ଜାଲ୍‌ ଦସ୍ତଖତରେ ଆଧାର ପଞ୍ଜୀକରଣ, ସଂଶୋଧନ

ରସୁଲପୁର,୧୬ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଓକାକ୍‌ କମ୍ପ୍ୟୁଟର ଲ୍ୟାବ୍‌ ପକ୍ଷରୁ ୨ ସ୍ବୀକୃତିପ୍ରାପ୍ତ ଆଧାରକେନ୍ଦ୍ର ଖୋଲାଯାଇଥିଲା। ତେବେ କେନ୍ଦ୍ର ପରିଚାଳକ ଆଧାର ପଞ୍ଜୀକରଣ ଓ ତ୍ରୁଟି ସଂଶୋଧନ ବେଳେ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦର୍ଶାଇ କମ୍ପ୍ୟୁଟର ଲ୍ୟାବ୍‌ ପକ୍ଷରୁ ଉକ୍ତ ୨ କେନ୍ଦ୍ର କୋଡ୍‌କୁ ବନ୍ଦ କରିଦିଆଯାଇଛି। ଏଭଳି ଭାବେ ଅନୂ୍ୟନ୍‌ ୩ ମାସରୁ ଊର୍ଦ୍ଧ୍ୱ ହେବ କେନ୍ଦ୍ର ଦୁଇଟି ବନ୍ଦ ରହିଛି। ଫଳରେ ଏହି ସୁଯୋଗରେ ଘରୋଇ ଆଧାର ପଞ୍ଜୀକରଣ କେନ୍ଦ୍ରଗୁଡ଼ିକ ଲୋକଙ୍କୁ ଶୋଷଣ କରୁଛନ୍ତି। ଘରୋଇ କେନ୍ଦ୍ରରେ ଆଧାର ପଞ୍ଜୀକରଣ ନେଇ ନାନା ବେଆଇନ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ଏପରି କି ଜାଲ ଦସ୍ତଖତ ଜରିଆରେ ଆଧାର ପଞ୍ଜୀକରଣ ଓ ତ୍ରୁଟି ସଂଶୋଧନ କରାଯାଉଥିବା ଘଟଣା ନଜରକୁ ଆସିଛି। ତେଣୁ ଏ ଦିଗରେ ତଦନ୍ତ କରାଯାଇ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଆଧାର କେନ୍ଦ୍ରଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସମସ୍ତ ସରକାରୀ ଯୋଜନା, ବ୍ୟାଙ୍କ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଯେ କୌଣସି କାର୍ଯ୍ୟ ପାଇଁ ଆଧାରକାର୍ଡ ଖୋଜାପଡୁଛି। ତେଣୁ ଆଧାରକାର୍ଡ ନ ଥିଲେ ଅବା କାର୍ଡରେ ତ୍ରୁଟି ଥିଲେ ସେଥିରେ ସୁଧାର ଆଣିବା ପାଇଁ ଲୋକଙ୍କୁ ଆଧାରକେନ୍ଦ୍ରର ସହାୟତା ନେବାକୁ ପଡୁଛି। ଜନସାଧାରଣଙ୍କ ଏହି ସମସ୍ୟା ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକ, ମହିଳା ଶିଶୁ ବିକାଶ କାର୍ଯ୍ୟାଳୟ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭଳି ଅନେକ ସ୍ଥାନରେ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲାଯିବାକୁ ନିୟମ କରାଯାଇଛି। କିନ୍ତୁ ଏଠାରେ ବ୍ଲକକୁ ଛାଡ଼ିଦେଲେ ଅନ୍ୟ କୌଣସି ସରକାରୀ କାର୍ଯ୍ୟାଳୟରେ ଆଧାର ପଞ୍ଜୀକରଣ କେନ୍ଦ୍ର ନାହିଁ। ତେବେ ବ୍ଲକ କେନ୍ଦ୍ର ବନ୍ଦ ପଛରେ ଷଡ଼ଯନ୍ତ୍ର ରହିଥିବା କୁହାଯାଉଛି। ଆଧାର ପଞ୍ଜୀକରଣ ପାଇଁ କୋଡ୍‌ ପ୍ରଦାନ କରୁଥିବା ସଂସ୍ଥା ମୋଟା ଅଙ୍କର ଉତ୍କୋଚ ନେଇ ଘରୋଇ ଆଧାରକେନ୍ଦ୍ର ଖୋଲିବାକୁ ଅନୁମତି ଦେଉଥିବା ଅଭିଯୋଗ ହେଉଛି। ସରକାରୀ ଭାବେ କେନ୍ଦ୍ରଗୁଡ଼ିକ ଯେଉଁ ସବୁ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ସେମାନେ ସେ ନିୟମ ନ ମାନି ମନଇଚ୍ଛା ପଞ୍ଜୀକରଣ କରୁଛନ୍ତି। ଏହାଦ୍ୱାରା ସରକାରୀ କେନ୍ଦ୍ର ପ୍ରଭାବିତ ହେଉଛି।
ଆଧାର ସଂଶୋଧନ ପାଇଁ ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନୀୟ ସରପଞ୍ଚ, ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଜଣେ କ୍ଲାସ୍‌ୱାନ ଅଫିସର ଭଳି ଅଧିକାରୀଙ୍କଠାରୁ ପ୍ରମାଣପତ୍ର ଆବଶ୍ୟକ ହେଉଛି। ଏଭଳି କ୍ଷେତ୍ରରେ ଅଧିକାରୀମାନଙ୍କ ଡିଜିଟାଲ ଦସ୍ତଖତ ପଞ୍ଜୀକରଣ କେନ୍ଦ୍ରରେ ଉପଲବ୍ଧ ହେଉନାହିଁ, ଯାହାର ଫାଇଦା ଉଠାଉଛନ୍ତି ଉକ୍ତ କେନ୍ଦ୍ର ପରିଚାଳକମାନେ। ଆବଶ୍ୟକ ଅଧିକାରୀଙ୍କଠାରୁ ଦସ୍ତଖତ କରାଇ ଆଣିବା କହି ଏସବୁ ଅଧିକାରୀଙ୍କ ଜାଲ ସିଲ୍‌ ଓ ଦସ୍ତଖତକୁ କେନ୍ଦ୍ର ପରିଚାଳକମାନେ ବ୍ୟବହାର କରୁଛନ୍ତି। ସେ ବାବଦରେ ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି। ତେଣୁ ଆଧାର କେନ୍ଦ୍ରଗୁଡ଼ିକରେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଡିଜିଟାଲ ଦସ୍ତଖତ ଉପଲବ୍ଧ କରାଇବାକୁ ଦାବି ହେଉଛି। ଏଥିସହିତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଆଧାର ପଞ୍ଜୀକରଣ ସୁବିଧା ପ୍ରଦାନ କରାଯାଇ ଚାଲିଥିବା ଆର୍ଥିକ ଶୋଷଣକୁ ବନ୍ଦ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଏ ନେଇ ଓକାକ୍‌ କମ୍ପ୍ୟୁଟର ଲ୍ୟାବର ଜିଲା ସଂଯୋଜକ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ବ୍ଲକରେ ଥିବା ୨ଟି ଆଧାର କେନ୍ଦ୍ର ବନ୍ଦ ରହିଛି। ସେଗୁଡ଼ିକୁ ତୁରନ୍ତ ଖୋଲିବାକୁ ପ୍ରୟାସ କରାଯାଉଛି। ତେବେ ଘରୋଇ ଆଧାର କେନ୍ଦ୍ରଗୁଡ଼ିକର ବୈଧତାକୁ ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?