ଗାଜଲବାଡ଼ି ଘାଟିରେ ଅଟକିଲା ଭାରୀଯାନ

ଦାରିଙ୍ଗବାଡ଼ି,୧୫ା୧୨(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟିରେ ବାରମ୍ବାର ଭାରୀଯାନ ଅଟକି ଯାଉଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁର, ଭଞ୍ଜନଗର, ସୋରଡ଼ା ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହେଉଛି।

ପ୍ରକାଶ ଯେ, ଏକ ଯନ୍ତ୍ରପାତି ବୋଝେଇ ଟ୍ରକ୍‌ ୫୯ ନଂ ଜାତୀୟ ରାରଜପଥର ଦାରିଙ୍ଗବାଡ଼ି ଦେଇ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲା। ତେବେ ଗାଜଲବାଡ଼ି ଘାଟି ବୁଲାଣି ରାସ୍ତାରେ ଟ୍ରକ୍‌ଟି ବୁଲେଇ ନ ପାରି ସିଧା ଚାଲିଯାଇଥିଲା ଚାଳକର ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରକ୍‌ଟି ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିଲା। ଏବେ ଟ୍ରକ୍‌ଟି ଉକ୍ତ ବୁଲାଣି ରାସ୍ତାରେ ନା ଆଗକୁ ନା ପଛକୁ ହୋଇପାରୁଛି ଫଳରେ ଅଟକି ରହିଛି। ଉକ୍ତ ଘାଟି ରାସ୍ତାରେ ଏକାଧିକ ଗାଡ଼ି ଅଟକି ରହିଛି। ଫଳରେ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଖବର ପାଇ ସୋରଡ଼ା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘାଟିରେ ଫସି ରହିଥିବା ଟ୍ରକ୍‌ଟିକୁ ହଟେଇବାକୁ ଚେଷ୍ଟା କରୁଛନ୍ତି।

ପ୍ରକାଶ ଯେ, ଜାତୀୟ ରାଜପଥ ବିଭାଗ ପକ୍ଷରୁ ଉଭୟ କନ୍ଧମାଳ ଓ ଗଞ୍ଜାମର ଘାଟି ରାସ୍ତା ଆରମ୍ଭ ପୂର୍ବରୁ ଭାରୀଯାନ ଉକ୍ତ ରାସ୍ତା ଦେଇ ଯାତାୟାତ ପାଇଁ ବାରଣ କରାଯାଇ ସାଇନ୍‌ବୋର୍ଡରେ ଉଲ୍ଲେଖ କରାଯାଇଥିଲେ ସୁଦ୍ଧା ଭାରୀଯାନଗୁଡ଼ିକ ଅମାନିଆ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏଥିପ୍ରତି ବିଭାଗ ଦ୍ୱାରା କଟକଣା ବୃଦ୍ଧି କରାଯାଉ କିମ୍ବା ଶୀଘ୍ର ରାଜପଥ ସମ୍ପ୍ରସାରଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଏନେଇ ବାରମ୍ବାର ଜାତୀୟ ରାଜପଥ ବିଭାଗକୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗ ନୀରବ ରହୁଛି। ଆଗାମୀ ଦିନରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଓ ସୋରଡ଼ା ବିଧାୟକଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଇଛି। କେନ୍ଦ୍ର ସରକାର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିକୁ ସମ୍ପ୍ରସାରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରତିବାଦରେ ଏହି ଆନ୍ଦୋଳନ କରାଯିବ। କନ୍ଧମାଳ ଜିଲାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଏହି ଘାଟି ଉପରେ ରାଇପୁରଠାରୁ ଗୋପାଳପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଥିବା ବେଳେ ବିପଦପୂର୍ଣ୍ଣ ଗାଜଲବାଡ଼ି ଘାଟିକୁ ସମ୍ପ୍ରସାରଣରେ ବିଳମ୍ବ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ଖବର ଲେଖ।ହେବା ସୁଦ୍ଧା ଘାଟିରେ ଗାଡ଼ିଗୁଡିକ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?