ଭୁବନେଶ୍ୱର,୧୦।୨: ଅନ୍ତର୍ଜାତୀୟ ଶିଳ୍ପ ସଙ୍ଗଠନ ଏସିଆନ୍-ଆଫ୍ରିକାନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଏକ ୩ଦିନିଆ ବିଜ୍ନେସ ସମ୍ମିଟ ଆଣ୍ଡ ଏକ୍ସପୋ ‘ଗ୍ରୀନ୍ କନ୍େକ୍ଲେଭ’ ଭୁବନେଶ୍ୱରର ଏକ ୫ତାରକା ହୋଟେଲ ପରିସରରେ ଆୟୋଜନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଏକ ଖବରଦାତା ସମ୍ମିଳନୀ ଶୁକ୍ରବାର ପ୍ରେସ୍କ୍ଲବ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଏଏସିସିଆଇ ଓଡ଼ିଶା ଶାଖାର ସଭାପତି ଡ.ଲିତା ମହାପାତ୍ର,ଉପସଭାପତି ରାଜେନ୍ଦ୍ର ପରିଡା,ଜଏଣ୍ଟ ସେକ୍ରେଟାରି ସୁସ୍ମିତା ମହାନ୍ତି, ହେଲ୍ଥ କମିଟି ଅଧ୍ୟକ୍ଷ ଡ. ଗୌରବ ରାଲହାନ, ହେଲ୍ଥ କେୟାର ସର୍ଜିକାଲ କମିଟି ଅଧ୍ୟକ୍ଷ ଡ.ଗରିମା ସରୱଗି, ଲାଇଫ୍ ଷ୍ଟାଇଲ ଆଣ୍ଡ୍ ଫାଶନ୍ କମିଟିର ଅଧ୍ୟକ୍ଷ ସ୍ମିତି ଶ୍ୱେତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀ ୧୨ରୁ ୧୪ ପର୍ଯ୍ୟନ୍ତ ଏହି ବ୍ୟବସାୟିକ ସମ୍ମିଳନୀ ଓ ଗ୍ରୀନ୍ ଏକ୍ସପୋ ମେ ଫେୟାର ଲାଗୁନ୍ ବାଟିକାଠାରେ ଆୟୋଜିତ ହେବାକୁ ଯାଉଛି। ଅପରପକ୍ଷରେ ଉକ୍ତ ସମ୍ମିଳନୀକୁ ଓଡ଼ିଶା ସରକାର, ଏମ୍ଏସ୍ଏମ୍ଇ, ଇଣ୍ଡଷ୍ଟ୍ରି, ଷ୍ଟାଟ୍ଅପ୍ ଓଡ଼ିଶା ଏବଂ ଅନ୍ୟାନ୍ୟ ସଂଗଠନଗୁଡିକ ସମର୍ଥନ କରିଛନ୍ତି। ସେହିଭଳି ଏଏସିସିଆଇ ସହଭାଗିତାରେ ୩୦ରୁ ଉର୍ଦ୍ଧ୍ୱ ଡିପ୍ଲୋମାଟ୍ସ ଓ ଅନ୍ତର୍ଜାତୀୟ ପ୍ରତିନିଧିମାନେ ମଧ୍ୟ ଓଡ଼ିଶା ପାଇଁ ବ୍ୟବସାୟର ସୁଯୋଗ ସୃଷ୍ଟି କରୁଛନ୍ତି ଏବଂ ନିବେଶକଙ୍କ ମାଧ୍ୟମରେ ଭାରତର ଅନ୍ୟ ଉଦ୍ୟୋଗୀମାନେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟର ସୁଯୋଗ ସୃଷ୍ଟି କରିବା ସହ ୪୫୦ ଉଦ୍ୟୋଗୀ ଏବଂ ୩୦ରୁ ଊର୍ଦ୍ଧ୍ୱ ପ୍ଲେନାରି ଅଧିବେଶନ ସୃଷ୍ଟି କରିବାର ସୁଯୋଗ ରହିଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

