ଅନନ୍ୟ ପରମ୍ପରା, ୩୨୨ ବର୍ଷର ବଳି ଖେଳ

ବାଲେଶ୍ୱର,୨୦।୧୦(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ରାଜବାଟୀରେ ରାଜପରିବାରଙ୍କ ଦ୍ୱାରା ପ୍ରତିଷ୍ଠିତ ମା’ କନକଦୁର୍ଗା ମନ୍ଦିରରେ ଦୁର୍ଗାପୂଜା ଉପଲକ୍ଷେ ପ୍ରାୟ ୩୨୨ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ବଳି ଖେଳ। ମା’ଙ୍କ ନିର୍ଦ୍ଦେଶରେ ଜଣେ ବ୍ୟକ୍ତି ବେଲବରଣ ଦିନଠାରୁ ନିଜ ଘରଦ୍ୱାର ଛାଡ଼ି ମା’ଙ୍କ ନିକଟରେ ବ୍ରତୀ ରହି ୫ଦିନ ଧରି ଏହି ଖେଳ ପ୍ରଦର୍ଶନ କରିଥାନ୍ତି। ‘ବଳି’ ନାମଧାରୀ ବ୍ୟକ୍ତିଜଣକ ହାତରେ ମା’ଙ୍କ ଖଡ୍‌ଗ ଓ ଟାଙ୍ଗି ଧରି ଏହି ଖେଳ ପ୍ରଦର୍ଶନ କରିଥାନ୍ତି। କେତେଜଣ ଯୁବକ ବି ଏହି ଖେଳରେ ସାମିଲ ହୁଅନ୍ତି। ‘ବଳି’ ଜଣଙ୍କୁ ଛୁଇଁବା ପରେ ଖେଳ ବନ୍ଦ ହୋଇଥାଏ। ପୂର୍ବରୁ ଅଷ୍ଟମୀ ତିଥିରେ ପଣ୍ଡା ବଳି ଦିଆଯାଉଥିବା ବେଳେ ମଧ୍ୟବର୍ତ୍ତୀ ସମୟରେ ବୋଦା ବଳି ଦିଆଯାଉଥିଲା। ସରକାରଙ୍କ ଦ୍ୱାରା ପଶୁ ବଳି ପ୍ରଥା ନିଷେଧ ହେବା ପରେ ଏବେ ପାଣିକଖାରୁ ବଳି ଭାବେ ମା’ଙ୍କଠାରେ ଅର୍ପଣ କରି ବ୍ୟକ୍ତିବିଶେଷ କ୍ଷମାମାର୍ଜନା କରିଥାନ୍ତି। ଏହି ଖେଳକୁ ଦେଖିବା ପାଇଁ କେବଳ ନୀଳଗିରି ନୁହେଁ ବାଲେଶ୍ୱର ସହର, ମୟୂରଭଞ୍ଜ ଓ ଭଦ୍ରକ ଅଞ୍ଚଳରୁ ଲୋକେ ଆସିଥାନ୍ତି।
ସମ୍ପର୍କରେ ବର୍ତ୍ତମାନର ନୀଳଗିରି ରାଜା ଜୟନ୍ତ ମର୍ଦ୍ଦରାଜ ହରିଚନ୍ଦନ କୁହନ୍ତି, ୧୮୦୦ ମସିହା ପୂର୍ବରୁ ଗୋବିନ୍ଦ ଚନ୍ଦ୍ର ମର୍ଦ୍ଦରାଜ ରାଜା ଏବଂ ପ୍ରଜାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଏହି ବଳି ଖେଳ ଆରମ୍ଭ ହୋଇଥିଲା। ରାଜବଂଶର ଅଧିଷ୍ଠାତ୍ରୀ ଦେବୀ କନକଦୁର୍ଗାଙ୍କ ଆଦେଶ ଅନୁସାରେ ଜଣେ ଲୋକ ଏହି ଖେଳ ଖେଳିବା ପାଇଁ ସିଦ୍ଧାନ୍ତ କରାଯାଇଥାଏ। ଲୋକଙ୍କ ସହିତ ଖେଳିବା ପରେ ଯାହାକୁ ଛୁଇଁବ ପରମ୍ପରା ଅନୁସାରେ ଅଷ୍ଟମୀ ଦିନରେ ମା’ଙ୍କ ଠାରେ ନିର୍ଦ୍ଧାରିତ ବଳି ଦେଇ ନିଜକୁ ମୁକ୍ତି କରିଥାନ୍ତି। ଶୁଣା କଥା ଅନୁସାରେ ଏହି ପ୍ରଥା ମା’ଙ୍କ ଆଦେଶ ଅନୁସାରେ ରାଜା ନିର୍ଦ୍ଦେଶ ଦେଇଥାନ୍ତି। ପୂର୍ବରୁ ଯେଉଁ ଲୋକ ଏହି ନିୟମକୁ ବ୍ୟତିକ୍ରମ କରିଥାନ୍ତି ତାଙ୍କୁ ରାଜଦଣ୍ଡରେ ଦଣ୍ଡିତ କରାଯାଏ। କିନ୍ତୁ ଏବେ ଏହା ନାହିଁ। ପଶୁ ବଳି ପ୍ରଥା ନିଷେଧ କରାଯାଇଛି। ପାଣିକଖାରୁ ବଳି ଭାବେ ଗ୍ରହଣ କରାଯାଇଛି।
ଶ୍ରୀଧର ମଲ୍ଲିକଙ୍କ କହିବା ଅନୁସାରେ, ସେ ୩୨ବର୍ଷ ଧରି ଏହି ଖେଳ ପ୍ରଦର୍ଶନ କରିଆସୁଛନ୍ତି। ରାଜା କିଶୋରଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ସମୟରୁ ଆମ ପୂର୍ବ ପୁରୁଷ ଏହି ଖେଳ ପାଇଁ ନିୟୋଜିତ ହୋଇଥିଲେ। ସେହିଦିନଠାରୁ ଜେଜେବାପା, ବାପାଙ୍କ ପରେ ମୁଁ ଖେଳି ଆସୁଛି। ମା’ଙ୍କ ଦୟାରୁ ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଖେଳ ଭଲ ପ୍ରଦର୍ଶନ ହେଉଛି। ବେଲବରଣ ଦିନଠାରୁ ଘରୁ ବାହାରି ଆସି ୫ଦିନ ଯାଏ ମନ୍ଦିରରେ ରହିଥାଏ। ନିରାମିଷ ଭୋଜନ ସହ ନିଷ୍ଠା ଭାବେ ଏହି କାର୍ଯ୍ୟ ସମ୍ପାଦନ କରିବାରେ ଅପାର ଶାନ୍ତି ମିଳିଥାଏ ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri