ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ ଯୁବକ ବର୍ବରତାର ସହ ମାଡ଼ ମାରିଛନ୍ତି। ଆହତ ଯୁବକ ଜଣକ କେରଳ ରାଜ୍ୟ ଆଲେପି ଞ୍ଚଳର ବିଷ୍ଣୁ କୈସ(୩୧) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ସେ ବରଗଡ଼ ଜିଲାର ଏକ ଓ୍ବେଲଡିଂ ଗ୍ୟାରେଜରେ କାମ କରୁଥିଲେ। ତେବେ ସେ ସେଠାରେ କାମ ଛାଡ଼ି ରବିବାର ସକାଳେ ନୂତନ କାମ ସନ୍ଧାନରେ ସମ୍ବଲପୁର ଆସିଥିଲେ। ଧୋବାପଡ଼ା ଅଞ୍ଚଳରେ ସେ ବୁଲୁଥିବା ସମୟରେ ସ୍ଥାନୀୟ ଯୁବକମାନେ ତାଙ୍କୁ ପଚରାଉଚରା କରିଥିଲେ। ମାତ୍ର ଭାଷାଗତ ସମସ୍ୟା ଯୋଗୁ ତାଙ୍କ କଥାବାର୍ତ୍ତାରେ ତାଳମେଳ ରହି ନ ଥିଲା। ତେଣୁ ସ୍ଥାନୀୟ ଲୋକ ସେ ଜଣେ ପିଲା ଚୋର ବୋଲି ସନ୍ଦେହ କରି ସ୍ଥାନୀୟ ଯୁବକମାନେ ତାଙ୍କୁ ତଳେ ପକାଇ ନିର୍ଦ୍ଦୟ ଭାବେ ମାଡ଼ ମାରିବା ସହ ଘୋଷାଡ଼ି ଘୋଷାଡ଼ି ନେଇଥିଲେ। ଏହି ସମଗ୍ର ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଘଟଣା ସମ୍ପର୍କରେ ଖବର ପାଇ କ୍ଷେତରାଜପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବିଷ୍ଣୁଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଚିକିତ୍ସା କରାଇଛି। ତେବେ ଏହି ଆକ୍ରମଣ ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରି ନ ଥିବା ଜଣାପଡ଼ିଛି। ଅପରପକ୍ଷରେ ସାମାନ୍ୟ ସୁସ୍ଥ ଅନୁଭବ କରିବାରୁ ବିଷ୍ଣୁଙ୍କୁ ପୋଲିସ ରାତିରେ ଟ୍ରେନ୍‌ ଯୋଗେ ତାଙ୍କ ନିଜ ଗ୍ରାମ ଘର ଆଲେପିକୁ ପଠାଇ ଦେଇଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

ONGCର ବଡ଼ ସଫଳତା, ଓଡ଼ିଶା ଉପକୂଳରେ ଗ୍ୟାସ୍‌ର ସନ୍ଧାନ

ନୂଆଦିଲ୍ଲୀ,୨୨।୯: ଓଡ଼ିଶା ଉପକୂଳରେ କୋଣାର୍କଠାରୁ ପ୍ରାୟ ୪୩ କି.ମି. ଦୂରରେ ଭାରତୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ଅଏଲ୍‌ ଆଣ୍ଡ୍‌ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେଶନ ଲିଃ (ଓଏନ୍‌ଜିସି) ଗ୍ୟାସ୍‌ର ସନ୍ଧାନ…

ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ଦେହାନ୍ତ

ମୁମ୍ବାଇ, ୨୨।୯: ୧୯୭୦ ଓ ୧୯୮୦ ଦଶକର ବଙ୍ଗଳା ଏବଂ ହିନ୍ଦୀ ସିନେମାକୁ ନିଜର ଦୀପ୍ତିମୟ ଅଭିନୟରେ ସମୃଦ୍ଧ କରିଥିବା ବିଶିଷ୍ଟ ଅଭିନେତ୍ରୀ ମିଠୁ ମୁଖାର୍ଜୀ ଆଉ…

ବିହାର ଅସଦାଚରଣ ମାମଲା: ୩ ଗିରଫ

ପାଟନା, ୨୨।୯: ବିହାରର ଜାମୁଇ ଜିଲାରେ ୧୦ମ ଶ୍ରେଣୀର ୨ଜଣ ଛାତ୍ରୀଛାତ୍ରଙ୍କୁ ଅସଦାଚରଣ ଏବଂ ମାଡ଼ ମାରିବା ଘଟଣାରେ ପୋଲିସ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ, ଆଗତ ହୋଇପାରେ ୬ ବିଲ୍‌

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶା ସରକାରଙ୍କ ସପ୍ତଦଶ ବିଧାନସଭାର ୭ମ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ…

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?