କଟକରେ ଅଜନ୍ତାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୦।୨ (ଅଭୟ ଦାଶ): ଅଜନ୍ତା ଶୁଜ୍‌ସ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କଟକର ବକ୍ସିବଜାରସ୍ଥିତ ବାରପଥରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ ପୋଲିସର କଟକ ଜୋନ୍‌-୨ ଏସିପି ଅମିତାଭ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜନ୍ତା ଶୁଜ୍‌ସର ଡିଜିଏମ୍‌ (ସେଲ୍‌ସ) ତଥାଗତ ଦାସଗୁପ୍ତା, ମାର୍କେଟିଂ ହେଡ୍‌ ବିଶ୍ୱପ୍ରିୟ ନନ୍ଦୀ ଏବଂ ଆର୍‌ଏମ୍‌ ଓଡ଼ିଶା ସୁବାସ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୮୫୦ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ କମ୍ପାନୀର ବ୍ରାଣ୍ଡ ଷ୍ଟୋର ଅଜନ୍ତା ଫୁଟ୍‌ କେୟାର ରାଜ୍ୟର ୨ୟ ପ୍ରିମିୟମ ଷ୍ଟୋର ହୋଇଥିଲାବେଳେ ଇଣ୍ଟ ଇଣ୍ଡିଆରେ ଏହା ୧୫୧ତମ ଷ୍ଟୋର ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିଭଳି ଏଠାରେ ବ୍ରାଣ୍ଡ୍‌ର ସମସ୍ତ ଉତ୍ପାଦ ସହ ଇମ୍ପାକ୍ଟ ସ୍ପୋର୍ଟ ଶୁଜ୍‌ସର ବ୍ୟାପକ ସମ୍ଭାର ଉପଲବ୍ଧ। ଅପରପକ୍ଷରେ ଗ୍ରାହକଙ୍କ ଚାହିଦା ପୂରଣକୁ ପ୍ରାଥମିକତା ଦେବା ସହ ଗୁଣାତ୍ମକ ସେବା ଓ ଉତ୍ପାଦ ଯୋଗାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ବୋଲି ଷ୍ଟୋର ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇ ଲାଇଫର ଡିଜିଟାଲ ଅଭିଯାନ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ‘ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ’ର ବହୁ ପ୍ରତୀକ୍ଷିତ ଡିଜିଟାଲ ଅଭିଯାନ ‘ପାପା ହୈ ନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା...

ଆଜିଠାରୁ ରାଉରକେଲା ବଜାରରେ ଅମୂଲ ସମ୍ଭାର

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାର୍କେଟିିଂ ଫେଡେରେଶନ୍‌ ଲିମିଟେଡ (ଜିସିଏମ୍‌ଏମ୍‌ଏଫ ଲିମିଟେଡ)ର ଅଗ୍ରଣୀ ବ୍ରାଣ୍ଡ୍‌ ‘ଅମୂଲ’ର ନୂତନ ଉତ୍ପାଦ...

ନ୍ୟୁ ରାଜସ୍ଥାନ କଟନ୍‌ଫାବ-୨୦୨୪ ଉଦ୍‌ଘାଟିତ

ଭୁବନେଶ୍ୱର,୧୭।୬ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହରିୟାଣାର କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡିଆଠାରେ...

ଓପୋର ନୂତନ ଉତ୍ପାଦ

ଭୁବନେଶ୍ୱର,୧୭।୬: ଦେଶର ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ୍‌ ତଥା ଓପୋ ଇଣ୍ଡିଆର ନୂତନ ଉତ୍ପାଦ ‘ଏଫ୨୭ ପ୍ରୋ+୫ଜି’ର ସର୍ବଭାରତୀୟ ଉନ୍ମୋଚନ (ଶୁଭାରମ୍ଭ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ...

ସିନେମା-ଟିକେଟ୍‌ ବ୍ୟବସାୟ ଜୋମାଟୋକୁ ବିକ୍ରି କରିବାକୁ ଯୋଜନା କରୁଛି ପେଟିଏମ୍‌: ରିପୋର୍ଟ

ମୁମ୍ବାଇ,୧୬ା୬: ପେଟିଏମ୍‌ ଏହାର ସିନେମା-ଟିକେଟ୍‌ ବ୍ୟବସାୟ ଅନଲାଇନ ଡେଲିଭରି ସଂସ୍ଥା ଜୋମାଟୋକୁ ବିକ୍ରୀ କରିବାକୁ ଆଲୋଚନା କରୁଥିବା ଜଣାପଡିଛି। ବିକ୍ରି ହ୍ରାସ ପାଇଥିବାରୁ କମ୍ପାନୀ ଏକ...

ଲିମ୍‌କା ବୁକ୍‌ ଅଫ୍‌ ରେକଡର୍‌ସରେ ଭାରତୀୟ ରେଳପଥ

ଭୁବନେଶ୍ୱର, ୧୬।୬ (ଅନୁରାଧା ମହାରଣା): ଏକାଧିକ ସ୍ଥାନରେ ଆୟୋଜିତ ଜନସେବା କାର୍ଯ୍ୟକ୍ରମରେ ସବୁଠୁ ଅଧିକ ଲୋକଙ୍କୁ ଏକତ୍ରିତ କରିବା ଲାଗି ଭାରତୀୟ ରେଳପଥ ଲିମ୍‌କା ବୁକ୍‌...

ବଜାରରେ ଅମୂଲର ନୂତନ ଉତ୍ପାଦ ସମ୍ଭାର

ଭୁବନେଶ୍ୱର,୧୬।୬ (ଅଭୟ ଦାଶ): ଦେଶର ପ୍ରମୁଖ ଦୁଗ୍ଧ ଉତ୍ପାଦକ ତଥା ଗୁଜରାଟ କୋ-ଅପରେଟିଭ ମିଲ୍କି ମାେକେଟିିଂ ଫେଡେରେଶନ ଲିମିଟେଡ୍‌ (ଜିସିଏମ୍‌ଏମ୍‌ଏଫ୍‌ ଲିମିଟେଡ୍‌) ର ଅଗ୍ରଣୀ ବ୍ରାଣ୍ଡ...

ବାପାଙ୍କ ପାଇଁ ୩୫% ପିଲା କରିଛନ୍ତି ସ୍ବାସ୍ଥ୍ୟବୀମା

ଭୁବନେଶ୍ୱର,୧୬।୬(ଅନୁରାଧା ମହାରଣା): ବାପାମାନେ ପରିବାରର ମୂଳଦୁଆ ହୋଇଥିବାବେଳେ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ଯଥା ସମ୍ଭବ ପ୍ରଚେଷ୍ଟା କରିଥା’ନ୍ତି। ପିଲାମାନେ ବର୍ତ୍ତମାନ ବାପାଙ୍କ ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri