ପକ୍କାଘର ପାଇଁ ଚିଲିକାରେ ପଦଯାତ୍ରା

କୃଷ୍ଣପ୍ରସାଦ,୨୮।୭(ଡି.ଏନ୍‌.ଏ.):୨୦୧୩ ଅକ୍ଟୋବର ଫାଇଲିନ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ନିର୍ମାଣ ପାଇଁ ଏଯାବତ୍‌ କାର୍ଯ୍ୟାଦେଶ ନ ମିଳିବା ଘଟଣାରେ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଲୋକମାନେ ମଙ୍ଗଳବାର ଅଭିନବ ପ୍ରତିବାଦ ଜଣାଇଛନ୍ତି। ଅପରାହ୍ନ ୧ଟାରେ ୨ଶହରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଜହ୍ନିକୁଦା ଚିଲିକା କୂଳରୁ ପାଣିରେ ପଶି ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଥିଲେ। ଏହା ଜଣାପଡ଼ିବା ପରେ କୃଷ୍ଣପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ କଥାକୁ ଭ୍ରୁକ୍ଷେପ ନ କରି ମହିଳା ଓ ପୁରୁଷମାନେ ବେକ ଯାଏ ପାଣିରେ ପଶି ଚାଲିଥିଲେ। ଶେଷରେ ଲୋକଙ୍କ ଦାବି ପୂରଣ ହୋଇଗଲା ବୋଲି କହି ପୋଲିସ ସେମାନଙ୍କୁ ପାଣିରୁ ଟାଣି ବାହାର କରିଥିଲା। ଏପରି କି କିଛି ଲୋକଙ୍କୁ ଡଙ୍ଗାରେ ବସାଇ କୂଳକୁ ଅଣାଯାଇଥିଲା। ହେଲେ କୂଳରେ କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ନ ଥିବା ଦେଖି ଆନ୍ଦୋଳନକାରୀ ସଙ୍ଗେ ସଙ୍ଗେ ରାସ୍ତା ଅବରୋଧ କରି ବସିଥିଲେ। କିଛି ସମୟ ପରେ ତହସିଲଦାର ଉଲ୍ଲାସ କୁମାର ସେଠୀ, କୃଷ୍ଣପ୍ରସାଦ ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ସେଠାରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ କାର୍ଯ୍ୟାଳୟକୁ ଡକାଇ ଆଲୋଚନା କରାଯାଇଥିଲା। ବୁଧବାରଠାରୁ ଜିଆର୍‌ଏସ୍‌, କନିଷ୍ଠ ଯନ୍ତ୍ରୀ ଏବଂ ଭିଏଲ୍‌ଡବ୍ଲ୍ୟୁଙ୍କୁ ନେଇ ଗଠିତ ଏକ ୩ଜଣିଆ ଯାଞ୍ଚ କମିଟି ପୁନର୍ବାର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପରେ କାର୍ଯ୍ୟାଦେଶ ଦିଆଯିବ ବୋଲି ତହସିଲଦାର ସେଠୀ କହିବା ପରେ ଆନ୍ଦୋଳନକୁ ସାମୟିକ ପ୍ରତ୍ୟାହର କରାଯାଇଛି। ଚୟନ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରଖି କାର୍ଯ୍ୟାଦେଶ ନ ଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଏହି ଆନ୍ଦୋଳନ ତଥା ବାତ୍ୟା ନିରୋଧ ବାସଗୃହ ମଞ୍ଚ ଆବାହକ ସୁବାସ ଚନ୍ଦ୍ର ଜେନା କହିଛନ୍ତି।
ଫାଇଲିନ୍‌ ବାତ୍ୟାରେ ଉପକୂଳବର୍ତ୍ତୀ ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲାର ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ଏହି ସବୁ ଅଞ୍ଚଳରେ କଚ୍ଚାଘର ଥିବା ସମସ୍ତ ପରିବାରକୁ ପକ୍କା ଘର ଯୋଗାଇଦେବା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରତି ପରିବାରକୁ ୩.୫୦ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ଏପରି କି ପକ୍କା ଘର ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ମଧ୍ୟ ବିଶ୍ୱବ୍ୟାଙ୍କ ଯୋଗାଇ ଦେଇଛି। ସରକାରୀସ୍ତରରେ ହିତାଧିକାରୀ ଚୟନ କରାଯାଇ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାରେ ଉକ୍ତ ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ପୁରୀ ଜିଲାରେ ଅଡୁଆ ସୂତା ଘେରି ରହିଛି। ହିତାଧିକାରୀ ଚୟନ ବାରମ୍ବାର ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ପୁରୀ ଜିଲାରେ କିଛି ହିତାଧିକାରୀ ବାସଗୃହ ପାଇଥିଲେ ମଧ୍ୟ କୃଷ୍ଣପ୍ରସାଦ ଏବଂ ବ୍ରହ୍ମଗିରି ବ୍ଲକର ୧,୭୮୬ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ବଞ୍ଚତ୍ତ କରାଯାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଏନେଇ ହିତାଧିକାରୀମାନେ ହାଇକୋର୍ଟରେ ଅପିଲ କରି ଡିଗ୍ରୀ ଆଣିବା ସହ ବହୁବାର ଜିଲାପାଳ, ବିଡିଓ, ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏପରି କି ଗତ ମାର୍ଚ୍ଚ ମାସରେ ବାତ୍ୟା ନିରୋଧ ବାସଗୃହ ମଞ୍ଚ ତରଫରୁ କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦିଆଯାଇଥିଲା। ବିଡିଓ ଜିଲାପାଳଙ୍କ ନିକଟରେ ହିତାଧିକାରୀଙ୍କ ସହ ଆଲୋଚନା କରି ସମସ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯିବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିବା ମଞ୍ଚର ଆବାହକ ଜେନା କହିଥିଲେ। ହେଲେ ଏହାକୁ ୪ମାସ ବିତିଯାଇଥିଲେ ସୁଦ୍ଧା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏହି ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ମଞ୍ଚ ତରଫରୁ ସୋମବାର କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଚିଲିକା କୂଳରେ ୨୦୦ରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଦିବା ରାତ୍ର ଧାରଣାରେ ବସିଥିଲେ। ଧାରଣାସ୍ଥଳକୁ ସନ୍ଧ୍ୟାରେ ତହସିଲଦାର ସେଠୀ ପହଞ୍ଚତ୍ ଧାରଣାରୁ ଓହରିବା ପାଇଁ କହିଥିଲେ। ତେବେ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହି କାର୍ଯ୍ୟାଦେଶ ନ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବାକୁ କହିଥିଲେ। ସେହି ଅନୁସାରେ ମଙ୍ଗଳବାର ନିଜ ଜୀବନକୁ ବାଜି ଲଗାଇ ମହିଳାପୁରୁଷମାନେ ପାଣି ଭିତରେ ପଶି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାକୁ ପଦଯାତ୍ରାରେ ବାହାରିଥିଲେ। ପଦଯାତ୍ରାକୁ ମଞ୍ଚର ଆବାହକ ଜେନା, ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶ୍ୱାଳ, ସଂଯୋଜକ କାର୍ତ୍ତିକ ଦଳେଇ, ତ୍ରିନାଥ ଜେନା, ଉପେନ୍ଦ୍ର ଜେନା, ମମତା ଜେନା, କୁନିରାଣୀ ଜେନା, ତ୍ରିନାଥ ଜେନା, ଶୈଳବାଳା ଜେନା, ଶମ୍ଭୁ ପଲେଇ, ପ୍ରଫୁଲ୍ଲ ଜଗଦ୍ଦେବ, ନାରାୟଣ ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଳିଗଲା ୨୩ ପରିବାରର ୪୭ ବଖରା

ପରଜଙ୍ଗ,୧୫ା୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୩ ପରିବାରର ୪୭ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ନିଆଁ...

ଦୁର୍ଘଟଣା ପରେ ପୋଲରେ ଓହଳି ରହିଲା ଟ୍ରକ୍‌

ଜମନକିରା,୮ା୯(ଡି.ଏନ.ଏ.): ଜମନକିରା ଥାନା ବଡ଼ରମା ପିଠାମାରେନ ପୋଲରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଘଣ୍ଟା ରାସ୍ତା ଜାମ ହୋଇଥିଲା। ଫଳରେ ଯାତ୍ରୀମାନେ ନାହିଁ ନ...

ଇଚ୍ଛାମୃତ୍ୟୁ ଆବେଦନ କଲେ ମହିଳା

ଯାଜପୁର ଟାଉନ, ୧୭ା୧(ଡି.ଏନ.ଏ.):ଯାଜପୁର ସହର କୁସୁମା ରୋଡ୍‌ ଶୀତଳେଶ୍ୱର ଗ୍ରାମର କୋରେଶା ବିବି ନାମକ ଜଣେ ସଂଖ୍ୟାଲଘୁ ମହିଳା ସୋମବାର ଯାଜପୁର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ...

ବାଜିବନି ଡିଜେ, ଫୁଟିବନି ବାଣ

ନୟାଗଡ଼ ଅଫିସ/ ରଣପୁର,୧୭।୩(ସ୍ବ.ପ୍ର.): ଶୁକ୍ରବାର ରାତିରେ ରଣପୁର ବ୍ଲକ ଚାନ୍ଦପୁରରେ ହେବ ଦଶଦୋଳ ମେଳଣ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏତିକି ବେଳେ ଗୁରୁବାର...

ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ

ପୁରୀ ଅଫିସ,୧।୬: ଶ୍ରୀମନ୍ଦିରରେ ବୁଧବାର ରୁକ୍ମିଣୀ ହରଣ ଓ ବିବାହ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ସକାଳ ଧୂପ ପୂଜା ସମୟରେ ଦକ୍ଷିଣୀ ଘରେ ଶ୍ରୀମଦନ...

ନକଲି ପୋଲିସ ପରିଚୟରେ ସୁନାଗହଣା ଲୁଟ୍‌ ଘଟଣା: ୪୫ ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୧୬।୫: ପୁଣିଥରେ ବ୍ରହ୍ମପୁର ସହରରେ ନକଲି ପୋଲିସର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ସେଲ୍ସ ଟ୍ୟାକ୍ସ ଛକରେ ଗତ ଏପ୍ରିଲ ୩ ତାରିଖ...

ଦୁର୍ଗମ ଅଞ୍ଚଳର ସୁନୀଲ ବୌଦ୍ଧ ଜିଲା ପାଇଁ ଗୌରବ ଆଣିଲେ

ବାଉଁଶୁଣୀ,୧୮ା୧୧(ଡି.ଏନ.ଏ.): ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ହୋଇଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ବୌଦ୍ଧ ଜିଲା ଶଗଡା ପଞ୍ଚାୟତ ଝଗଡୁଗାଡିଆ ଗ୍ରାମର ସୁନୀଲ କୁମାର ଚାନ୍ଦ ଉତ୍ତୀର୍ଣ୍ଣ...

ବିଜେଡିରେ ମିଶିଲେ ଜଟଣୀର ୩ କାଉନ୍‌ସିଲର

ଭୁବନେଶ୍ୱର,୪।୪(ବ୍ୟୁରୋ): ଜଟଣୀ ପୌର ପରିଷଦର ୩ ଜଣ ନବନିର୍ବାଚିତ ସ୍ବାଧୀନ କାଉନ୍‌ସିଲର ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୬୦ ନମ୍ବର ୱାର୍ଡର କର୍ପୋରେଟର ରବିବାର...

Advertisement
Archives

Model This Week