ନିଆରା ଖଗୋଳ ବିଜ୍ଞାନୀ

ସୁପ୍ରସିଦ୍ଧ ଖଗୋଳ ବିଜ୍ଞାନୀ ଭାବରେ ନିଜକୁ ପରିଚିତ କରାଇବାରେ ସକ୍ଷମ ହୋଇଥିଲେ ସେ। କାନାଡ଼ା ରାଜଧାନୀ ଓଟାଓ୍ବାଠାରେ ଚଳିତ ବର୍ଷ ଜୁଲାଇରେ ନୋବେଲ ପୁରସ୍କାରର ସମକକ୍ଷ ଭାବରେ ବିବେଚନା କରାଯାଉଥିବା ‘ଇଣ୍ଟରନ୍ୟାଶନାଲ ପ୍ରାଇଜ ଇନ୍‌ ଷ୍ଟାଟିଷ୍ଟିକ୍ସ’ ପରି ସମ୍ମାନଜନକ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି। ସେହି ନିଆରା ଖଗୋଳ ବିଜ୍ଞାନୀ ହେଉଛନ୍ତି ପ୍ରଫେସର କାଲିଆମପୁଡି ରାଧାକ୍ରିଷ୍ଣ ରାଓ।
କାଲିଆମପୁଡି ୧୯୨୧ ସେପ୍ଟେମ୍ବର ୧୦ ତାରିଖ ଦିନ କର୍ନାଟକର ହାଡାଗଲିଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ମାତାଙ୍କ ନାମ ଥିଲା ଏମ୍‌. ଲକ୍ଷ୍ମୀକାଉଥାମ୍ମା ଏବଂ ପିତା ଥିଲେ ସି. ଡରାଇସ୍ବାମୀ ନାଇଡୁ। ସ୍ଥାନୀୟ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାଲାଭ ପରେ ସେ ୧୯୪୦ ମସିହାରେ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟରୁ କୃତିତ୍ୱର ସହିତ ପରିସଂଖ୍ୟାନରେ ଏମ.ଏ. ଡିଗ୍ରୀ ହାସଲ କରିଥିଲେ। ତା’ପରେ ଉଚ୍ଚ ଶିକ୍ଷା ଓ ଗବେଷଣା ଲାଗି ସେ କଲିକତାସ୍ଥିତ ‘ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟ୍‌’ରେ ୧୯୪୧ରେ ଯୋଗ ଦେଲେ। ସେଠାରେ ସେ ଡ. କେ. ରାଘବନ୍‌ ନାୟାରଙ୍କ ସହିତ ମିଳିତ ଭାବେ ଗବେଷଣା କରି ୬ଟି ଉଚ୍ଚକୋଟୀର ନିବନ୍ଧ ପ୍ରକାଶ କଲେ। ପୁନଶ୍ଚ ୧୯୪୩ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଏମ୍‌.ଏସ୍‌ସି. ଡିଗ୍ରୀ ପ୍ରାପ୍ତ ହେଲା ପରେ ସେହିଠାରେ ୧୯୪୪ରେ ଅଧ୍ୟାପକ ଭାବରେ ଯୋଗଦେଲେ। ୧୯୪୬ ଶେଷ ସୁଦ୍ଧା ବିଭିନ୍ନ ସୁଖ୍ୟାତ ଗବେଷଣା ପତ୍ରିକାରେ ସେ ପ୍ରକାଶ କରିସାରିଥିଲେ ୩୦ରୁ ଅଧିକ ଗବେଷଣା ନିବନ୍ଧ। ତନ୍ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ‘କ୍ରାମେର୍‌-ରାଓ ଇନ୍‌ଇକ୍ୱାଲିଟି’। ସେହିବର୍ଷ ସେ ଇଂଲଣ୍ଡ ଯାଇ କେମ୍ବ୍ରିଜର ଆନଥ୍ରୋପୋଲୋଜିକାଲ ମିଉଜିୟମରେ ଚାକିରି କରିବା ସହିତ ପ୍ରଫେସର ଆର୍‌.ଏ.ଫିସର (କିଙ୍ଗସ କଲେଜ)ଙ୍କ ତତ୍ତ୍ୱାବଧାନରେ ‘ଜୀବ ବିଜ୍ଞାନ ସମ୍ବନ୍ଧୀୟ ବର୍ଗୀକରଣରେ ପରିସଂଖ୍ୟାନଜନିତ ସମସ୍ୟା’ (ଷ୍ଟାଟିଷ୍ଟିକାଲ ପ୍ରୋବ୍ଲେମ୍‌ସ ଇନ୍‌ ବାୟୋଲୋଜିକାଲ କ୍ଲାସିଫିକେସନ) ବିଷୟ ଉପରେ ପିଏଚ୍‌.ଡି. ଲାଗି ଗବେଷଣା ଆରମ୍ଭ କଲେ। ଏଥିରେ ତାଙ୍କୁ ହଜାର ହଜାର ମୂଷାଙ୍କ କ୍ରୋମୋଜମ୍‌ର ମାନଚିତ୍ର ପ୍ରସ୍ତୁତ କରିବାକୁ ପଡ଼ିଥିଲା। ସେଠାରୁ ପିଏଚ୍‌.ଡି. ଡିଗ୍ରୀ ପ୍ରାପ୍ତ ହେଲା ପରେ ସେ ଇଣ୍ଡିଆନ୍‌ ଷ୍ଟାଟିଷ୍ଟିକାଲ ଇନ୍‌ଷ୍ଟିଚ୍ୟୁଟ୍‌କୁ ଫେରି ଆସିଲେ। ଇତ୍ୟବସରରେ ୧୯୪୮ରେ ତାଙ୍କର ଭାର୍ଗବୀଙ୍କ ସହିତ ବିବାହ ସମ୍ପନ୍ନ ହୋଇସାରିଥିଲା। ଖୁବ୍‌ ଶୀଘ୍ର ସେଠାରେ ଏକ ଗବେଷଣା ଓ ପ୍ରଶିକ୍ଷଣ ବିଦ୍ୟାଳୟ ସ୍ଥାପନ କରାଗଲା। ଡ. ରାଓ ତହିଁରେ ଜଣେ ସହଯୋଗୀ ପ୍ରଫେସର ରୂପେ ଯୋଗ ଦେଲେ ଏବଂ ୧୯୪୯ରେ ତାଙ୍କୁ ପ୍ରଫେସର ପଦବୀକୁ ପଦୋନ୍ନତି ମିଳିଲା। ତତ୍ପରେ ସେ ୧୯୬୪ ମସିହାରେ ଏହାର ନିର୍ଦ୍ଦେଶକ ହେଲେ ତା’ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡି.ଏସ୍‌.ସି. ଉପାଧି ହାସଲ କଲେ (୧୯୬୫)। ତାଙ୍କୁ ୧୯୭୨ ମସିହାରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଷ୍ଟାଟିଷ୍ଟିକ୍ସର ନିର୍ଦ୍ଦେଶକ-ସମ୍ପାଦକ ପଦବୀ ମିଳିଲା। ଏହାପରେ ଡ. ରାଓ ଆମେରିକା ଯାତ୍ରା କଲେ ଏବଂ ସେଠାରେ ପିଟସବର୍ଗ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରୂପେ ଯୋଗ ଦେଲେ। ପୁନଶ୍ଚ କିଛି ଦିନ ଅନ୍ତେ (୧୯୮୮)ରେ ପେନ୍‌ସିଲଭାନିଆ ରାଜ୍ୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଇବରଲି ଫ୍ୟାମିଲି ପ୍ରଫେସର ଦାୟିତ୍ୱ ନିର୍ବାହ କରିବାକୁ ଲାଗିଲେ। ଏହାଭିତରେ ତାଙ୍କୁ ଆମେରିକାର ନାଗରିକତ୍ୱ ମିଳି ସାରିଥିଲା।
ଡ. ରାଓ ଶତାଧିକ ମୌଳିକ ଗବେଷଣା ନିବନ୍ଧ ଏବଂ ୧୦ଟି ପୁସ୍ତକ ରଚନା କରିଥିଲେ। ପରିସଂଖ୍ୟାନ ବିଜ୍ଞାନ କ୍ଷେତ୍ରକୁ ତାଙ୍କର ଅବଦାନ ଲାଗି ସେ ବହୁ ସମ୍ମାନଜନକ ପୁରସ୍କାର ଓ ସମ୍ମାନ ଲାଭ କରିଥିଲେ। ଭାରତ ସରକାର ତାଙ୍କୁ ପଦ୍ମଭୂଷଣ (୧୯୬୮) ଏବଂ ପଦ୍ମବିଭୂଷଣ (୨୦୦୧) ସମ୍ମାନରେ ଭୂଷିତ କରିଥିଲେ। ତାଙ୍କୁ ବିଶ୍ୱର ୧୮ଟି ଦେଶରୁ ୩୩ଟି ସମ୍ମାନଜନକ ଉପାଧି ମିଳିଥିଲା। ତାଙ୍କର ସର୍ବଶ୍ରେଷ୍ଠ ତଥା ସର୍ବଶେଷ ସମ୍ମାନଜନକ ସ୍ବୀକୃତି ଥିଲା ‘ଇଣ୍ଟରନ୍ୟାଶନାଲ ପ୍ରାଇଜ୍‌ ଇନ୍‌ ଷ୍ଟାଟିଷ୍ଟିକ୍‌ସ-୨୦୨୩। ଏହି ପୁରସ୍କାର ପାଇବା ପରେ ପରେ ତାଙ୍କର ଦେହାନ୍ତ ଘଟିଲା। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଉଭୟ ବଫାଲୋ ବିଶ୍ୱବିଦ୍ୟାଳୟ ଏବଂ ପେନ୍‌ସିଲିଭାନିଆ ରାଜ୍ୟ ବିଶ୍ୱବିଦ୍ୟାଳୟର ପ୍ରଫେସର ରୂପେ ଗବେଷଣାରେ ଲିପ୍ତ ଥିଲେ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?