ବନ୍ଧୁତ୍ୱବାଦ ଓ ଦୁର୍ନୀତିର ବିଶ୍ୱ

ନିମ୍ନଲିଖିତ ସ୍ଥିତି ବିଷୟରେ ଟିକେ ଭାବନ୍ତୁ। ରାଜନୈତିକ କ୍ଷମତା ପରିସର ବାହାରର ଜଣେ ବ୍ୟକ୍ତି ଦୁର୍ନୀତି ମୂଳୋପତ୍ାଟନ କରିବାର ପ୍ରତିଶ୍ରୁତି ଦେଇ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଜିତେ। ଯଦିଓ ଏହା ଏକ ବାସ୍ତବ ଉଦ୍ଦେଶ୍ୟ, ସେଥିପାଇଁ ସେମାନେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସରକାର ଓ ବିରୋଧୀ ରାଜନୈତିକ ଦଳର ସମାଲୋଚକ ଉପରେ ଧ୍ୟାନ ଦେବା ସବୁଠୁ ଭଲ ବୋଲି ସେମାନେ ଶୀଘ୍ର ଅନୁଭବ କରିବେ, କାରଣ ସେମାନେ ଜାଣନ୍ତି ନିଜ ବନ୍ଧୁଙ୍କୁ ଅନୁସରଣ କରିବା ରାଜନୈତିକ ଆଧାରକୁ ନଷ୍ଟ କରିଦିଏ। ଏଣୁ ଏହି ବନ୍ଧୁତ୍ୱବାଦ ବିହନ ବୁଣିବା ଭଳି ମୂଳ ଯୋଜନାର ଅପ୍ରତ୍ୟାଶିତ ପରିଣାମ ରହିଛି। ଏପରି କି ଦୁର୍ନୀତିକୁ ଟାର୍ଗେଟ କରିବାବେଳେ ନେତାମାନେ ବନ୍ଧୁମାନଙ୍କୁ ସୁରକ୍ଷା ଦେଇ ଓ ସହଯୋଗୀମାନଙ୍କ ସପକ୍ଷରେ କାର୍ଯ୍ୟ କରି କ୍ଷମତାରେ ସେମାନଙ୍କ ଶକ୍ତି ଦୃଢ଼ କରନ୍ତି। ଫଳରେ ଦେଶ ଧୀରେ ଧୀରେ ଏକଚ୍ଛତ୍ରବାଦ ଆଡ଼କୁ ଗତିକରେ। ଶେଷରେ ଦୁର୍ନୀତି କମିବା ବଦଳରେ ବଢ଼ିଚାଲେ। ଏହି ବିଷୟ ବିକଶିତ ଓ ବିକାଶଶୀଳ ଦେଶଗୁଡ଼ିକରେ ବହୁବାର ଘଟିବା ଲକ୍ଷ୍ୟ କରାଯାଇଛି। ବାସ୍ତବରେ ଏଭଳି ଏକ ପରିବର୍ତ୍ତନ ରାଜନୈତିକ ନେତାଙ୍କ ନିଜ ଦେଶରେ ବଡ଼ ନକାରାମତ୍କ ପ୍ରଭାବ ପକାଇପାରେ। ଏବକାର ଜଗତୀକରଣ ବିଶ୍ୱରେ ବନ୍ଧୁତ୍ୱବାଦର ପରିଣାମ ବହୁ ସମୟରେ ଦେଶ ବାହାରକୁ ବ୍ୟାପିଯିବା ଦେଖାଯାଏ।
ରୁଷିଆର ଉଦାହରଣ ନିଆଯାଉ। ପ୍ରଧାନମନ୍ତ୍ରୀ ଭାବେ ହେଉ କିିମ୍ବା ରାଷ୍ଟ୍ରପତି, ଭ୍ଲାଡିମିର ପୁଟିନ୍‌ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ କ୍ଷମତାରେ ରହି ଏକ ଧନିକତନ୍ତ୍ର ଶାସନ ପ୍ରତିଷ୍ଠା କରିଛନ୍ତି, ଯାହା ବିଶେଷକରି ବନ୍ଧୁତ୍ୱ ପୁଞ୍ଜିବାଦର ଏକ କ୍ଷତିକାରକ ସ୍ବରୂପ ଭାବେ ପ୍ରତୀୟମାନ ହୋଇଛି। ତାଙ୍କ ବନ୍ଧୁ ଓ ସହଯୋଗୀମାନେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ରୁଷିଆ ସମ୍ପତ୍ତିର ସିଂହଭାଗ ଦଖଲ କରିଥିବାବେଳେ ସାଧାରଣ ରୁଷୀୟମାନେ ଏକ ସ୍ଥିର ଓ ମାନ୍ଦା ଅର୍ଥ ବ୍ୟବସ୍ଥାରେ ରହିଥିବା ଅନୁଭବ କରୁଛନ୍ତି। ରୁଷିଆର ୟୁକ୍ରେନ୍‌ ଉପରେ ଆକ୍ରମଣର ପରିଣାମ ହେଉଛି ପୁଟିନ୍‌ଙ୍କ ଦୁର୍ନୀତି ଏକ ବୈଶ୍ୱିକ ସମସ୍ୟାକୁ ପରିବର୍ତ୍ତନ ହୋଇଛି ଓ ଏହା ସାରା ୟୁରୋପ, ଆଫ୍ରିକା, ଏସିଆ ଏବଂ ଆମେରିକାରେ ଲଗାତର ପ୍ରତିଧ୍ୱନିତ ହୋଇ ଚାଲିଛି। ବିଶେଷକରି ଏହି ଧାରାକୁ ଯେଉଁ ନେତାମାନେ ସଞ୍ଚାଳିତ କରିଛନ୍ତି, ସେମାନଙ୍କୁ ଦାୟୀ କରିବା ବାସ୍ତବ କାର୍ଯ୍ୟ ହୋଇଛି। କିନ୍ତୁ ବନ୍ଧୁତ୍ୱବାଦ ହଟାଇବାକୁ ଆମକୁ ପ୍ରଥମେ ନୂତନ କାର୍ଯ୍ୟପଦ୍ଧତି ବିକାଶ କରିବାକୁ ହେବ। ପଦକ୍ଷେପ ଢାଞ୍ଚାର ବିଚାରଧାରାରେ ଉନ୍ନତି ଆଣିବାକୁ ପଡ଼ିବ, ଯାହା ନେତାମାନଙ୍କୁ ବନ୍ଧୁତ୍ୱବାଦ ଓ ବ୍ୟାପକ ଦୁର୍ନୀତିର ରାସ୍ତାରୁ ହଟିଯିବା ଲାଗି ପ୍ରେରିତ କରିବ।
ଇଣ୍ଡୋନେସିଆର ଇତିହାସ ପରିବର୍ତ୍ତନ ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତମୂଳକ ବିଷୟ। ଏହା ରାଜନୈତିକ ନେତାଙ୍କୁ ବନ୍ଧୁତ୍ୱବାଦକୁ କୋଳେଇ ନେବା ଲାଗି ଉତ୍ସାହିତ କରେ। ୧୯୬୦ ଦଶନ୍ଧିର ମଧ୍ୟଭାଗରେ ଆମେରିକା ସମର୍ଥନ ବଳରେ ଏକଚ୍ଛତ୍ରବାଦୀ ସୁହାର୍ତ୍ତୋ କ୍ଷମତା ଦଖଲ କରିଥିଲେ। ସେହି ସମୟରେ ସେ ତାଙ୍କ ପୂର୍ବର ଶାସକ ସୁକର୍ଣ୍ଣଙ୍କ ଦୁର୍ନୀତିକୁ ଶେଷ କରିଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସୁହାର୍ତ୍ତୋଙ୍କ ପାଶ୍ଚାତ୍ୟ ପ୍ରୀତି, ବ୍ୟବସାୟିକ ବନ୍ଧୁତାର ନୂଆ ବ୍ୟବସ୍ଥା ପୂର୍ବ ଶାସକଙ୍କ ଭଳି ଦୁର୍ନୀତିଗ୍ରସ୍ତ ଏବଂ କ୍ରୂର ପ୍ରମାଣିତ ହେଲା। ସେହିପରି ପୁଟିନ୍‌ ତାଙ୍କ ପୂର୍ବ ଶାସକ ବୋରିସ୍‌ ୟେଲଷ୍ଟିନଙ୍କ ସମୟରେ ସୃଷ୍ଟି ହୋଇଥିବା ରାଜନୈତକ ପ୍ରଭାବଶାଳୀ ଧନିକ ବର୍ଗଙ୍କୁ ଜାଣିଶୁଣି ଅସୁବିଧାରେ ପକାଇଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସ୍ଥାନ ଦେଇ ଏହାର ପରିସମାପ୍ତି ଘଟାଇବା ପ୍ରକାଶ କଲେ।
ଏହି ମହତ୍ତ୍ୱପୂର୍ଣ୍ଣ ତଥା ଗୁପ୍ତ ପ୍ରକ୍ରିୟାକୁ ବୁଝିବାକୁ ହେଲେ ଆମକୁ ଧରିନେବାକୁ ହେବ ଯେ,ଏହି ନେତାମାନେ ମଜଭୁତ ସ୍ଥିତିରେ ଥିବା ଦୁର୍ନୀତିର ମୁକାବିଲା କାରିବାକୁ ପ୍ରକୃତରେ ପ୍ରତିବଦ୍ଧ ଥିଲେ, ଯେହେତୁ କ୍ଷମତାକୁ ଆସିଥିବା ଅନେକ ରାଜନୈତିକ ନେତା ବି ଏହା କରି ଦେଖାଇଛନ୍ତି। ଏହା ନିଃସନ୍ଦେହ ଯେ, ବ୍ୟବସାୟ ଓ ରାଜନୈତିକ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଥିବା ପାରସ୍ପରିକ ନିର୍ଭରଶୀଳତାର ସମ୍ପର୍କ ଛିନ୍ନ କରିବା ଅତି ଜଟିଳ। ଏହା କରିବାକୁ ଅନେକ ଉପାୟ ଅଛି ବୋଲି ନିକଟରେ ଭିଏନା ବିଶ୍ୱବିଦ୍ୟାଳୟର ଅର୍ଥନୀତିଜ୍ଞ ଡିମିଟ୍ରି କିଞ୍ଜାଜେଭ Dmitriy Knyazevଙ୍କ ଦ୍ୱାରା କରାଯାଇଥିବା ଏକ ଅନୁଧ୍ୟାନ ସ୍ପଷ୍ଟ କରିଛି। ଉଦାହରଣ ସ୍ବରୂପ, ସରକାରୀ ଅଧିକାରୀମାନେ ଦୁର୍ନୀତି କଲେ ସେମାନଙ୍କ ଉପରେ ନୀତି ନିର୍ଦ୍ଧାରକମାନେ ଜରିମାନା ଲଗାଇପାରିବେ କିମ୍ବା ଏହି ଅପରାଧ ସମ୍ପର୍କରେ ଯେଉଁ ନାଗରିକ ଜଣାଇବେ, ସେମାନଙ୍କୁ ପୁରସ୍କାର ଦେଇପାରିବେ। ଦୁର୍ନୀତିରେ ଉବୁଟୁବୁ ଦେଶଗୁଡ଼ିକରେ ସମ୍ଭାବ୍ୟ ସଦିଗ୍ଧଙ୍କ ଉପରେ ତଦନ୍ତ ଓ ମକଦ୍ଦମା କରିବା ଲାଗି ନେତାମାନଙ୍କର ଅଭାବ ନାହିଁ। ଏହା ସମ୍ଭବ ହେଲେ ବି ବାସ୍ତବରେ ତାହା ହୋଇ ପାରୁନାହିଁ। ନିକଟରେ ମୁଁ ଏକ ରିପୋର୍ଟରେ ପ୍ରକାଶ କରିଥିଲି ଯେ, ଅଧିକ ଯାଞ୍ଚ ସମସ୍ୟା ବଢ଼ାଇପାରେ। ତର୍କଟି ଅତି ସରଳ। ଏକ ଦୁର୍ନୀତି ବିରୋଧୀ ମଞ୍ଚରେ କ୍ଷମତାକୁ ଆସିବା ପରେ ନେତାମାନେ ଅନୁଭବ କରନ୍ତି ଯେ, ପ୍ରତ୍ୟେକଙ୍କ ବିରୋଧରେ ଯାଇ ଦୁର୍ନୀତିକୁ ମୁକାବିଲା କରିବା ଅର୍ଥ ନିଜ ସମର୍ଥକଙ୍କୁ ହରାଇବା। ଏଣୁ ଯେପର୍ଯ୍ୟନ୍ତ ଜଣେ ରାଜନୈତିକ ନେତା ଯାହା ଭାବନ୍ତି ତାହା କରିବାକୁ ଦୃଢ଼ନିଶ୍ଚିତ ନ ରୁହନ୍ତି, ସେତେବେଳେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଓ ସେମାନଙ୍କ ଅନୁଗାମୀମାନଙ୍କୁ ଅସୁବିଧାରେ ପକାଇବାବେଳେ ସାଥୀ ଓ ବିଶ୍ୱସ୍ତମାନଙ୍କୁ ଛାଡ଼ିଦିଅନ୍ତିି। ଏହା ହିଁ ସେମାନଙ୍କର ଦୁର୍ନୀତି ବିରୋଧୀ ଲଢ଼େଇର ଉପାୟ! ବାସ୍ତବରେ ଅଧିକ ଯାଞ୍ଚ ପରିସରରେ ଥିବା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଦୁର୍ନୀତି ରହିପାରେ, କିନ୍ତୁ ଯେଉଁ ସହଯୋଗୀ ଓ ବନ୍ଧୁମାନେ ଅନୁଭବ କରନ୍ତି ଯେ ସେମାନେ ସୁରକ୍ଷିତ, ସେମାନଙ୍କ ମଧ୍ୟରେ ବାସ୍ତବରେ ଏହା ବୃଦ୍ଧିପାଇବ। ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦୁର୍ନୀତିର ପରିବର୍ତ୍ତନୀୟ ସ୍ଥିତିକୁ ନେଇ ସାମୂହିକ ଦୁର୍ନୀତି ଓ ବନ୍ଧୁତ୍ୱବାଦ ଅଧିକ ହୋଇପାରେ।
ଏଭଳି ଏକ ପରିଣାମକୁ ରୋକିବାକୁ ହେଲେ ସରକାରଙ୍କୁ ଏକ ସ୍ବାଧୀନ ସଂସ୍ଥା ଗଢ଼ିବାକୁ ହେବ, ଯାହାକୁ ବେଆଇନ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ଦାୟିତ୍ୱ ଦେବା ଦରକାର। ଏହାହିଁ ମୁଖ୍ୟ ଆବଶ୍ୟକତା। ସିଙ୍ଗାପୁରର କରପ୍‌ସନ ପ୍ରାକ୍ଟିସେସ୍‌ ଇନ୍‌ଭେଷ୍ଟିଗେଶନ ବ୍ୟୁରୋ (ସିପିଆଇବି) ୧୯୫୨ରେ ପ୍ରତିଷ୍ଠା ହୋଇଥିଲା। ତଦନ୍ତ ଏବଂ ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ମାମଲା ଆରମ୍ଭ କରିବାକୁ ଏକ ସରକାରୀ ସଂସ୍ଥାକୁ ଆବଶ୍ୟକ ସ୍ବାଧୀନତା ପ୍ରଦାନ କରି ସଶକ୍ତ କରିବାର କି ଲାଭ ମିଳେ ତାହାର ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ ହେଉଛି ସିପିଆଇବି। ତେବେ ସିଙ୍ଗାପୁରର ରାଜନୈତିକ ବ୍ୟବସ୍ଥାରେ ଅଧିକ ତ୍ରୁଟି ରହିଥିଲେ ବି ସିପିଆଇବି ଦୁର୍ନୀତି ମୁକାବିଲାରେ ଆଖିଦୃଶିଆ ପ୍ରଗତି ହାସଲ କରିଛି।
ପରସ୍ପର ସହ ସଂଯୋଜିତ ହୋଇ ରହିଥିବା ଏବକାର ବିଶ୍ୱରେ ପ୍ରତ୍ୟେକ ଦେଶ ପାଇଁ ତା’ ସୀମା ଭିତରେ ଦୁର୍ନୀତି ବିରୋଧରେ ଲଢ଼ିବା ଯଥେଷ୍ଟ ହେବ ନାହିଁ। କୌଣସି ଦେଶରେ ବନ୍ଧୁତ୍ୱବାଦ ଓ ଦୁର୍ନୀତିର ଦୀର୍ଘମିଆଦୀ ଆର୍ଥିକ ପରିଣାମର ସମ୍ଭାବନା ଅଛି। ସେଥିପାଇଁ ଏହି ଆହ୍ବାନର ସମାଧାନ କରିବା ଲାଗି ଏକମାତ୍ର ଉପାୟ ହେଉଛି ବହୁରାଷ୍ଟ୍ର ଭାଗୀଦାରି। ଏହା ନିଶ୍ଚିତ ଯେ, ବିଶ୍ୱ ସ୍ତରରେ ଦୁର୍ନୀତି ବିରୋଧୀ ଲଢ଼େଇ ପଥରେ ଅନେକ ବାଧା ଅଛି। ଏଣୁ କଠୋର ଅନ୍ତଃରାଷ୍ଟ୍ରୀୟ ନିୟମାବଳୀ ଉପରେ ଚୁକ୍ତି କରିବା ଏହା ଉତ୍ତମ ହେବ।

– କୌଶିକ ବସୁ
ପୂର୍ବତନ ଅର୍ଥନୀତିଜ୍ଞ, ବିଶ୍ୱବ୍ୟାଙ୍କ
ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା,
ଭାରତ ସରକାର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri