ନିଆରା ଖଗୋଳ ବିଜ୍ଞାନୀ

ସୁପ୍ରସିଦ୍ଧ ଖଗୋଳ ବିଜ୍ଞାନୀ ଭାବରେ ନିଜକୁ ପରିଚିତ କରାଇବାରେ ସକ୍ଷମ ହୋଇଥିଲେ ସେ। କାନାଡ଼ା ରାଜଧାନୀ ଓଟାଓ୍ବାଠାରେ ଚଳିତ ବର୍ଷ ଜୁଲାଇରେ ନୋବେଲ ପୁରସ୍କାରର ସମକକ୍ଷ ଭାବରେ ବିବେଚନା କରାଯାଉଥିବା ‘ଇଣ୍ଟରନ୍ୟାଶନାଲ ପ୍ରାଇଜ ଇନ୍‌ ଷ୍ଟାଟିଷ୍ଟିକ୍ସ’ ପରି ସମ୍ମାନଜନକ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ସେହି ନିଆରା ଖଗୋଳ ବିଜ୍ଞାନୀ ହେଉଛନ୍ତି ପ୍ରଫେସର କାଲିଆମପୁଡି ରାଧାକ୍ରିଷ୍ଣ ରାଓ।
କାଲିଆମପୁଡି ୧୯୨୧ ସେପ୍ଟେମ୍ବର ୧୦ ତାରିଖ ଦିନ କର୍ନାଟକର ହାଡାଗଲିଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ମାତାଙ୍କ ନାମ ଥିଲା ଏମ୍‌. ଲକ୍ଷ୍ମୀକାଉଥାମ୍ମା ଏବଂ ପିତା ଥିଲେ ସି. ଡରାଇସ୍ବାମୀ ନାଇଡୁ। ସ୍ଥାନୀୟ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାଲାଭ ପରେ ସେ ୧୯୪୦ ମସିହାରେ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟରୁ କୃତିତ୍ୱର ସହିତ ପରିସଂଖ୍ୟାନରେ ଏମ.ଏ. ଡିଗ୍ରୀ ହାସଲ କରିଥିଲେ। ତା’ପରେ ଉଚ୍ଚ ଶିକ୍ଷା ଓ ଗବେଷଣା ଲାଗି ସେ କଲିକତାସ୍ଥିତ ‘ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ୍‌’ରେ ୧୯୪୧ରେ ଯୋଗ ଦେଲେ। ସେଠାରେ ସେ ଡ. କେ. ରାଘବନ୍‌ ନାୟାରଙ୍କ ସହିତ ମିଳିତ ଭାବେ ଗବେଷଣା କରି ୬ଟି ଉଚ୍ଚକୋଟୀର ନିବନ୍ଧ ପ୍ରକାଶ କଲେ। ପୁନଶ୍ଚ ୧୯୪୩ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍‌.ଏସ୍‌ସି. ଡିଗ୍ରୀ ପ୍ରାପ୍ତ ହେଲା ପରେ ସେହିଠାରେ ୧୯୪୪ରେ ଅଧ୍ୟାପକ ଭାବରେ ଯୋଗଦେଲେ। ୧୯୪୬ ଶେଷ ସୁଦ୍ଧା ବିଭିନ୍ନ ସୁଖ୍ୟାତ ଗବେଷଣା ପତ୍ରିକାରେ ସେ ପ୍ରକାଶ କରିସାରିଥିଲେ ୩୦ରୁ ଅଧିକ ଗବେଷଣା ନିବନ୍ଧ। ତନ୍ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ‘କ୍ରାମେର୍‌-ରାଓ ଇନ୍‌ଇକ୍ୱାଲିଟି’। ସେହିବର୍ଷ ସେ ଇଂଲଣ୍ଡ ଯାଇ କେମ୍ବ୍ରିଜର ଆନଥ୍ରୋପୋଲୋଜିକାଲ ମିଉଜିୟମରେ ଚାକିରି କରିବା ସହିତ ପ୍ରଫେସର ଆର୍‌.ଏ.ଫିସର (କିଙ୍ଗସ କଲେଜ)ଙ୍କ ତତ୍ତ୍ୱାବଧାନରେ ‘ଜୀବ ବିଜ୍ଞାନ ସମ୍ବନ୍ଧୀୟ ବର୍ଗୀକରଣରେ ପରିସଂଖ୍ୟାନଜନିତ ସମସ୍ୟା’ (ଷ୍ଟାଟିଷ୍ଟିକାଲ ପ୍ରୋବ୍ଲେମ୍‌ସ ଇନ୍‌ ବାୟୋଲୋଜିକାଲ କ୍ଲାସିଫିକେସନ) ବିଷୟ ଉପରେ ପିଏଚ୍‌.ଡି. ଲାଗି ଗବେଷଣା ଆରମ୍ଭ କଲେ। ଏଥିରେ ତାଙ୍କୁ ହଜାର ହଜାର ମୂଷାଙ୍କ କ୍ରୋମୋଜମ୍‌ର ମାନଚିତ୍ର ପ୍ରସ୍ତୁତ କରିବାକୁ ପଡ଼ିଥିଲା। ସେଠାରୁ ପିଏଚ୍‌.ଡି. ଡିଗ୍ରୀ ପ୍ରାପ୍ତ ହେଲା ପରେ ସେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ ଇନ୍‌ଷ୍ଟିଚ୍ୟୁଟ୍‌କୁ ଫେରି ଆସିଲେ। ଇତ୍ୟବସରରେ ୧୯୪୮ରେ ତାଙ୍କର ଭାର୍ଗବୀଙ୍କ ସହିତ ବିବାହ ସମ୍ପନ୍ନ ହୋଇସାରିଥିଲା। ଖୁବ୍‌ ଶୀଘ୍ର ସେଠାରେ ଏକ ଗବେଷଣା ଓ ପ୍ରଶିକ୍ଷଣ ବିଦ୍ୟାଳୟ ସ୍ଥାପନ କରାଗଲା। ଡ. ରାଓ ତହିଁରେ ଜଣେ ସହଯୋଗୀ ପ୍ରଫେସର ରୂପେ ଯୋଗ ଦେଲେ ଏବଂ ୧୯୪୯ରେ ତାଙ୍କୁ ପ୍ରଫେସର ପଦବୀକୁ ପଦୋନ୍ନତି ମିଳିଲା। ତତ୍ପରେ ସେ ୧୯୬୪ ମସିହାରେ ଏହାର ନିର୍ଦ୍ଦେଶକ ହେଲେ ତା’ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡି.ଏସ୍‌.ସି. ଉପାଧି ହାସଲ କଲେ (୧୯୬୫)। ତାଙ୍କୁ ୧୯୭୨ ମସିହାରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଷ୍ଟାଟିଷ୍ଟିକ୍ସର ନିର୍ଦ୍ଦେଶକ-ସମ୍ପାଦକ ପଦବୀ ମିଳିଲା। ଏହାପରେ ଡ. ରାଓ ଆମେରିକା ଯାତ୍ରା କଲେ ଏବଂ ସେଠାରେ ପିଟସବର୍ଗ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରୂପେ ଯୋଗ ଦେଲେ। ପୁନଶ୍ଚ କିଛି ଦିନ ଅନ୍ତେ (୧୯୮୮)ରେ ପେନ୍‌ସିଲଭାନିଆ ରାଜ୍ୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଇବରଲି ଫ୍ୟାମିଲି ପ୍ରଫେସର ଦାୟିତ୍ୱ ନିର୍ବାହ କରିବାକୁ ଲାଗିଲେ। ଏହାଭିତରେ ତାଙ୍କୁ ଆମେରିକାର ନାଗରିକତ୍ୱ ମିଳି ସାରିଥିଲା।
ଡ. ରାଓ ଶତାଧିକ ମୌଳିକ ଗବେଷଣା ନିବନ୍ଧ ଏବଂ ୧୦ଟି ପୁସ୍ତକ ରଚନା କରିଥିଲେ। ପରିସଂଖ୍ୟାନ ବିଜ୍ଞାନ କ୍ଷେତ୍ରକୁ ତାଙ୍କର ଅବଦାନ ଲାଗି ସେ ବହୁ ସମ୍ମାନଜନକ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ। ଭାରତ ସରକାର ତାଙ୍କୁ ପଦ୍ମଭୂଷଣ (୧୯୬୮) ଏବଂ ପଦ୍ମବିଭୂଷଣ (୨୦୦୧) ସମ୍ମାନରେ ଭୂଷିତ କରିଥିଲେ। ତାଙ୍କୁ ବିଶ୍ୱର ୧୮ଟି ଦେଶରୁ ୩୩ଟି ସମ୍ମାନଜନକ ଉପାଧି ମିଳିଥିଲା। ତାଙ୍କର ସର୍ବଶ୍ରେଷ୍ଠ ତଥା ସର୍ବଶେଷ ସମ୍ମାନଜନକ ସ୍ବୀକୃତି ଥିଲା ‘ଇଣ୍ଟରନ୍ୟାଶନାଲ ପ୍ରାଇଜ୍‌ ଇନ୍‌ ଷ୍ଟାଟିଷ୍ଟିକ୍‌ସ-୨୦୨୩। ଏହି ପୁରସ୍କାର ପାଇବା ପରେ ପରେ ତାଙ୍କର ଦେହାନ୍ତ ଘଟିଲା। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଉଭୟ ବଫାଲୋ ବିଶ୍ୱବିଦ୍ୟାଳୟ ଏବଂ ପେନ୍‌ସିଲିଭାନିଆ ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରଫେସର ରୂପେ ଗବେଷଣାରେ ଲିପ୍ତ ଥିଲେ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ଭୋଜନ କଲେ ନିିବିଡ଼ ହୁଏ ସମ୍ପର୍କ

ପେନସିଲଭାନିଆ,୯।୬: ପରିବାର ସଦସ୍ୟଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ତଥା ନିବିଡ଼ ସମ୍ପର୍କ ରହିବା ଗୁରୁତ୍ୱପୂର୍ଣ୍ଣ। ଏହା ପରିବାର ମୂଳଦୁଆ ପରି। ତେବେ ପରିବାର ସଦସ୍ୟ ଏକାଠି...

ବଢ଼ାନ୍ତୁ ପିଲାଙ୍କ ଇମ୍ୟୁନିଟି

କରୋନାର ଦ୍ୱିତୀୟ ଲହର ଏବେ ପିଲାମାନଙ୍କ ପାଇଁ ବେଶି କ୍ଷତିକାରକ ବୋଲି ଜଣାପଡ଼ିଛି। କମ୍‌ ଇମ୍ୟୁନିଟି ଥିବା ପିଲାମାନେ ଖୁବ୍‌ଶୀଘ୍ର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ...

ଫେକ୍‌ ଜବ୍‌ ଅଫର

ଜବ୍‌ ଆଶାୟୀ ପ୍ରାର୍ଥୀ ଯେକୌଣସି ଜବ୍‌ ଅଫର୍‌ ପାଇଲେ ତାହା ଯେପରି ହାତଛଡ଼ା ନ ହୋଇଯାଉ ସେହି ଲକ୍ଷ୍ୟରେ ତୁରନ୍ତ ଆପ୍ଲାଏ କରିବାକୁ ପଛାନ୍ତି ନାହିଁ।...

ଅନ୍ୟ ଗ୍ରହରେ ଜୀବନ ସନ୍ଧାନ

ସୂର୍ଯ୍ୟଙ୍କଠାରୁ ଦୂରତାକ୍ରମରେ ଚତୁର୍ଥ ଏବଂ ପୃଥିବୀ ନିକଟରେ ଥିବା ଅନ୍ୟ ଗ୍ରହଟି ହେଉଛି ମଙ୍ଗଳ ବା ଲୋହିତ ଗ୍ରହ। ଏହି ଗ୍ରହଟି ସୌର ମଣ୍ଡଳର ‘ଗୋଲଡିଲକ୍‌’...

ରକ୍ତହୀନତା ଦୂର କରେ ସଜନା ଶାଗ

ବାଡିବଗିଚାରେ ସଜନା ଶାଗ ଅତି ସହଜରେ ମିଳିଯାଏ। ସଜନା ସାଗ ହେଉ କି ଛୁଇଁ ସମେସ୍ତ ଏହା ଖାଇବାକୁ ଭଲ ପାଆନ୍ତି। ଏଥିରେ ପ୍ରଚୁର ଖଣିଜତତ୍ତ୍ୱ...

କର୍କଟରୁ ଦୂରେଇ ରଖେ ଏହି ସହଜ ଉପାୟ…

ସକାଳେ କିଛି ସମୟ ବ୍ୟାୟାମ ପରେ ୭-୮ଟି ଚିନା ବାଦାମ ଖାଇଲେ ଅନେକ ଉପକାର ମିଳେ। ନିୟମିତ ଏପରି କଲେ କ୍ୟାନସରରୁ ମୁକ୍ତି ମିଳିଥାଏ ବୋଲି...

ଗୋଟିଏ ବିଛଣା ଅଧିକ ଦିନଧରି ବ୍ୟବହାର କରୁଥିଲେ..

ଅନେକ ଲୋକ ଅଛନ୍ତି ସେମାନଙ୍କ ଶରୀରରେ କୌଣସି ରୋଗ ନ ଥିଲେ ବି ବାରମ୍ବାର ଆଲର୍ଜି, ସଂକ୍ରମଣ, କାଶ ଏବଂ ଜ୍ୱରରେ ପୀଡ଼ିତ ହୋଇଥାନ୍ତି। ଯେତେ...

କିଡ୍‌ନୀ ଷ୍ଟୋନ୍‌ ଥିଲେ…

ଅତ୍ୟାଧୁନିକ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା, ଫାଷ୍ଟ ଫୁଡ୍‌, ତେଲ ମସଲାଯୁକ୍ତ ଖାଦ୍ୟ ଆଜିକାଲି ବିଭିନ୍ନ ରୋଗକୁ ଡାକି ଆଣୁଛି । ଏହି କ୍ରମରେ କିଡ୍‌ନୀ ଷ୍ଟୋନ...

Advertisement
Archives

Model This Week