ଫିଲ୍ମରୁ ଦୂରେଇ ଯିବେ ମିଷ୍ଟର ପରଫେକ୍ସନିଷ୍ଟ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାଁ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଫିଲ୍ମରେ ତାଙ୍କର ପରଫେକ୍ଟ ଆକ୍ସନ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥାଏ । ଆଉ ଏଇଥିପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରିଥାଆନ୍ତି ଦର୍ଶକେ । ହେଲେ ନିକଟରେ ସେ ଏମିତି ଏକ କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଏବେ ଆମିର ଫିଲ୍ମରୁ ଦୂରେଇ ଯିବା କଥା ଚିନ୍ତା କରିଥିବା କହିଛନ୍ତି । ଏହା ଜାଣିବା ପରେ ଏହା ପଛର କାରଣ ଜାଣିବାକୁ ତାଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ଆମିର ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ସେ କହିଥିଲେ ମୁଁ ‘ଲାଲ ସିଂ ଚଢା’ ପରେ ‘ଚାମ୍ପିୟଂସ’ ନାମକ ଏକ ଫିଲ୍ମରେ କାମ କରିବାର ଥିଲା । ଏହାର ସ୍କ୍ରିପ୍ଟ ଏତେ ସୁନ୍ଦର ଥିଲା ଯେ ଦର୍ଶକଙ୍କ ମନକୁ ଛୁଇଁ ଯାଇ ଥାଆନ୍ତା । ହେଲେ ଏବେ ମୁଁ ଫିଲ୍ମରୁ ବ୍ରେକ୍ ନେବା ଠିକ୍ ଭାବୁଛି । କାରଣ ଏବେ ସମୟ ମୁଁ ମୋ ପରିବାର ସହ କିଛି ସମୟ କାଟିବାର । ମୋ ମା’ ମୋ ପିଲାମାନଙ୍କ ସହ ସମୟ କାଟିବାକୁ ଚାହୁଁଛି, ତେଣୁ ଫିଲ୍ମରୁ ବ୍ରେକ୍ ନେବାକୁ ଚାହୁଁଛି ବୋଲି ଆମିର କହିଛନ୍ତି ।
ଆମିର କହିଛନ୍ତି, ମୁଁ ୩୫ ବର୍ଷ ହେବ କାମ କରୁଛି । ହେଲେ ନିଜର ଲୋକଙ୍କ ପାଇଁ ସମୟ ଦେଇ ପାରିନାହିଁ । ଏବେ ସଠିକ୍ ସମୟ । ମୋତେ ଲାଗୁଛି ଏବେ ମୋ ପାଖରେ ଥିବା ଲୋକଙ୍କୁ ସମୟ ଦେବାକୁ ପଡିବ । ଯଦିଓ ଆମିର ଫିଲ୍ମରୁ ବ୍ରେକ୍ ନେବା କଥା ଘୋଷଣା କରିଛନ୍ତି କିନ୍ତୁ ସେ କାଜଲଙ୍କ ସହ ମୁଭି ‘ସଲାମ ଭେଙ୍କି’ରେ ନଜର ଆସିବେ । ଏହା ଡିସେମ୍ବର୯, ୨୦୨୨ରେ ରିଲିଜ୍ ହେବ ।


Enter your email to get our daily news in your inbox.

All Right Reserved By Dharitri.Com

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri