ପର୍ଯ୍ୟଟକ ଅପେକ୍ଷାରେ ପର୍ଯ୍ୟଟନସ୍ଥଳୀ

କେନ୍ଦୁଝର,୧୧।୧୦ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ପ୍ରାକୃତିକ ଝରଣା, ଜଳପ୍ରପାତ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଆଉ ଏଠାରେ ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । କିନ୍ତୁ କରୋନା ମହାମାରୀ ପାଇଁ ଚଳିତ ବର୍ଷ ପ୍ରକୃତିପ୍ରେମୀ ପର୍ଯ୍ୟଟକ କଟକଣା ଯୋଗୁ ନିରାଶ ହେଉଛନ୍ତି । କେବେ ପରିସ୍ଥିତି ସ୍ବାଭାବିକ ହେବ ଏବଂ ଏହି ସବୁ ଜଳପ୍ରପାତ ଖୋଲିବ ସେ ଅପେକ୍ଷାରେ ରହିଛନ୍ତି । ଆଗକୁ ଆସୁଛି ଶୀତ ଋତୁ। ଲୋକେ ପର୍ଯ୍ୟଟନ ଋତୁରୁ ମଜା ନେବା ଲାଗି ଚାତକ ପରି ଚାହିଁ ରହିଛନ୍ତି। କରୋନା କଟକଣା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା ପ୍ରାପ୍ତ ଜଳପ୍ରପାତ ଗୁଡିକ ବନ୍ଦ ରଖାଯାଇଛି। କିନ୍ତୁ ଅନ୍ୟ ଅନାଲୋଚିତ ଓ ମାନ୍ୟତା ଅପେକ୍ଷାରେ ଥିବା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଏସ.ଆର.ଯାଦବ ଏହି ସବୁ ପର୍ଯ୍ୟଟନ କେନ୍ଦ୍ର ଗୁଡିକ ଖୋଲିବା ନେଇ ତତ୍ପରତା ଦେଖାଇଥିଲେ। ଏଥିନେଇ ଜିଲାପାଳଙ୍କୁ ୭୩୦୨/୫-୧୦-୨୦୨୦ ଚିଠି କରି କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ଅଞ୍ଚଳରେ ଥିବା ପର୍ଯ୍ୟଟନ କେନ୍ଦ୍ର ସାଙ୍ଗକୁ ପର୍ଯ୍ୟଟକଙ୍କ ରହଣୀ ପାଇଁ ହୋଟେଲ, ଗେଷ୍ଟ ହାଉସ ତଥା ଅନ୍ୟ ବ୍ୟବସ୍ଥାର ଅନୁମତି ଦେବାକୁ କୁହାଯାଇଛି ା
ବଣପାହାଡ ଘେରା କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ରମଣୀୟ। ଏହାର ଥଣ୍ଡା ସବୁଜ ପରିବେଶ ଓ ଜଙ୍ଗଲ ପରିବେଷ୍ଟିତ ପ୍ରକୃତି ଦତ୍ତ ଜଳପ୍ରପାତ ସମସ୍ତଙ୍କୁ ଅଧିକ ମତୁଆଲା କରିଥାଏ। ବ୍ୟସ୍ତମୟ ଜୀବନରୁ ଟିକେ ଦୂରେଇ ରହି ପ୍ରକୃତି ମଧ୍ୟରେ ସମୟ ବିତାଇବା ସହ ଭୋଜିଭାତର ଆନନ୍ଦ ନେବାକୁ ଅନେକ ଚାଲିଆସନ୍ତି ା କେନ୍ଦୁଝର ଜିଲାରେ ସାନଘାଗରା, ବଡଘାଗରା, ଖଣ୍ଡାଧାର, ଗୁଣ୍ଡିଚା ଘାଗୀ, ହାଣ୍ଡିଭଙ୍ଗା, ଭୀମକୁଣ୍ଡ, ମୁର୍ଗା, ଅସୁରଖୋଲ, ପିଶାଚୁଣୀ, ବାରାଗଡ (ଘାଗରା), ପୁଟୁଘରଘାଗୀ, ଚକ୍ରତୀର୍ଥ ଭଳି ବହୁ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଜଳପ୍ରପାତ ରହିଛି। ତେବେ ଏଥିରୁ ଅନେକ ପର୍ଯ୍ୟଟନର ମାନ୍ୟତା ପାଇନାହିଁ। ତେବେ ସାନଘାଗରା ଜଳପ୍ରପାତର ବିକାଶ ପାଇଁ ପ୍ରଶାସନ ଯେଉଁ ଭଳି ଭାବରେ ଉଦ୍ୟମ କରୁଛି ସେଭଳି ଉଦ୍ୟମ ଅନ୍ୟ ପର୍ଯ୍ୟଟନ କେନ୍ଦ୍ର ଗୁଡିକରେ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି ା ସାନମାଛକାନ୍ଦଣା ନାଳ ଉପରେ ଥିବା ସାନଘାଗରା ଜଳପ୍ରପାତରେ ବୋଟିଂର ମଜା ଓ ଭୋଜିଭାତ କରିବା ପାଇଁ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି। ସେହିପରି ସେଠାରୁ ମାତ୍ର ୪ କି.ମି. ଦୂରରେ ଥିବା ବଡଘାଗରା ଜଳ ପ୍ରପାତ ରହିଛି। ହରିଚନ୍ଦନପୁର ଓ ଘଟଗାଁ ବ୍ଲକ ସୀମାରେ ଥିବା ମୁଷଳ ନାଳ ଉପରେ ଥିବା ଗୁଣ୍ଡିଚାଘାଗୀ ଜଳପ୍ରପାତରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ କିଛି ବର୍ଷ ହେଲା ପ୍ରଶାସନ ବିକାଶମୂଳକ କାମ ଆରମ୍ଭ କରିଛନ୍ତି ା ଏଠାରେ ୩/୪ ଜଳ ପ୍ରପାତ ଗୋଟିଏ ସ୍ଥାନରେ ରହିଥିବା ବେଳେ ଏହାର ମନୋରମ ଦୃଶ୍ୟ ଅନେକଙ୍କୁ ମୁଗ୍ଧ କରିଥାଏ। ସେହିପରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାରେ ଥିବା ବୈତରଣୀ ନଦୀର ଭୀମକୁଣ୍ଡ ଜଳପ୍ରପାତର ବିକାଶ କରାଯାଇ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯାଇଛି ଯାହାକି ପର୍ଯ୍ୟଟକ ମାନଙ୍କ ପ୍ରମୁଖ ଆକର୍ଷଣ ହେବ। ଝାଡ଼ଖଣ୍ଡ ରାଜ୍ୟ ସୀମାରେ ଥିବା ଜିଲାର ଯୋଡାବ୍ଲକର ମୁର୍ଗା ଠାରେ ଥିବା ମୁର୍ଗାନାଳ ଜଳପ୍ରପାତରେ ଗାଧୋଇବାର ମଜା ନେବା ସହ ଭୋଜିଭାତ , ମୁର୍ଗାମହାଦେବଙ୍କ ଦର୍ଶନ ପାଇଁ ଉଭୟ ରାଜ୍ୟରୁ ଲକ୍ଷାଧିକ ପର୍ଯ୍ୟଟକ ବର୍ଷତମାମ ଆସିଥାନ୍ତି ା ଏନେଇ ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ହୋଟେଲରେ ୩୦ ପ୍ରତିଶତ ଲୋକ ରହିବା ବ୍ୟବସ୍ଥା କରାଯାଇଛି। ଖୁବ ଶୀଘ୍ର ଜଳପ୍ରପାତ ସମେତ ଅନ୍ୟାନ୍ୟ ପର୍ଯ୍ୟଟନ କେନ୍ଦ୍ର ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri