ବାର୍ଥଡେ ପାର୍ଟିରେ ଲୁହା ରଡ଼ରେ ପିଟି ଯୁବକଙ୍କୁ ହତ୍ୟା

ନୂଆଗାଁ, ୧୦।୧: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ପୁରୁଣାପାଣି କଦମଟୋଲା ବସ୍ତିରେ ଶନିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ଜନୈକ ବ୍ୟକ୍ତିଙ୍କ ଘରେ ଜନ୍ମଦିନ ପାଳନ ଅବସରରେ ଗଣ୍ଡଗୋଳ ଘଟି ଜୁଏଲ ସୁରିନ(୪୦) ନାମକ ଜଣେ ଯୁବକଙ୍କୁ ଲୁହାରଡ଼ରେ ପିଟି ହତ୍ୟା କରାଯାଇଛି। ପୋଲିସ ଅଭିଯୁକ୍ତ ଯୁବକ ସୁଜନ ସୁରିନ(୪୧)ଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। କଦମଟୋଲା ବସ୍ତିରେ ଜନ୍ମଦିନ ପାଳନ ଅବସରରେ ନାଚଗୀତ ଚାଲୁଥିଲା। ଏହି ସମୟରେ କୌଣସି ଘଟଣାକୁ ନେଇ ଉକ୍ତ ବସ୍ତିର ଜୁଏଲ ଓ ସୁଜନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଏଥିରେ ଉତ୍ତେଜିତ ହୋଇ ସୁଜନ ଏକ ଲୁହା ରଡରେ ଜୁଏଲଙ୍କ ମୁଣ୍ଡକୁ ବାରମ୍ବାର ଆଘାତ କରିଥିଲେ। ଏଥିରେ ଜୁଏଲ ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ହାତୀବାରି ଥାନାରେ ଏକ ମାମଲା (ନଂ. ୪/୨୧) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲ ଅଫିସ ସମ୍ମୁଖରେ ଆନ୍ଦୋଳନ

କୋକସରା, ୧୮।୧୧ (ଡି.ଏନ.ଏ)- ଦେଶରେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବୁଧବାର ଦେଶବ୍ୟାପି ଆନ୍ଦୋଳନ ଜାରି...

ମିଳିନି କ୍ଷତିପୂରଣ, ଉପଜିଲାପାଳ ଅଫିସ ଘେରିଲେ ଚାଷୀ

ବରଗଡ ଅଫିସ,୨୩।୯- ଚଳିତ ଖରିଫ ଚାଷ ପ୍ରାୟ ଅଧେ ସରିଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଲଖମରା, ଭେଙ୍ଗରାଜପୁର,...

ବିଲୁପ୍ତି ପଥେ ବୈତରଣୀ

କେନ୍ଦୁଝର, ୯ା୯(ସ୍ବ.ପ୍ର.)- ‘ବୁଢା ହେଲୁ, କିନ୍ତୁ କିଛି ବର୍ଷ ହେଲା ବୈତରଣୀ ନଦୀ ଏଭଳି ଅବସ୍ଥା ଦେଖି ନ ଥିଲୁ। ଖରା ଦିନରେ ଶୁଖିଲା ପଡୁଥିବା...

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକ

ବାରିପଦା ଅଫିସ,୫ା୮: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଡ.ପ୍ରଦୀପ କୁମାର ଚାନ୍ଦ ଏଥିରେ...

ସଫା କରିବା ବାହାନାରେ ଚେନ୍‌, କାନଫୁଲ ଲୁଟ୍‌

ଭଣ୍ଡାରିପୋଖରୀ, ୩୧ା୧୨(ଡି.ଏନ୍‌.ଏ.)- ଭଣ୍ଡାରିପୋଖରୀ ଥାନା ଦକ୍ଷିଣବାଡ଼ ପଞ୍ଚାୟତ ଫତେପୁର ଗ୍ରାମରେ ସୁନା, ରୁପା ସଫା କରିଦେବା କହି ଜଣେ ମହିଳାଙ୍କଠାରୁ ଦୁଇଜଣ ଯୁବକ ସୁନାହାର ଓ...

ବିପଦସଙ୍କୁଳ ରାମିଆଳ ସେତୁ

କାମାକ୍ଷାନଗର, ୨୩।୬(ଡି.ଏନ୍‌.ଏ.) – କାମାକ୍ଷାନଗର ସଦରରୁ ପରଜଙ୍ଗକୁ ସଂଯୋଗ କରୁଥିବା ୫୩ନଂ. ଜାତୀୟ ରାଜପଥର ଆଳତୁମାଠାରେ ରାମିଆଳ ନଦୀ ଉପରେ ନିର୍ମାଣ ସେତୁ ବିପଦସଙ୍କୁଳ ହୋଇପଡ଼ିଛି।...

୨୩ ଦିନରେ ରାଜଧାନୀରେ ତୃତୀୟ ହତ୍ୟାକାଣ୍ଡ: ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା

କଟକରୋଡ୍‌ (ଡି.ଏନ୍‌.ଏ.)/ ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ସୋମବାର ଜଣେ ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ...

କ୍ଷେତରେ ଲହଡ଼ି ମାରୁଛି ବର୍ଷାଜଳ

ଆରଡି,୩ା୫(ଡି.ଏନ୍‌.ଏ.)- ଲକ୍‌ଡାଉନର ପ୍ରଭାବ ଯୋଗୁଁ ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ସାଆଁଳପୁର ଗ୍ରାମରେ ପାଚିଲା ଧାନକଟାରେ ସମସ୍ୟା ଉପୁଜିଛି। ଏହା ସାଙ୍ଗକୁ ପ୍ରାୟ ଏକ...

Play 250+ Trending Games
Archives

Model This Week

Why Dharitri