କଟକ ପାର୍ବଣର ନିଆରା ପରମ୍ପରା

ଐତିହାସିକ ସହର କଟକ ଦଶହରାର ସ୍ବତନ୍ତ୍ରତା ରହିଛି। ଏକଦା ଏଠାରେ ମୁଖ୍ୟ ଆକର୍ଷଣ ଥିଲା ଜରି ଓ ଚାନ୍ଦି ମେଢ। ଏବେ ବିଭିନ୍ନ ପୂଜା କମିଟି ମଧ୍ୟରେ ସୁନାମେଢ଼ ପାଇଁ ପ୍ରତିଯୋଗିତା ଦେଖାଦେଇଛି। ସେହିପରି ମାଛଭୋଗ, ଦହିପଖାଳ, ସିନ୍ଦୂରଖେଳ, କୁମାରୀ ପୂଜା ଭଳି ପରମ୍ପରାକୁ ନେଇ କଟକର ପାର୍ବଣ ସ୍ବତନ୍ତ୍ରତା ବଜାୟ ରଖିଛି।
ଷୋଡ଼ଶ ବେଶରେ ସଜେଇ ହୁଅନ୍ତି ମା’ କଟକ ଚଣ୍ଡୀ
କଟକର ଦୁଇ ପ୍ରମୁଖ ଦେବୀ ହେଉଛନ୍ତି ମା’ ଗଡ଼ଚଣ୍ଡୀ ଏବଂ ମା’ କଟକଚଣ୍ଡୀ। ଶାରଦୀୟ ପୂଜାରେ ମା’ କଟକ ଚଣ୍ଡୀ ଷୋଡ଼ଶ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏହି ବେଶ ଭିତରେ ରହିଛି ସିଂହବାହିନୀ, ରାଜରାଜେଶ୍ୱରୀ, ଭୁବନେଶ୍ୱରୀ, ତ୍ରିପୁର ଗୌରବୀ, ମାତଙ୍ଗୀ, ଉଗ୍ରତାରା, ଜୟଦୁର୍ଗା, ସିଦ୍ଧେଶ୍ୱରୀ, ଗାୟତ୍ରୀ, ହଂସବାହିନୀ, ହରଚଣ୍ଡୀ, ବଗଳାମୁଖୀ, ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ବତୀ, ମହିଷମର୍ଦ୍ଦିନୀ ବେଶ। ଏଥିସହ ଚାଉଳିଆଗଞ୍ଜ, ଝାଞ୍ଜିରିମଙ୍ଗଳା, ମଙ୍ଗଳାବାଗ, ପିଠାପୁର, ଦୋଳମୁଣ୍ଡାଇ, ତେଲେଙ୍ଗା ବଜାର, ହରିପୁର ପ୍ରଭୃତି ସ୍ଥାନରେ ମା’ଙ୍କ ପୂର୍ବସ୍ଥାପନା ମୂର୍ତ୍ତିକୁ ଆରାଧନା କରାଯାଏ।
ଚୈତନ୍ୟଦେବ ପାଦ ଦେବା ପରେ ଦୁର୍ଗାପୂଜା ଆରମ୍ଭ
ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତା ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଇଆସୁଛି। କିନ୍ତୁ ଶାରଦୀୟ ପୂଜା ପରମ୍ପରା ଏହାର ଦୁଇ ଶତାବ୍ଦୀ ପରେ ଆରମ୍ଭ ହୋଇଛି। ଚୈତନ୍ୟଦେବ ଓଡ଼ିଶାରେ ପାଦ ଦେବାପରେ କଟକ ସହରରେ ଶାରଦୀୟ ପୂଜାର ଭିତ୍ତି ପଡ଼ିଥିବା କୁହାଯାଏ। ୧୫୧୦ରେ ଚୈତନ୍ୟଦେବଙ୍କ ସହିତ ଓଡ଼ିଶା ଆସିଥିବା ବାନାର୍ଜୀ ପରିବାର ପ୍ରଥମେ ଏଠାରେ ଦୁର୍ଗା ପୂଜା ଆରମ୍ଭ କରିଥିଲେ। ବିନୋଦବିହାରୀରେ ଆରମ୍ଭ ହୋଇଥିଲା ଦେବୀଙ୍କ ଘଟପୂଜା। ୧୫୧୪ରେ ଦେବୀଙ୍କ ମୃଣ୍ମୟ ପ୍ରତିମା ଗଢାଯାଇ ଦେବୀ ଉପାସନା କରାଗଲା। ପରେ ମାଛୁଆ ବଜାରରେ ଦେବୀଙ୍କ ମୂର୍ତ୍ତି ପୂଜାର ଶୁଭାରମ୍ଭ ହୋଇଥିଲା।
ସିନ୍ଦୂରଖେଳ
ସହରର ବହୁ ପୂଜାମଣ୍ଡପରେ ସିନ୍ଦୂର ଖେଳ ପରମ୍ପରା ରହିଛି। ଦଶମୀ ଦିନ ମା’ଙ୍କ ବିସର୍ଜନ ପରେ ସଧବା ମହିଳାମାନେ ମଣ୍ଡପରେ ସିନ୍ଦୂର ଖେଳ ଖେଳନ୍ତି। କାଜିବଜାର, କାଜିବଜାର ଆଦିପୀଠ, ରାଉସାପାଟଣା, ବିନୋଦବିହାରୀ ବାଲୁବଜାର ଆଦି ଅନେକ ପୂଜାମଣ୍ଡପରେ ଶତାଧିକ ମହିଳା ସିନ୍ଦୂର ଖେଳରେ ଅଂଶଗ୍ରହଣ କରନ୍ତି।
ମାଛଭୋଗ
କଟକ ଦଶହରାରେ ପୂଜାମଣ୍ଡପରେ ମା’ଙ୍କ ପାଖରେ ମାଛଭୋଗ ହେବା ନୀତି ବହୁ ପ୍ରାଚୀନ କାଳରୁ ରହିଆସିଛି। ଚାନ୍ଦିନୀଚୌକ, ଅଲିଶାବଜାର ଏବଂ ରାମଗଡ଼ କନିକାଛକ ପୂଜାମଣ୍ଡପରେ ମା’ଙ୍କ ମାଛଭୋଗ ଲାଗିହୋଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ। ଚାନ୍ଦିନୀ ଚୌକ ଓ ଅଲିଶାବଜାରରେ ନବମୀ ସନ୍ଧ୍ୟାରେ ଏବଂ ରାମଗଡ଼ ପୂଜାମଣ୍ଡପରେ ଅଷ୍ଟମୀ ରାତିରେ ମାଛଭୋଗ ହୁଏ।
ଦହିପଖାଳ, ଶାଗଭଜା
ଦଶହରାରେ ଦହିପଖାଳ, ଶାଗଭଜା ଭୋଗ କରାଯିବାର ସ୍ବତନ୍ତ୍ର ବିଧି ରହିଛି। କଟକର ପ୍ରାୟ ସବୁ ମଣ୍ଡପରେ ଦହିପଖାଳ ଭୋଗ ଲାଗି ହୋଇ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯାଏ। କେତେକ ମଣ୍ଡପରେ ନବମୀରେ ତ ଆଉ କେଉଁଠାରେ ଦଶମୀରେ ଦହି ପଖାଳ ଭୋଗ ଲାଗି ହୁଏ। ଚାଉଳିଆଗଞ୍ଜ, ଖାନ୍‌ନଗର, ଚୌଧୁରୀବଜାର ପୂଜାମଣ୍ଡପ ଆଦିରେ ଏହି ଭୋଗ ହୋଇଥାଏ।
– ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri