ପରିବେଶ ପାଇଁ ବୈଶ୍ୱିକ ସ୍ବର ପାଲଟିଥିବା ଯୋଦ୍ଧା

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ପରିବେଶ ଯୋଦ୍ଧା, କ୍ଲାଇମ୍‌ଆକ୍ଟ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ହିତା ଲଖାନୀ। ସେ ପୃଥିବୀର ଅନେକ ବୈଶ୍ୱିକ ମଞ୍ଚରେ ଭାରତୀୟ ଜଳବାୟୁ ପରିବର୍ତ୍ତନ ଆକ୍ଟିଭିଷ୍ଟମାନଙ୍କ ପ୍ରତିନିଧିତ୍ୱ କରିଆସିଛନ୍ତି। ଓମେନ୍ସ କ୍ଲାଇମେଟ୍‌ କଲେକ୍ଟିଭ୍‌ ସଦସ୍ୟା ଏହି ମହିଳା ପରିବେଶବିତ୍‌ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟରତ। ପରିବେଶ ସୁରକ୍ଷା ଏବଂ ଏଥିରେ ଯୁବପିଢ଼ିର ଭୂମିକା ନେଇ ସେମାନଙ୍କୁ ସଚେତନ କରାଇବାକୁ ହିତା ନିଜ ଉତ୍ତରଦାୟିତ୍ୱ ବୋଲି ବିବେଚନା କରିଥାନ୍ତି। ହିତାଙ୍କ ପ୍ରମୁଖ କାର୍ଯ୍ୟ ମଧ୍ୟରେ ରହିଛି, ପିଲାଙ୍କ ଭବିଷ୍ୟତର ସୁରକ୍ଷା। ପିଲାବେଳୁ ହିତାଙ୍କର ପରିବେଶ ପ୍ରତି ଆବେଗିକ ସମ୍ପର୍କ ରହିଆସିଛି। ପୃଥିବୀ ମାତାର ସୁରକ୍ଷା ଲାଗି ସେ ଅନେକ ସ୍ବଳ୍ପବୟସ୍କ ପିଲାଙ୍କୁ ବ୍ରତୀ ହେବା ପାଇଁ ଅନୁପ୍ରାଣିତ କରିଥିଲେ। ହିତା ନିଜ କ୍ୟାରିୟରର ଲକ୍ଷ୍ୟ ହାସଲ ପାଇଁ ବିଶ୍ୱସ୍ତରୀୟ ଉଦ୍ୟମ ଚଳାଇ ସଫଳତାର ଅନେକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି।
ପିଲାବେଳେ ଜେଜେମା’ବାପାଙ୍କ ଚାଷଜମିରେ ସମୟ ବିତାଇବା ହିତାଙ୍କୁ ବାହ୍ୟ ଦୁନିଆ ପ୍ରତି ଆକର୍ଷିତ କରିଥିଲା। ସେବେଠୁ ସେ ପ୍ରକୃତି ପ୍ରେମରେ ପଡ଼ିଯାଇଥିଲେ। ଏକଦା ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ରେ ଉପୁଡ଼ି ପଡ଼ିଥିବା ସୁଦୃଶ୍ୟ ନଡ଼ିଆଗଛ ତାଙ୍କୁ ଗଭୀର ମର୍ମାହତ କରିଥିଲା। ସେହି ଘଟଣା ପରବର୍ତ୍ତୀ ସମୟରେ ତାଙ୍କୁ ଜଳବାୟୁ ପରିବର୍ତ୍ତନ କ୍ଷେତ୍ର ଓ ପରିବେଶ ସୁରକ୍ଷା ପାଇଁ କିଛି କରିବାକୁ ପ୍ରେରିତ କରିଥିଲା। ସେହି ସମୟର ସ୍ମୃତିକୁ ମନେପକାଇ ହିତା କୁହନ୍ତି, ସେତେବେଳେ ତାଙ୍କୁ ୧୩ ବର୍ଷ ହୋଇଥିଲା। ସେ ସ୍କୁଲରୁ ଘରକୁ ଫେରୁଥିଲେ। ନଡ଼ିଆ ଗଛଟିଏ ମୂଳରୁ ଉପୁଡ଼ି ଏକ ଟ୍ରେଲର ଉପରେ ପଡ଼ିରହିଥିଲା। ବିଶାଳକାୟ ବୃକ୍ଷଟି ଦଣ୍ଡାୟମାନ ହେବା ପରିବର୍ତ୍ତେ ସମାନ୍ତରାଳ ଅବସ୍ଥାରେ ରହିଥିଲା। ସେହି ଚିତ୍ର ତାଙ୍କ ମନକୁ ବହୁ ସମୟ ଧରି ଆନ୍ଦୋଳିତ କରିଥିଲା। ଥରେ ଆମ ପରିବାରର ଜଣେ ସଦସ୍ୟ ମୋତେ ପ୍ରଶ୍ନ କରିଥିଲେ, ଏହାକୁ ନେଇ ତୁମେ ଯଦି ଏତେ ଚିନ୍ତିତ ତେବେ ପରିବେଶବିତ୍‌ ହେଉନ କାହିଁକି? ସେହି ପ୍ରଶ୍ନ ହିଁ ମୋତେ ଜୀବନରେ କିଛି ହେବା ପାଇଁ ନିଷ୍ପତ୍ତି ନେବାକୁ ବାଟ କଢ଼ାଇଥିଲା। ସେ ମନେ ମନେ ସ୍ଥିର କରିଥିଲେ ଜଣେ ‘ଗ୍ଲୋବାଲ୍‌ ଇଣ୍ଡିଆନ୍‌’ ହୋଇ ପରିବେଶ ସୁରକ୍ଷା ଦିଗରେ ବ୍ରତୀ ହେବାକୁ।
ହିତା ପରିବେଶ ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପାଇଁ ନୂଆଦିଲ୍ଲୀସ୍ଥିତ ଟିଇଆର୍‌ଆଇରେ ଅଧ୍ୟୟନକରି ଏହି କ୍ଷେତ୍ରରେ ନିଜ କ୍ୟାରିୟରର ମୂଳଦୁଆ ପକାଇଥିଲେ। ସେ କୁହନ୍ତି ସେହି ସମୟରେ ଏକ ବନ୍ୟପ୍ରାଣୀ ସଂରକ୍ଷଣ ସଙ୍ଗଠନ ସହ ଜଡ଼ିତ ରହି ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥାଏ। ଏହା ସାଙ୍ଗକୁ ଜର୍ମାନୀ ଭାଷା ମଧ୍ୟ ପଢ଼ୁଥାଏ। କୋର୍ସ ସାରିବା ପରେ ମୁଁ ଟିସିଏସ୍‌ରେ ଜଣେ ଭାଷାବିତ୍‌ ଭାବେ ନିଯୁକ୍ତି ପାଇଲି। କିନ୍ତୁ ପରିବେଶ ପ୍ରତି ମୋ ଆକର୍ଷଣ ଅତୁଟ ରହିଥାଏ। ୨୦୧୫ରେ ପ୍ୟାରିସ୍‌ରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୧ରେ ଯୋଗଦେଇଥିଲେ। ସେଠାରୁ ଫେରିବା ପରେ ପରିବେଶ ପାଇଁ କିଛି କରିବାକୁ ପ୍ରେରଣା ପାଇଥିଲେ। ହିତା ୟୁଏନ୍‌ଏଫ୍‌ସିସିସି ସହ ଜଡ଼ିତ ବୈଶ୍ୱିକ ନେଟ୍‌ଓ୍ବର୍କ ୟଙ୍ଗୋ ପାଇଁ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରି ଛୋଟ ପିଲା ଓ ଯୁବପିଢ଼ିଙ୍କୁ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଆସିଛନ୍ତି। ଏପରି କି ସେ ନିଜ ଦାୟିତ୍ୱ ସମ୍ପାଦନ ସହ ପ୍ରକଳ୍ପଭିତ୍ତିକ କାର୍ଯ୍ୟ ମଧ୍ୟ କରିଛନ୍ତି। ୨୦୧୯ରେ ହିତା ୧୭୦ ଦେଶ ସଦସ୍ୟ ରହିଥିବା ୟଙ୍ଗୋର ଗ୍ଲୋବାଲ ଫୋକାଲ ପଏଣ୍ଟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ଏହି ସଙ୍ଗଠନର ମୁଖ୍ୟ ଭାବେ ସେ ୧୦,୦୦୦ରୁ ଊର୍ଦ୍ଧ୍ୱ ସଦସ୍ୟ ଓ ସଙ୍ଗଠନ ସହିତ ଯୋଗସୂତ୍ର ରଖି ପରବର୍ତ୍ତୀ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ହିତା ୨୦୨୨ରେ କ୍ଲାଇମ୍‌ଆକ୍ଟ ଫାଉଣ୍ଡେଶନ ପ୍ରତିଷ୍ଠାକରି ଭାରତୀୟ ଯୁବପିଢ଼ିକୁ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ସେ ୟୁଥ୍‌ ନେଗୋସିଏଟର୍ସ ଏକାଡେମୀର ମଧ୍ୟ ସହ ପ୍ରତିଷ୍ଠାତା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri