ସିଗାରେଟ୍‌ ପାଇଁ ଉଲଗ୍ନ

ମସ୍କୋ, ୧୭ା୨:ବିମାନରେ ଧୂମପାନ କରିବା ଲାଗି ମନା କରିବାରୁ ରୁଷିଆର ଷ୍ଟାଭରୋପୋଲରୁ ମୋସ୍କୋ ଅଭିମୁଖେ ବିମାନ ଯାତ୍ରା କରୁଥିବା ଜଣେ ମହିଳା ଉଲଗ୍ନ ହୋଇପଡ଼ିଛନ୍ତି। ମହିଳାଙ୍କ ଏ ପ୍ରକାର ଆଚରଣ ପାଇଁ ବିମାନର ଅନ୍ୟଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ହଟହଟା ହେବାକୁ ପଡ଼ିଛି। ଆଞ୍ଜେଲିକା ମୋସ୍କଭିଟିନା (୪୯) ନାମ୍ନୀ ମହିଳା ଏରୋଫ୍ଲୋଟ ଫ୍ଲାଇଟ୍‌ରେ ଯାତ୍ରା କରୁଥିବାବେଳେ ସିଗାରେଟ ଟାଣିବା ପାଇଁ ନିଜକୁ ଟଏଲେଟ୍‌ରେ ବନ୍ଦ କରିଥିଲେ। ବିମାନ ଆଲାରାମ ବାଜିବା ପରେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ମୋସ୍କଭିଟିନାଙ୍କୁ ବିମାନରେ ସିଗାରେଟ୍‌ ଟାଣିବାକୁ ମନା କରିଥିଲେ। କିନ୍ତୁ ତାଙ୍କର ଏକା ଜିଦ୍‌ ଥିଲା ଯେମିତି ହେଲେ ବି ସେ ସିଗାରେଟ ଟାଣିବେ। ଶେଷରେ ସେ ଉଲଗ୍ନ ହେବାକୁ ମଧ୍ୟ ପଛାଇ ନ ଥିଲେ।
ରୁଷିଆର ଏରୋଫେ୍‌ଲାଟ ଫ୍ଲାଇଟ୍‌ ଷ୍ଟାଭରୋପୋଲରୁ ମୋସ୍କୋ ଅଭିମୁଖେ ଯାତ୍ରା କରୁଥିଲା। ୩୩,୦୦୦ଫୁଟ ଉଚ୍ଚତାରେ ଉଡ଼ୁଥିବା ବିମାନରେ ମହିଳା ଜଣକ ସିଗାରେଟ ଟାଣିବା ପାଇଁ ଜିଦ୍‌ କରିଥିଲେ। ଏପରି କାର୍ଯ୍ୟରୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ଯୁବ କ୍ରିଉ ମେମ୍ବରଙ୍କୁ ମଧ୍ୟ ସେ କାମୁଡ଼ିଥିଲେ। ଶେଷରେ ସେ ଅନ୍ୟ ଯାତ୍ରୀଙ୍କ ସାମ୍ନାରେ ଦେହରୁ ଟପ୍ସ ଖୋଲି ଉଲଗ୍ନ ହୋଇଯାଇଥିଲେ। ଖାଲି ସେତିକି ନୁହେଁ ମୋସ୍କଭିଟିନା କକ୍‌ପିଟ୍‌ (ବିମାନର ଡେସ୍କ ବୋର୍ଡ, ଯେଉଁଥିରେ ଥିବା ସୁଇଚ୍‌ ଯୋଗେ ବିମାନ ନିୟନ୍ତ୍ରିତ ହୋଇଥାଏ) ଖୋଲିବା ଲାଗି ମଧ୍ୟ ଚେଷ୍ଟା କରିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ଟପ୍ସ ଖୋଲି ବାହାର କରିବା ଦେଖି ବିମାନରେ ଏ ପ୍ରକାର ଅଶୋଭନୀୟ ଆଚରଣ କରିବା ଅନୁଚିତ୍‌, ଛୋଟ ପିଲାମାନେ ମଧ୍ୟ ଏଠାରେ ଅଛନ୍ତି। ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ। ଏପରି କରି ସେ ବିମାନ ଯାତ୍ରାର ନିୟମ ଉଲ୍ଲଂଘନ କରୁଥିବା ଜଣେ କ୍ରିଉ ମେମ୍ବର କହିଥିଲେ। ଏହାର ଉତ୍ତରରେ ମୋସ୍କଭିଟିନା କହିଥିଲେ ଯେ, ମୁଁ ଛୋଟ ପିଲାଙ୍କୁ ଭଲପାଏ। ମୁଁ ଜାଣିଛି ଏହାପରେ ମୁଁ ମେଣ୍ଟାଲ ହସ୍ପିଟାଲ କିମ୍ବା ଜେଲ ଯିବି। କିନ୍ତୁ ଯାହାହେଲେ ବି ମୁଁ କକ୍‌ପିଟ୍‌କୁ ଯିବି। କ୍ରିଉ ମୋସ୍କଭିଟିନାଙ୍କୁ ଶାନ୍ତ କରିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିମାନ ଭିତରେ ଉଲଗ୍ନ ହୋଇ ସେ ଚିତ୍କାର କରିବା ବନ୍ଦ କରୁ ନ ଥିଲେ। ଶେଷରେ ଜଣେ ମହିଳା କ୍ରିଉ ଏକ କପଡ଼ାରେ ତାଙ୍କ ଦେହକୁ ଢାଙ୍କି ଥିଲେ ଏବଂ ତାଙ୍କ ହାତରେ ପ୍ଲାଷ୍ଟିକ୍‌ ହାଣ୍ଡକଫ୍‌ ପିନ୍ଧାଇଥିଲେ। ବିମାନରେ ଥିବା ଡାକ୍ତର କିଛି ସମୟ ପାଇଁ ମୋସ୍କଭିଟିନାଙ୍କୁ ମୋନିଟର କରିଥିଲେ। ମସ୍କୋର ଶେରେମେଟିଇଭୋ ବିମାନ ବନ୍ଦରରେ ଫ୍ଲାଇଟ୍‌ ଲ୍ୟାଣ୍ଡ କଲା ପରେ ପୋଲିସ ତାଙ୍କୁ ଅଟକାଇ ରଖିଥିଲା। ବିମାନରେ ଏ ପ୍ରକାର ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମ ଲାଗୁ କରାଯିବାର ଆବଶ୍ୟତା ରହିଥିବା ଏରୋଫ୍ଲୋଟ ଫ୍ଲାଇଟ୍‌ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏଆଇ ସାହାଯ୍ୟରେ ପ୍ଲାଣ୍ଟ ଇମ୍ୟୁନିଟି ସିଷ୍ଟମ୍‌ ପ୍ରସ୍ତୁତ କଲେ ଚାଇନା ଗବେଷକ

ବେଜିଂ, ୨୪ା୮: ଫସଲକୁ ସାଂଘାତିକ ରୋଗ ଏବଂ ଜୀବାଣୁ, ଭୂତାଣୁ ଓ କବକ ଆକ୍ରମଣରୁ ରକ୍ଷା କରିବା ପାଇଁ ଚାଇନା ଗବେଷକମାନେ କୃତ୍ରିମ ପ୍ରତିରୋଧକ ବ୍ୟବସ୍ଥା ବିକଶିତ…

ସାଉଦି-ପାକ୍‌-ତୁର୍କୀ ପ୍ରତିରକ୍ଷା ମେଣ୍ଟରେ ସାମିଲ ହେବାକୁ ବାଂଲାଦେଶ ଆଗ୍ରହୀ

ନୂଆଦିଲ୍ଲୀ,୨୪ା୮: ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟରେ ନିକଟରେ ପ୍ରତିରକ୍ଷା ମେଣ୍ଟ ହୋଇଥିବାବେଳେ ସେଥିରେ ସାମିଲ ହେବା ଲାଗି ବାଂଲାଦେଶ ଆଗ୍ରହୀ ଥିବା ଏହାର ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri