ପକ୍କାଘର ପାଇଁ ଚିଲିକାରେ ପଦଯାତ୍ରା

କୃଷ୍ଣପ୍ରସାଦ,୨୮।୭(ଡି.ଏନ୍‌.ଏ.):୨୦୧୩ ଅକ୍ଟୋବର ଫାଇଲିନ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ନିର୍ମାଣ ପାଇଁ ଏଯାବତ୍‌ କାର୍ଯ୍ୟାଦେଶ ନ ମିଳିବା ଘଟଣାରେ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଲୋକମାନେ ମଙ୍ଗଳବାର ଅଭିନବ ପ୍ରତିବାଦ ଜଣାଇଛନ୍ତି। ଅପରାହ୍ନ ୧ଟାରେ ୨ଶହରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଜହ୍ନିକୁଦା ଚିଲିକା କୂଳରୁ ପାଣିରେ ପଶି ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ବାହାରିଥିଲେ। ଏହା ଜଣାପଡ଼ିବା ପରେ କୃଷ୍ଣପ୍ରସାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ କଥାକୁ ଭ୍ରୁକ୍ଷେପ ନ କରି ମହିଳା ଓ ପୁରୁଷମାନେ ବେକ ଯାଏ ପାଣିରେ ପଶି ଚାଲିଥିଲେ। ଶେଷରେ ଲୋକଙ୍କ ଦାବି ପୂରଣ ହୋଇଗଲା ବୋଲି କହି ପୋଲିସ ସେମାନଙ୍କୁ ପାଣିରୁ ଟାଣି ବାହାର କରିଥିଲା। ଏପରି କି କିଛି ଲୋକଙ୍କୁ ଡଙ୍ଗାରେ ବସାଇ କୂଳକୁ ଅଣାଯାଇଥିଲା। ହେଲେ କୂଳରେ କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ନ ଥିବା ଦେଖି ଆନ୍ଦୋଳନକାରୀ ସଙ୍ଗେ ସଙ୍ଗେ ରାସ୍ତା ଅବରୋଧ କରି ବସିଥିଲେ। କିଛି ସମୟ ପରେ ତହସିଲଦାର ଉଲ୍ଲାସ କୁମାର ସେଠୀ, କୃଷ୍ଣପ୍ରସାଦ ଥାନା ଅଧିକାରୀ ଦିଲୀପ କୁମାର ସ୍ବାଇଁ ସେଠାରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ କାର୍ଯ୍ୟାଳୟକୁ ଡକାଇ ଆଲୋଚନା କରାଯାଇଥିଲା। ବୁଧବାରଠାରୁ ଜିଆର୍‌ଏସ୍‌, କନିଷ୍ଠ ଯନ୍ତ୍ରୀ ଏବଂ ଭିଏଲ୍‌ଡବ୍ଲ୍ୟୁଙ୍କୁ ନେଇ ଗଠିତ ଏକ ୩ଜଣିଆ ଯାଞ୍ଚ କମିଟି ପୁନର୍ବାର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପରେ କାର୍ଯ୍ୟାଦେଶ ଦିଆଯିବ ବୋଲି ତହସିଲଦାର ସେଠୀ କହିବା ପରେ ଆନ୍ଦୋଳନକୁ ସାମୟିକ ପ୍ରତ୍ୟାହର କରାଯାଇଛି। ଚୟନ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରଖି କାର୍ଯ୍ୟାଦେଶ ନ ଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଏହି ଆନ୍ଦୋଳନ ତଥା ବାତ୍ୟା ନିରୋଧ ବାସଗୃହ ମଞ୍ଚ ଆବାହକ ସୁବାସ ଚନ୍ଦ୍ର ଜେନା କହିଛନ୍ତି।
ଫାଇଲିନ୍‌ ବାତ୍ୟାରେ ଉପକୂଳବର୍ତ୍ତୀ ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲାର ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ଏହି ସବୁ ଅଞ୍ଚଳରେ କଚ୍ଚାଘର ଥିବା ସମସ୍ତ ପରିବାରକୁ ପକ୍କା ଘର ଯୋଗାଇଦେବା ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରତି ପରିବାରକୁ ୩.୫୦ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ଏପରି କି ପକ୍କା ଘର ନିର୍ମାଣ ପାଇଁ ଆବଶ୍ୟକୀୟ ଅର୍ଥ ମଧ୍ୟ ବିଶ୍ୱବ୍ୟାଙ୍କ ଯୋଗାଇ ଦେଇଛି। ସରକାରୀସ୍ତରରେ ହିତାଧିକାରୀ ଚୟନ କରାଯାଇ ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାରେ ଉକ୍ତ ଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ପୁରୀ ଜିଲାରେ ଅଡୁଆ ସୂତା ଘେରି ରହିଛି। ହିତାଧିକାରୀ ଚୟନ ବାରମ୍ବାର ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ପୁରୀ ଜିଲାରେ କିଛି ହିତାଧିକାରୀ ବାସଗୃହ ପାଇଥିଲେ ମଧ୍ୟ କୃଷ୍ଣପ୍ରସାଦ ଏବଂ ବ୍ରହ୍ମଗିରି ବ୍ଲକର ୧,୭୮୬ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ଆଳ ଦେଖାଇ ବଞ୍ଚତ୍ତ କରାଯାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ଏନେଇ ହିତାଧିକାରୀମାନେ ହାଇକୋର୍ଟରେ ଅପିଲ କରି ଡିଗ୍ରୀ ଆଣିବା ସହ ବହୁବାର ଜିଲାପାଳ, ବିଡିଓ, ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏପରି କି ଗତ ମାର୍ଚ୍ଚ ମାସରେ ବାତ୍ୟା ନିରୋଧ ବାସଗୃହ ମଞ୍ଚ ତରଫରୁ କୃଷ୍ଣପ୍ରସାଦ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦିଆଯାଇଥିଲା। ବିଡିଓ ଜିଲାପାଳଙ୍କ ନିକଟରେ ହିତାଧିକାରୀଙ୍କ ସହ ଆଲୋଚନା କରି ସମସ୍ତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଦିଆଯିବ ବୋଲି ସେତେବେଳେ ପ୍ରତିଶ୍ରୁତି ଦିଆଯାଇଥିବା ମଞ୍ଚର ଆବାହକ ଜେନା କହିଥିଲେ। ହେଲେ ଏହାକୁ ୪ମାସ ବିତିଯାଇଥିଲେ ସୁଦ୍ଧା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏହି ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ମଞ୍ଚ ତରଫରୁ ସୋମବାର କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଚିଲିକା କୂଳରେ ୨୦୦ରୁ ଊର୍ଦ୍ଧ୍ୱ ମହିଳାପୁରୁଷ ଦିବା ରାତ୍ର ଧାରଣାରେ ବସିଥିଲେ। ଧାରଣାସ୍ଥଳକୁ ସନ୍ଧ୍ୟାରେ ତହସିଲଦାର ସେଠୀ ପହଞ୍ଚତ୍ ଧାରଣାରୁ ଓହରିବା ପାଇଁ କହିଥିଲେ। ତେବେ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହି କାର୍ଯ୍ୟାଦେଶ ନ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବାକୁ କହିଥିଲେ। ସେହି ଅନୁସାରେ ମଙ୍ଗଳବାର ନିଜ ଜୀବନକୁ ବାଜି ଲଗାଇ ମହିଳାପୁରୁଷମାନେ ପାଣି ଭିତରେ ପଶି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବାକୁ ପଦଯାତ୍ରାରେ ବାହାରିଥିଲେ। ପଦଯାତ୍ରାକୁ ମଞ୍ଚର ଆବାହକ ଜେନା, ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶ୍ୱାଳ, ସଂଯୋଜକ କାର୍ତ୍ତିକ ଦଳେଇ, ତ୍ରିନାଥ ଜେନା, ଉପେନ୍ଦ୍ର ଜେନା, ମମତା ଜେନା, କୁନିରାଣୀ ଜେନା, ତ୍ରିନାଥ ଜେନା, ଶୈଳବାଳା ଜେନା, ଶମ୍ଭୁ ପଲେଇ, ପ୍ରଫୁଲ୍ଲ ଜଗଦ୍ଦେବ, ନାରାୟଣ ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

ମା’-ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପ୍ରତାପ: ମିଳିଲା ଏମିତି ଦଣ୍ଡ

ଦାରିଙ୍ଗବାଡି,୮।୪(ଅରୁଣ ସାହୁ):ଏକ ଘରୋଇ ହିଂସାକୁ ନେଇ ଦାରିଙ୍ଗବାଡି ପ୍ରଥମ ଶ୍ରେଣୀ ବିଚାର ବିଭାଗରେ ବିଚାର ହୋଇ ଅଭିଯୁକ୍ତଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଥିବା ଜଣାପଡିଛି।…

କଲ୍ୟାଣସିଂହପୁର ବ୍ଲକ୍‌ରେ ବଳ ଦେଖାଇଲା ଭାଜପା: ବାଇକ୍ରେ କର୍ମୀ

କଲ୍ୟାଣସିଂହପୁର,୮।୪ (ଦୀପକ କୁମାର ପରିଡ଼ା)ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ୍‌ରେ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭାଜପା ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ…

ଆମେରିକା-ଇରାନ ଯୁଦ୍ଧବିରତିରେ ଭାରତର ପ୍ରଥମ ପ୍ରତିକ୍ରିୟା: ଆମେ ଏହାକୁ ସ୍ୱାଗତ କରୁଛୁ, ଆମେ ଆରମ୍ଭରୁ…

ନୂଆଦିଲ୍ଲୀ,୮।୪:ଆମେରିକା-ଇରାନ ବିବାଦରେ ଘୋଷଣା ହୋଇଥିବା ଯୁଦ୍ଧବିରତି ଉପରେ ଭାରତ ସରକାର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାରବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଯୁଦ୍ଧବିରତିକୁ ସ୍ୱାଗତ କରି ଏକ…

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri