ଯୋଡ଼ା/ଝୁମ୍ପୁରା, ୧୩।୧(ଡି.ଏନ୍.ଏ): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳରେ ହେଉଥିବା ଖଣିଜ ଚୋରା କାରବାରକୁ ବନବିଭାଗ ଲଗାତାର ଗୋଡାଇ ଧରୁଛି। ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଯୋଡା ଖଣିମଣ୍ଡଳସ୍ଥିତ ନୟାଗଡ ଜଙ୍ଗଲରୁ ଏକ ୧୨ଚକିଆ ଟ୍ରକ୍(ନଂ-ଓଡି ୧୫ ଏଲ୍ ୦୩୮୬)ରେ ବିପୁଳ ପରିମାଣର ଲୁହପଥର ବୋଝେଇ କରି ଚୋରାଚାଲାଣ ହେଉଥିବାବେଳେ ବନବିଭାଗ ଅତର୍କିତ ଚଢାଉ କରି ଟ୍ରକ୍ଟିକୁ ଜବତ କରିଛି। ଚମ୍ପୁଆ ରେଞ୍ଜର ଅଧିକାରୀ ଘାସିନାଥ ପାତ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଡିଏଫ୍ଓଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ବିଳମ୍ବିତ ରାତିରେ ବନବିଭାଗ ପକ୍ଷରୁ ବିଭିନ୍ନ ବନାଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା ା ଉକ୍ତ ନୟାଗଡ ଜଙ୍ଗଲରେ ଭାରିଯାନରେ ଚୋରା ଲୁହାପଥର ବୋଝେଇ ହେବା ଖବରପାଇ ଚମ୍ପୁଆ ରେଞ୍ଜର ଅଧିକାରୀ ଘାସିନାଥ ପାତ୍ର, ଯୋଡ଼ା ବନପାଳ ଅନିରୁଦ୍ଧ ପଣ୍ଡା, ବାମେବାରୀ ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁ, ବାଲିବନ୍ଧ ଫରେଷ୍ଟର ଖଗେଶ୍ୱର ବାରିକ ପ୍ରମୁଖ ଏକ ମୋବାଇଲ ସ୍କ୍ବାଡ ସହ ମିଳିତ ହୋଇ ଚଢାଉ କରିଥିଲେ ା ଟ୍ରକ୍ ଡ୍ରାଇଭର ଅନ୍ଧାରର ସୁଯୋଗ ନେଇ ଗାଡି ଛାଡି ଫେରାର୍ ହୋଇଯାଇଥିଲା ା ବନବିଭାଗ ଉକ୍ତ ଟ୍ରକ୍କୁ ଜବତ କରି ନିଜ ହେପାଜତକୁ ନେଇଥିଲା। ପ୍ରାୟ ୩୫ ମେଟ୍ରିକ୍ ଟନ୍ ଉନ୍ନତମାନର ଲୁହାପଥର ବୋଝେଇ ହୋଇଥିବା ଯାଞ୍ଚରୁ ବନବିଭାଗ ଜାଣିବାକୁ ପାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ୱ ହେବବୋଲି ଜଣାପଡିଛି ା ଯୋଡା ଖଣିମଣ୍ଡଳରେ ଦିନକୁଦିନ ଖଣିଜ ଚୋରା କାରବାର ବୃଦ୍ଧି ପାଉଥିଲେ ହେଁ, ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଗତ ଦୁଇ ସପ୍ତାହ ତଳେ ବନବିଭାଗ ଏକ ସଂରକ୍ଷିତ ଜଙ୍ଗଲରୁ ଚୋରାରେ ଗଚ୍ଛିତ ଥିବା ବହୁ ମୂଲ୍ୟବାନ ମାଙ୍ଗାନିଜ ପଥରକୁ ଜବତ କରିଥିଲା।
Posted inଆମ ଜିଲା ଖବର, କେନ୍ଦୁଝର View All

ଡମ୍ପର ଧକ୍କାରେ ୨ ଯୁବକଙ୍କ ଜୀବନଗଲା
ସାରସକଣା,୬ା୨(ଡି.ଏନ.ଏ.): ଝାଡ଼ଖଣ୍ଡ ବହଡ଼ାଗୋଡ଼ା ବ୍ଲକ ବଡ଼ଶୋଳ ଥାନା ଅନ୍ତର୍ଗତ ଦାରିଶୋଳ ଫରେଷ୍ଟ ଚେକ୍ ଗେଟ୍ ନିକଟରେ ଡମ୍ପର ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ...

ସ୍ବୀକୃତି ଅପେକ୍ଷାରେ ସୁପାରିସ
ଅନୁଗୋଳ ଅଫିସ, ୧୦ା୧୧: ପର୍ଯ୍ୟଟକ ଦେଖିପାରିବେ ପ୍ରାଚୀନ ଐତିହ୍ୟ। ସାକ୍ଷୀ ରହିପାରିବେ ପୁରାତନ ପରମ୍ପରା, କଳା ଓ ସଂସ୍କୃତିର। ହେଲେ ପର୍ଯ୍ୟଟକଙ୍କୁ ପର୍ଯ୍ୟଟନସ୍ଥଳୀରେ ପହଞ୍ଚାଇବାରେ ପ୍ରତିବନ୍ଧକ...

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହ୍ୟାଟ୍ରିକ:୨୩,୩୩୦ ଖଣ୍ଡ ଭୋଟରେ ବିଜୟୀ ହେଲେ
ସୋହେଲା/ଭଟଲି, ୨୪-୫(ଡି.ଏନ.ଏ):ବରଗଡ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ତୃତୀୟ ଥର ପାଇଁ ବିଜୟ ହାସଲ...

ଜଣେ ଯୁବତୀଙ୍କ ସହ ୫ ଗିରଫ
କୋରାପୁଟ, ୨୨।୨(ସ୍ବ.ପ୍ର.): ଉତ୍ତରପ୍ରଦେଶର ଆମେଢ଼ା ଗ୍ରାମର ଜଣେ ଡ୍ରାଇଭରଙ୍କୁ କୋରାପୁଟରେ ଅପହରଣ କରି ତାଙ୍କୁ ଖଲାସ ପାଇଁ ୨୫ ଲକ୍ଷ ଟଙ୍କା ମାଗିବା ଘଟଣାର ପର୍ଦ୍ଦାଫାଶ...

ଅଧିକ ଦରରେ କିରୋସିନ ବିକିବା ଘଟଣା: ରିଟେଲରଙ୍କୁ ନିଲମ୍ବିତ କଲେ ଉପଜିଲାପାଳ
ଖପ୍ରାଖୋଲ, ୬।୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତର ବିଭିନ୍ନ ଗାଁରେ ଅଧିକ ଦରରେ କିରୋସିନ ବିକ୍ରି ଘଟଣାରେ ରିଟେଲର ନିଲମ୍ବିତ ହୋଇଛନ୍ତି। ପାଟଣାଗଡ଼ ଉପ...

ଫୁଲବାଣୀ ପୂର୍ବତନ ବିଧାୟକଙ୍କ ଗାଡ଼ିକୁ ଗୁଳିମାଡ଼
ଫୁଲବାଣୀ ଅଫିସ, ୩୦ା୪- କନ୍ଧମାଳ ଜିଲା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଏକ ବୋଲେରୋ ଗାଡିକୁ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି । ଗାଡିରେ...

ଶେଷହେଲା କଂସ ଦରବାର
ମାଧପୁର,୧୮।୧୦: ଆଠମଲ୍ଲିକ ବ୍ଲକ ମାଧପୁରଠାରେ ଚାଲିଥିବା ଚୌରାଶି ମହାଲକ୍ଷ୍ମୀ ପୂଜା ଅବସରରେ ମହାରାଜ କଂସଙ୍କ ଦରବାର କାର୍ଯ୍ୟକ୍ରମ ରବିବାର ଶେଷ ହୋଇଛି। ଏହି ଅବସରରେ ଷଷ୍ଠ...

‘ମହାଶିବରାତ୍ରୀ’ ଉପଲକ୍ଷେ ସୁଦର୍ଶନଙ୍କ ବାଲୁକାକଳା
ପୁରୀ ଅଫିସ,୧୧।୩: ଗୁରୁବାର ପବିତ୍ର ମହାଶିବରାତ୍ରୀ। ଏହାକୁ ନେଇ ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଳୁଛି। ଏହି ଅବସରରେ ରାଜ୍ୟବାସୀଙ୍କୁ ବାଲୁକାକଳା ମାଧ୍ୟମରେ...