୧୨ରୁ ଏଏସିସିଆଇର ଗ୍ରୀନ୍‌ କନ୍‌କ୍ଲେଭ

ଭୁବନେଶ୍ୱର,୧୦।୨: ଅନ୍ତର୍ଜାତୀୟ ଶିଳ୍ପ ସଙ୍ଗଠନ ଏସିଆନ୍‌-ଆଫ୍ରିକାନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଏକ ୩ଦିନିଆ ବିଜ୍‌ନେସ ସମ୍ମିଟ ଆଣ୍ଡ ଏକ୍ସପୋ ‘ଗ୍ରୀନ୍‌ କନ୍‌େକ୍ଲେଭ’ ଭୁବନେଶ୍ୱରର ଏକ ୫ତାରକା ହୋଟେଲ ପରିସରରେ ଆୟୋଜନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏକ ଖବରଦାତା ସମ୍ମିଳନୀ ଶୁକ୍ରବାର ପ୍ରେସ୍‌କ୍ଲବ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଏଏସିସିଆଇ ଓଡ଼ିଶା ଶାଖାର ସଭାପତି ଡ.ଲିତା ମହାପାତ୍ର,ଉପସଭାପତି ରାଜେନ୍ଦ୍ର ପରିଡା,ଜଏଣ୍ଟ ସେକ୍ରେଟାରି ସୁସ୍ମିତା ମହାନ୍ତି, ହେଲ୍‌ଥ କମିଟି ଅଧ୍ୟକ୍ଷ ଡ. ଗୌରବ ରାଲହାନ, ହେଲ୍‌ଥ କେୟାର ସର୍ଜିକାଲ କମିଟି ଅଧ୍ୟକ୍ଷ ଡ.ଗରିମା ସରୱଗି, ଲାଇଫ୍‌ ଷ୍ଟାଇଲ ଆଣ୍ଡ୍‌ ଫାଶନ୍‌ କମିଟିର ଅଧ୍ୟକ୍ଷ ସ୍ମିତି ଶ୍ୱେତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀ ୧୨ରୁ ୧୪ ପର୍ଯ୍ୟନ୍ତ ଏହି ବ୍ୟବସାୟିକ ସମ୍ମିଳନୀ ଓ ଗ୍ରୀନ୍‌ ଏକ୍ସପୋ ମେ ଫେୟାର ଲାଗୁନ୍‌ ବାଟିକାଠାରେ ଆୟୋଜିତ ହେବାକୁ ଯାଉଛି। ଅପରପକ୍ଷରେ ଉକ୍ତ ସମ୍ମିଳନୀକୁ ଓଡ଼ିଶା ସରକାର, ଏମ୍‌ଏସ୍‌ଏମ୍‌ଇ, ଇଣ୍ଡଷ୍ଟ୍ରି, ଷ୍ଟାଟ୍‌ଅପ୍‌ ଓଡ଼ିଶା ଏବଂ ଅନ୍ୟାନ୍ୟ ସଂଗଠନଗୁଡିକ ସମର୍ଥନ କରିଛନ୍ତି। ସେହିଭଳି ଏଏସିସିଆଇ ସହଭାଗିତାରେ ୩୦ରୁ ଉର୍ଦ୍ଧ୍ୱ ଡିପ୍ଲୋମାଟ୍ସ ଓ ଅନ୍ତର୍ଜାତୀୟ ପ୍ରତିନିଧିମାନେ ମଧ୍ୟ ଓଡ଼ିଶା ପାଇଁ ବ୍ୟବସାୟର ସୁଯୋଗ ସୃଷ୍ଟି କରୁଛନ୍ତି ଏବଂ ନିବେଶକଙ୍କ ମାଧ୍ୟମରେ ଭାରତର ଅନ୍ୟ ଉଦ୍ୟୋଗୀମାନେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟର ସୁଯୋଗ ସୃଷ୍ଟି କରିବା ସହ ୪୫୦ ଉଦ୍ୟୋଗୀ ଏବଂ ୩୦ରୁ ଊର୍ଦ୍ଧ୍ୱ ପ୍ଲେନାରି ଅଧିବେଶନ ସୃଷ୍ଟି କରିବାର ସୁଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri