ପ୍ରଥମ ରାଜ୍ୟସ୍ତରୀୟ ଊର୍ଜା ମେଳା ଉଦ୍‌ଘାଟିତ

ଭୁବନେଶ୍ୱର,୨୦।୧୧(ଅଭୟ ଦାଶ): ଶକ୍ତି ସଂରକ୍ଷଣ ଏବଂ ସ୍ବଚ୍ଛଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ପାୱାର ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଊର୍ଜା ମେଳା ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୪୭୦ରୁ ଅଧିକ ଛାତ୍ରୀଛାତ୍ର ସାମିଲ ହୋଇଥିଲେ।
ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ପାଳନ ଅବସରରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଟାଟା ପାୱାର କ୍ଲବ୍‌ ଏନର୍ଜି ପଦକ୍ଷେପର ଏକ ଅଂଶ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଗତ ୩ ବର୍ଷ ମଧ୍ୟରେ କ୍ଲବ୍‌ ଏନର୍ଜିର ଉପସ୍ଥିତି, ସାରା ଓଡ଼ିଶାରେ ଉଲ୍ଲେଖନୀୟ ଭାବେ ବିସ୍ତାର ହୋଇଛି। ଟାଟା ପାୱାରର ୪ଟି ଡିସ୍‌କମ୍‌- ଟିପିସିଓଡିଏଲ୍‌, ଟିପିଡବ୍ଲ୍ୟୁଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌ ଓ ଟିପିଏସ୍‌ଓଡିଏଲ୍‌ ଜରିଆରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟର ପ୍ରମୁଖ ଅଞ୍ଚଳ ଯଥା ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଭଳି ଅଞ୍ଚଳର ୫୦୦ରୁ ଅଧିକ ସ୍କୁଲର ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଏପରିକି ନିକଟରେ ଆୟୋଜନ କରାଯାଇଥିବା ଅନେକ ମିନି ଊର୍ଜା ମେଳାରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପାଇଁ ଏହି ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ମନୋନୀତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଟାଟା ପାୱାରର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ତଥା ସ୍ଥାୟିତ୍ୱ ଓ ସିଏସ୍‌ଆର ମୁଖ୍ୟ ହିମାଲ ତିୱାରୀଙ୍କ ସମେତ ପଦ୍ମଶ୍ରୀ ସାବରମତୀ ଟିକି ଏବଂ ୟୁନିସେଫ୍‌, ୟୁଏନ୍‌ଡିପି, ଟାଟା ଷ୍ଟିଲ୍‌, ଆଇଏଚ୍‌ସିଏଲ୍‌, ଟିସିଏସ୍‌ ଏବଂ ଟାଟା ଷ୍ଟ୍ରାଇଭର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ବିର୍ଲା ଗ୍ରୁପ୍‌, ଏଲ୍‌ଟିଆଇ ମାଇଣ୍ଡଟ୍ରି, ଜେଏସ୍‌ଏଲ୍‌, ୱାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ ଏବଂ ଲାଇଟ୍‌ ହାଉସ୍‌ ଫାଉଣ୍ଡେଶନ ଭଳି କର୍ପୋରେଟ୍‌ ଏବଂ ଏନ୍‌ଜିଓମାନେ ମଧ୍ୟ ଉପସ୍ଥିତ ଥିଲେ।
ଏ ନେଇ ହିମାଲ ତିୱାରୀ କହିଛନ୍ତି, ଟାଟା ପାୱାରର ଏହି ମିଶନ ମୂଳରେ ସ୍ଥାୟିତ୍ୱ ରହିଛି। ଊର୍ଜାମେଳା ଜରିଆରେ ଆମେ ଏକ ସବୁଜ, ସମାବେଶୀ ଭବିଷ୍ୟତ ଗଠନ କରିବା ପାଇଁ ଯୁବପିଢ଼ିଙ୍କୁ ସଶକ୍ତ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

କସ୍‌ମେଟିକ ଇଞ୍ଜେକ୍ସନ ଉପରେ ରୋକ୍‌, ଉଲ୍ଲଂଘନ କଲେ….

ନୂଆଦିଲ୍ଲୀ, ୨୨।୫ (ପି.ଟି.): ସାମାଜିକ ଗଣମାଧ୍ୟମ ଓ ସହରାଞ୍ଚଳରେ ଚେହେରାକୁ ଅଧିକ ସୁନ୍ଦର ଓ ଚମକଦାର କରିବା ପାଇଁ ବିଉଟି ପାର୍ଲର ଏବଂ ୱେଲନେସ୍‌ ସେଣ୍ଟରଗୁଡ଼ିକରେ ବ୍ୟାପକ…

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri