‘ଜଣେ ମହିଳା ଆମେରିକା ରାଷ୍ଟ୍ରପତି ହେବେ’

ଓ୍ବାଶିଂଟନ,୧୦।୨: ୨୦୨୪ରେ ଆମେରିକାରେ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ କିମ୍ବା ରିପବ୍ଳିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ହୋଇପାରିବେ ନାହିଁ। ଜଣେ ମହିଳା ହିଁ ଦେଶର ଏହି ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ବୋଲି ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ନିକ୍କି ହାଲ କହିଛନ୍ତି। ନିକ୍କିଙ୍କ ମତରେ ସେ କିମ୍ବା କମଳା ହାରିସ୍‌ ରାଷ୍ଟ୍ରପତି ହୋଇପାରନ୍ତି। ରିପବ୍ଲିକାନ୍‌ ଦଳର ପ୍ରାର୍ଥତ୍ତ୍ୱ ଦୌଡ଼ରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିବା ନିକ୍କି ହାଲି ଏହା କହିଛନ୍ତି। ଟ୍ରମ୍ପ୍‌ ନେଭାଡା ଏବଂ ଭିର୍ଜିନ୍‌ ଆଇଲାଣ୍ଡ ପ୍ରାଇମେରି ଜିତି ଏପର୍ଯ୍ୟନ୍ତ ପ୍ରାଇମେରି ରେସ୍‌ରେ ଅପରାଜିତ ରହିଥିବା ସତ୍ତ୍ୱେ ନିକ୍କି ହ୍ବାଇଟ୍‌ ହାଉସ୍‌ ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ଆସନ୍ତା ୨୪ରେ ନିକ୍କିଙ୍କ ନିଜ ରାଜ୍ୟ ସାଉଥ୍‌ କାରୋଲିନାରେ ରିପବ୍ଲିକାନ୍‌ ପ୍ରାଇମେରି ହେବାକୁ ଥିବାବେଳେ ସେଠାରେ ମଧ୍ୟ ତାଙ୍କ ପ୍ରତି ଭଲ ସମର୍ଥନ ନ ଥିବା ଜଣାପଡ଼ିଛି। ଫକ୍ସ ନ୍ୟୁଜ୍‌କୁ ନିକ୍କି କହିଛନ୍ତି, ସେ ଦୁଇଥର ଟ୍ରମ୍ପ୍‌ଙ୍କୁ ଭୋଟ ଦେଇଥିଲେ ଏବଂ ତାଙ୍କ ପ୍ରଶାସନରେ ଜାତିସଂଘ ରାଷ୍ଟ୍ରଦୂତ ରହିଥିବାରୁ ଗର୍ବିତ। ତେବେ ଅବ୍ୟବସ୍ଥା ଟ୍ରମ୍ପ୍‌ଙ୍କ ପିଛା ଛାଡ଼ୁନି। ଆମେ ଦେଶକୁ ଆଉ ୪ ବର୍ଷ ଏଭଳି ଅବ୍ୟବସ୍ଥା ମଧ୍ୟରେ ଛାଡ଼ିଦେଇପାରିବା ନାହିଁ। କୋର୍ଟ ମାମଲାରେ ଛନ୍ଦି ହୋଇଥିବା ଟ୍ରମ୍ପ୍‌ ସାଧାରଣ ନିର୍ବାଚନ ଜିତିପାରିବେ ନାହଁ, ଏହା ସତ୍ୟ ବୋଲି ନିକ୍କି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକାରେ ବାଧକ ସାଜିଛି ଲଘୁଚାପ ବର୍ଷା, ସମୁଦ୍ରରୁ କୂଳକୁ ଫେରୁଛନ୍ତି ମତ୍ସ୍ୟଜୀବୀ

ମହାକାଳପଡ଼ା,୬ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଭୀଷଣ ବର୍ଷା…

ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକରେ ଗୁରୁତ୍ବପୂର୍ଣ୍ଣ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ, କର୍ଡନ ପାସକୁ ନେଇ କଡ଼ା ନିର୍ଦ୍ଦେଶ

ଭୁବନେଶ୍ବର,୬।୭: ପାଖେଇ ଆସୁଛି ରଥଯାତ୍ରା । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ରଥଯାତ୍ରା ସମୀକ୍ଷା ବୈଠକ କରିଛନ୍ତି ।  କର୍ଡନ ପାସ୍ ଉପରେ…

ପ୍ରଥମେ ଝଗଡ଼ା, ଆଉ ଏବେ ଟ୍ରମ୍ପ ମେଲୋନି ନିଜକୁ ପ୍ରଶଂସା କରୁଥିବାର ଏକ ଫଟୋ ଶେୟାର କରିଛନ୍ତି, ଇଟାଲୀୟ ପ୍ରଧାନମନ୍ତ୍ରୀ କ୍ୟାପସନ ଦେଖିଲେ…

ଓ୍ବାଶିଂଟନ,୬।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିୟା ମେଲୋନିଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ ସୋସିଆଲରେ…

NATO ସମିଟ୍ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୮ ମୃତ

ମସ୍କୋ,୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପରେ ଉପସାଗରୀୟ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାରି…

କେଉଁଠି ଲୁଚିଛନ୍ତି ମୋଜତାବା ଖାମେନେଇ? ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ; ପୂର୍ବତନ ସର୍ବୋଚ୍ଚ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ଅନ୍ୟ ତିନି ପୁଅ

ତେହରାନ,୬।୭: ପୂର୍ବତନ ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ଇରାନରେ ଚାଲିଛି। ତାଙ୍କୁ ଜୁଲାଇ ୯ରେ କବର ଦିଆଯିବାର କାର୍ଯ୍ୟକ୍ରମ ରହିଛି, ତାଙ୍କ ଅସ୍ଥିକୁ ସାଧାରଣ…

ରାଇକିଆ ବ୍ଲକରେ ଲଗାଣ ବର୍ଷା; ପାଞ୍ଚ ଦିନ ହେଲା ଶିକ୍ଷାଦାନ ବନ୍ଦ, ବିଦ୍ୟୁତ-ମୋବାଇଲ୍ ସେବା ବାଧାପ୍ରାପ୍ତ

ରାଇକିଆ,୬ା୭(ପ୍ରଦୀପ ବେହେରା): ଗତ ପାଞ୍ଚ ଦିନ ହେଲା କନ୍ଧମାଳ ଜିଲାରେ ଅବିଶ୍ରାନ୍ତ ବର୍ଷା ବେହାଲ କରିଛି । ଏହାର ପ୍ରଭାବ ରାଇକିଆ ବ୍ଲକରେ ମଧ୍ୟ ଦେଖିବାକୁ ମିଳିଛି…

ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ…

ଖାମେନେଇଙ୍କ ପାଇଁ ପ୍ରାର୍ଥନାରେ ଯୋଗଦେଲେ ଇରାନର ସବୁ ଶୀର୍ଷ ଅଧିକାରୀ

ତେହରାନ,୬ା୭: ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ପ୍ରାର୍ଥନା ରବିବାର ରାଜଧାନୀ ତେହରାନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ସେଥିରେ ଦେଶର ସମସ୍ତ ଶୀର୍ଷ ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri