ରାଜଧାନୀରୁ ଆଦିବାସୀ ଯୁବକ ନିଖୋଜ

ଭୁବନେଶ୍ୱର, ୧୪।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଜଣେ ଆଦିବାସୀ ଯୁବକ ମଙ୍ଗଳବାରଠାରୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ କେନ୍ଦୁଝର ଜିଲା କାଞ୍ଜିପାଣି ଗ୍ରାମର ଗଙ୍ଗା ମୁଣ୍ଡାଙ୍କ ପୁଅ ଗୌତମ। ସେ କେଉଁଆଡେ ଗଲେ ତାହାର ଖୋଜ ଖବର ନ ମିଳିବାରୁ ଚାରିଆଡୁ ନିରାଶ ହେବା ପରେ ରାଜଧାନୀରେ ପୁଅର ଫଟୋ ଧରି ବୁଲୁଛନ୍ତି ଗୌତମଙ୍କ ବାପା ଗଙ୍ଗା। ଏ ନେଇ ସେ ଖଣ୍ଡଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗକୁ ଭିତ୍ତି କରି ପୋଲିସ ଗୌତମଙ୍କୁ ଖୋଜାଖୋଜା ଆରମ୍ଭ କରିଛି ।
ମୁଣ୍ଡାଙ୍କ କହିବା ମୁତାବକ, ପୁଅ ଗୌତମ ଚେନ୍ନାଇରେ କାମ କରନ୍ତି। ଗତ ମଙ୍ଗଳବାର ରାତିରେ ଗୌତମ ଚେନ୍ନାଇରୁ ଟ୍ରେନ ଯୋଗେ ଭୁବନେଶ୍ୱର ଷ୍ଟେଶନରେ ପହଞ୍ଚିଲେ। ଏହାପରେ ବସ୍‌ ଯୋଗେ ଘରକୁ ଯାଉଛି ବୋଲି ଟେଲିଫୋନରେ କହିଥିଲେ। କିନ୍ତୁ ଘରକୁ ଯାଇ ନ ଥିଲେ। ଏନେଇ ବନ୍ଧୁବାନ୍ଧବ , ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କୁ ପଚାରିଥିଲେ ଗଙ୍ଗା। କିନ୍ତୁ କୌଣସି ସନ୍ଧାନ ପାଇ ନଥିଲେ। ଫୋନ କଲେ ମଧ୍ୟ ତାଙ୍କ ମୋବାଇଲ୍‌ ସୁଇଚ ଅଫ ଦେଖାଉଥିଲା । ବୁଧବାର ଜଣେ ଅଟୋ ଚାଳକ ଏକ ବ୍ୟାଗ ଭିତରୁ ନମ୍ବର ପାଇ କଲ କରି ଜଣାଇଥିଲେ କି ଏମ୍ସ ସାମ୍ନାରେ ଏକ ବ୍ୟାଗ ପଡ଼ିଛି । ବ୍ୟାଗ ତୁମର କି ବୋଲି ପଚାରିଥିଲେ । ଏହା ପରେ ଆଧାରକାର୍ଡ ଦେଖି କହିବାରୁ ଗୌତମର ବ୍ୟାଗ ବୋଲି ଜଣାପଡ଼ିଥିଲା। କିନ୍ତୁ ଗୌତମ ଅଛି କି ନାହିଁ ପଚାରିବାରୁ ସେ ମନା କରିଥିଲେ। ତେଣୁ ଗଙ୍ଗା ବୁଧବାର ଭୁବନେଶ୍ୱର ଆସି ବହୁ ଜାଗାରେ ଖୋଜାଖୋଜି କରିବା ପରେ ନ ପାଇବାରୁ ଖଣ୍ଡଗିରି ଥାନାରେ ଗୁରୁବାର ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଯଦି ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ କରନ୍ତା ତା ହେଲେ ପୁଅ ମିଳିଯାନ୍ତା ବୋଲି କୋହଭରା କଣ୍ଠରେ କହିଛନ୍ତି ଗଙ୍ଗା। ସେହିପରି ୩ ଦିନ ହେଲା ବିଭିନ୍ନ ଲଜରେ ମଧ୍ୟ ଖୋଜାଖୋଜା କରୁଛି ବୋଲି କହିଛନ୍ତି। ଖଣ୍ଡଗିରି ପୋଲିସ କହିଛି ଯୁବକ ନିଖୋଜ ହୋଇଥିବା ନେଇ ମାମଲା (୪/୨୦୨୩) ରୁଜୁ ହୋଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri