହ କରିଛନ୍ତି । ହେଲେ ଏ ସମ୍ପର୍କରେ ଫାତିମା କିମ୍ବା ଆମିରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଆସିନାହିଁ । ସୂଚନାଯୋଗ୍ୟ, ଆମିର ପ୍ରଥମେ ୧୯୮୬ରେ ରିନା ଦତ୍ତଙ୍କୁ ବିବାହ କରିଥିବା ବେଳେ ୨୦୦୨ରେ ଏମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ଆଉ ଏହାର ଠିକ୍ ୩ ବର୍ଷ ପରେ ଅର୍ଥାତ୍ ୨୦୦୫ରେ ଆମିର ବିବାହ କଲେ କିରଣ ରାଓଙ୍କୁ । ଏହି ବିବାହ ବି ବେଶୀଦିନ ତିଷ୍ଠି ପାରିଲା ନାହିଁ । ଚଳିତ ବର୍ଷ ଏହି ଦମ୍ପତି ପରସ୍ପରଠାରୁ ଅଲଗା ହୋଇଯିବା ସହ ପ୍ରସଂଶକଙ୍କୁ ନିରାଶ କରିଥିଲେ । କିନ୍ତୁ ଆମିର-କିରଣ ଏକାଠି ସେମାନଙ୍କ କମ୍ପାନୀ ବୁଝିବା ସହ ଏକାଠି ପିଲାର ଯତ୍ନ ନେବେ ବୋଲି କହିଥିଲେ ।
ଏବେ ଆମିର ଓ ଫାତିମାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହା ପୂର୍ବରୁ କିନ୍ତୁ ଫାତିମା କହିଥିଲେ ମୋ ନାଁରେ ଭୁଲ ଖବର ପ୍ରଚାର ପ୍ରସାର କରାଯାଉଛି । ସଠିକ ଖବର ନ ଜାଣି ଏମିତି ଭୁଲ ତଥ୍ୟ ଦେବା ଆଦୌ ଠିକ ନୁହେଁ ବୋଲି ଫାତିମା କହିଥିଲେ । ତେଣୁ ଆମିର ଓ ଫାତିମାଙ୍କ ବିବାହରେ କେତେ ସତ୍ୟତା ରହିଛି ତାହା କେବଳ ସମୟ ଆସିଲେ ଜଣାପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri