ଜାଲ୍‌ ଦସ୍ତଖତରେ ଆଧାର ପଞ୍ଜୀକରଣ, ସଂଶୋଧନ

ରସୁଲପୁର,୧୬ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ଓକାକ୍‌ କମ୍ପ୍ୟୁଟର ଲ୍ୟାବ୍‌ ପକ୍ଷରୁ ୨ ସ୍ବୀକୃତିପ୍ରାପ୍ତ ଆଧାରକେନ୍ଦ୍ର ଖୋଲାଯାଇଥିଲା। ତେବେ କେନ୍ଦ୍ର ପରିଚାଳକ ଆଧାର ପଞ୍ଜୀକରଣ ଓ ତ୍ରୁଟି ସଂଶୋଧନ ବେଳେ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଦର୍ଶାଇ କମ୍ପ୍ୟୁଟର ଲ୍ୟାବ୍‌ ପକ୍ଷରୁ ଉକ୍ତ ୨ କେନ୍ଦ୍ର କୋଡ୍‌କୁ ବନ୍ଦ କରିଦିଆଯାଇଛି। ଏଭଳି ଭାବେ ଅନୂ୍ୟନ୍‌ ୩ ମାସରୁ ଊର୍ଦ୍ଧ୍ୱ ହେବ କେନ୍ଦ୍ର ଦୁଇଟି ବନ୍ଦ ରହିଛି। ଫଳରେ ଏହି ସୁଯୋଗରେ ଘରୋଇ ଆଧାର ପଞ୍ଜୀକରଣ କେନ୍ଦ୍ରଗୁଡ଼ିକ ଲୋକଙ୍କୁ ଶୋଷଣ କରୁଛନ୍ତି। ଘରୋଇ କେନ୍ଦ୍ରରେ ଆଧାର ପଞ୍ଜୀକରଣ ନେଇ ନାନା ବେଆଇନ କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ଏପରି କି ଜାଲ ଦସ୍ତଖତ ଜରିଆରେ ଆଧାର ପଞ୍ଜୀକରଣ ଓ ତ୍ରୁଟି ସଂଶୋଧନ କରାଯାଉଥିବା ଘଟଣା ନଜରକୁ ଆସିଛି। ତେଣୁ ଏ ଦିଗରେ ତଦନ୍ତ କରାଯାଇ ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଆଧାର କେନ୍ଦ୍ରଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସମସ୍ତ ସରକାରୀ ଯୋଜନା, ବ୍ୟାଙ୍କ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଯେ କୌଣସି କାର୍ଯ୍ୟ ପାଇଁ ଆଧାରକାର୍ଡ ଖୋଜାପଡୁଛି। ତେଣୁ ଆଧାରକାର୍ଡ ନ ଥିଲେ ଅବା କାର୍ଡରେ ତ୍ରୁଟି ଥିଲେ ସେଥିରେ ସୁଧାର ଆଣିବା ପାଇଁ ଲୋକଙ୍କୁ ଆଧାରକେନ୍ଦ୍ରର ସହାୟତା ନେବାକୁ ପଡୁଛି। ଜନସାଧାରଣଙ୍କ ଏହି ସମସ୍ୟା ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକ, ମହିଳା ଶିଶୁ ବିକାଶ କାର୍ଯ୍ୟାଳୟ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭଳି ଅନେକ ସ୍ଥାନରେ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲାଯିବାକୁ ନିୟମ କରାଯାଇଛି। କିନ୍ତୁ ଏଠାରେ ବ୍ଲକକୁ ଛାଡ଼ିଦେଲେ ଅନ୍ୟ କୌଣସି ସରକାରୀ କାର୍ଯ୍ୟାଳୟରେ ଆଧାର ପଞ୍ଜୀକରଣ କେନ୍ଦ୍ର ନାହିଁ। ତେବେ ବ୍ଲକ କେନ୍ଦ୍ର ବନ୍ଦ ପଛରେ ଷଡ଼ଯନ୍ତ୍ର ରହିଥିବା କୁହାଯାଉଛି। ଆଧାର ପଞ୍ଜୀକରଣ ପାଇଁ କୋଡ୍‌ ପ୍ରଦାନ କରୁଥିବା ସଂସ୍ଥା ମୋଟା ଅଙ୍କର ଉତ୍କୋଚ ନେଇ ଘରୋଇ ଆଧାରକେନ୍ଦ୍ର ଖୋଲିବାକୁ ଅନୁମତି ଦେଉଥିବା ଅଭିଯୋଗ ହେଉଛି। ସରକାରୀ ଭାବେ କେନ୍ଦ୍ରଗୁଡ଼ିକ ଯେଉଁ ସବୁ ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ସେମାନେ ସେ ନିୟମ ନ ମାନି ମନଇଚ୍ଛା ପଞ୍ଜୀକରଣ କରୁଛନ୍ତି। ଏହାଦ୍ୱାରା ସରକାରୀ କେନ୍ଦ୍ର ପ୍ରଭାବିତ ହେଉଛି।
ଆଧାର ସଂଶୋଧନ ପାଇଁ ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନୀୟ ସରପଞ୍ଚ, ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଜଣେ କ୍ଲାସ୍‌ୱାନ ଅଫିସର ଭଳି ଅଧିକାରୀଙ୍କଠାରୁ ପ୍ରମାଣପତ୍ର ଆବଶ୍ୟକ ହେଉଛି। ଏଭଳି କ୍ଷେତ୍ରରେ ଅଧିକାରୀମାନଙ୍କ ଡିଜିଟାଲ ଦସ୍ତଖତ ପଞ୍ଜୀକରଣ କେନ୍ଦ୍ରରେ ଉପଲବ୍ଧ ହେଉନାହିଁ, ଯାହାର ଫାଇଦା ଉଠାଉଛନ୍ତି ଉକ୍ତ କେନ୍ଦ୍ର ପରିଚାଳକମାନେ। ଆବଶ୍ୟକ ଅଧିକାରୀଙ୍କଠାରୁ ଦସ୍ତଖତ କରାଇ ଆଣିବା କହି ଏସବୁ ଅଧିକାରୀଙ୍କ ଜାଲ ସିଲ୍‌ ଓ ଦସ୍ତଖତକୁ କେନ୍ଦ୍ର ପରିଚାଳକମାନେ ବ୍ୟବହାର କରୁଛନ୍ତି। ସେ ବାବଦରେ ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି। ତେଣୁ ଆଧାର କେନ୍ଦ୍ରଗୁଡ଼ିକରେ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଡିଜିଟାଲ ଦସ୍ତଖତ ଉପଲବ୍ଧ କରାଇବାକୁ ଦାବି ହେଉଛି। ଏଥିସହିତ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଆଧାର ପଞ୍ଜୀକରଣ ସୁବିଧା ପ୍ରଦାନ କରାଯାଇ ଚାଲିଥିବା ଆର୍ଥିକ ଶୋଷଣକୁ ବନ୍ଦ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଏ ନେଇ ଓକାକ୍‌ କମ୍ପ୍ୟୁଟର ଲ୍ୟାବର ଜିଲା ସଂଯୋଜକ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ବ୍ଲକରେ ଥିବା ୨ଟି ଆଧାର କେନ୍ଦ୍ର ବନ୍ଦ ରହିଛି। ସେଗୁଡ଼ିକୁ ତୁରନ୍ତ ଖୋଲିବାକୁ ପ୍ରୟାସ କରାଯାଉଛି। ତେବେ ଘରୋଇ ଆଧାର କେନ୍ଦ୍ରଗୁଡ଼ିକର ବୈଧତାକୁ ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri