ଟ୍ରାକ୍ଟର ଚପାଇ ୨ ଭାଇଙ୍କୁ ହତ୍ୟା କଲେ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ

ଭବାନୀପାଟଣା/ ଧର୍ମଗଡ଼,୧୨।୧୧(ଉତ୍ତମ କୁମାର ଦାଶ/ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଧୀନ ମେରଘରା ଗ୍ରାମରେ ମଙ୍ଗଳବାର ଦୁଃଖଦ ଘଟଣା ଘଟିଛି। ଟ୍ରାକ୍ଟର ଟ୍ରଲି ଚୋରି ପାଇଁ ଆସିଥିବା ଦୁର୍ବୃତ୍ତମାନେ ୨ଭାଇ ଅଟକାଇବାରୁ ଟ୍ରାକ୍ଟର ଚପାଇ ସେମାନଙ୍କୁ ହତ୍ୟା କରିଛନ୍ତି। ମୃତକ ୨ଭାଇ ହେଲେ ସତ୍ୟମ ଭଏସାଲ (୨୫) ଓ ହରିଶଙ୍କର ଭଏସାଲ (୪୫)। ସତ୍ୟମଙ୍କ ବଡ଼ବାପାଙ୍କ ପୁଅ ହେଉଛନ୍ତି ହରିଶଙ୍କର। ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକୋ କରିଥିଲେ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ୪/୫ ଜଣ ଦୁର୍ବୃତ୍ତ ଏକ ନମ୍ବର ବିହୀନ ଟ୍ରାକ୍ଟର ଧରି ମେରଘରା ଗ୍ରାମକୁ ଟ୍ରଲି ଚୋରି କରିବାକୁ ଯାଇଥିଲେ। ଗ୍ରାମର ଲାଲୁ ଭଏସାଲଙ୍କ ଟ୍ରଲି ନଂ. ଓଡି ୦୮ କ୍ୟୁ ୯୭୫୩ ଖୋଲା ସ୍ଥାନରେ ଥିବାର ଦେଖି ଚୋରି କରିବାକୁ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ଆଣିଥିବା ଟ୍ରାକ୍ଟରରେ ଟ୍ରଲିକୁ ସଂଯୋଗକରି ଚୋରାଇ ନେଇ ଯାଉଥିବା ସମୟରେ ଲାଲୁଙ୍କ ପୁଅ ସତ୍ୟମ ଓ ପୁତୁରା ହରିଶଙ୍କର ଜାଣିପାରି ସମସ୍ତଙ୍କୁ ଡାକ ପକାଇଥିଲେ। ପାଟିଶୁଣି ଦୁର୍ବୃତ୍ତମାନେ ଟ୍ରାକ୍ଟର ଚଳାଇ ପଳାଇଯାଉଥିଲେ। ୨ଭାଇ ଏକ ବାଇକ୍‌ ନଂ. ଓଡି ୦୮ଏନ୍‌ ୬୫୨୨ରେ ସେମାନଙ୍କ ପିଛା କରିଥିଲେ। ତେବେ ଗାଁଠାରୁ ୩କି.ମି. ଦୂର ତେନ୍ତୁଳିପଡ଼ା ଛକଠାରେ ଦୁର୍ବୃତ୍ତମାନଙ୍କୁ ସେମାନେ ଅଟକାଇବାକୁ ଚେଷ୍ଟା କରିଥିଲେ। ଦୁର୍ବୃତ୍ତମାନେ ଧରାପଡ଼ିଯିବା ଭୟରେ ଉଭୟଙ୍କୁ ଟ୍ରାକ୍ଟର ଚପାଇ ଦେଇ ଟ୍ରଲିକୁ ଛାଡ଼ି ଟ୍ରାକ୍ଟର ନେଇ ପଳାଇଯାଇଥିଲେ। ସ୍ଥାନୀୟ ଲୋକେ ଖବରପାଇ ଘଟଣାସ୍ଥଳରେ ପହଞ୍ଚତ୍ ଗୁରୁତର ଅବସ୍ଥାରେ ଥିବା ୨ଭାଇଙ୍କୁ ଉଦ୍ଧାରକରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ବୁର୍ଲା ନିଆଯାଉଥିବାବେଳେ କେସିଙ୍ଗା ନିକଟରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କୁ ଟ୍ରାକ୍ଟର ମଡ଼ାଇ ହତ୍ୟା କରାଯାଇଛି ବୋଲି ମଙ୍ଗଳବାର ପରିବାର ଲୋକଙ୍କ ପକ୍ଷରୁ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ. ୩୨୭/୨୦୨୫) ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ୨ଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ମୃତକଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ୨ ଭାଇଙ୍କ ମୃତଦେହ ରଖି ମଙ୍ଗଳବାର ଅପରାହ୍ନରେ ରାସ୍ତାରୋକୋ କରିଥିଲେ। ୨ଘଣ୍ଟା ଧରି ଧର୍ମଗଡ଼ ଚାରିଛକ ନିକଟ ୧୩୦(ସି) ନଂ. ଜାତୀୟ ରାଜପଥକୁ ଅବରୋଧକରିବା ଫଳରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଖବରପାଇ ଘଟଣାସ୍ଥଳରେ ଅତିରିକ୍ତ ଜିଲାପାଳ ଅଜୟ ପ୍ରକାଶ ତିର୍କୀ, ତହସିଲଦାର କୀର୍ତ୍ତିଚନ୍ଦ୍ର ପ୍ରଧାନ, ଏସ୍‌ଡିପିଓ ଡୋଳାମାଣି ଭୋଇ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଉଭୟ ପରିବାରକୁ ରେଡ୍‌କ୍ରସ୍‌, ହରିଶ୍ଚନ୍ଦ୍ର ଯୋଜନା ଓ ସରକାରଙ୍କ ଅନ୍ୟ ଯୋଜନାରେ ନିୟମ ଅନୁଯାୟୀ ସାହାଯ୍ୟ କରାଯିବ ଓ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଲାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଦୁର୍ଘଟଣା ଘଟାଇଥିବା ସ୍ଥାନରେ ପୋଲିସର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିଥିଲେ। ଟ୍ରାକ୍ଟର ଚାପାରେ ଭାଙ୍ଗିଯାଇଥିବା ବାଇକ୍‌ ଜବତ କରାଯାଇଛି। ତଦନ୍ତ ଶେଷ ହେଲେ ହତ୍ୟା ମାମଲା ରୁଜୁହେବ ବୋଲି ଏସ୍‌ଡିପିଓ ଡୋଳାମଣି ଭୋଇ କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମେଗା ପ୍ରକଳ୍ପର ମେନ୍ ପାଇପ୍ ଫାଟିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍

ଭେଡ଼େନ, ୬ ଜୁନ୍ (ହୃଷିକେଶ ଖମାରୀ): ସମଗ୍ର ଅଞ୍ଚଳରେ ତାପମାତ୍ରା ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏଭଳି…

ସାଇବର ଜାଲିଆତି ସିଣ୍ଡିକେଟ୍‌ର ବଡ଼ ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୬ା୬: କେନ୍ଦ୍ରୀୟ ଦିଲ୍ଲୀ ପୋଲିସ ମାସେବ୍ୟାପୀ ଚଢ଼ାଉ କରି ୭ଟି ଆନ୍ତଃରାଜ୍ୟ ସାଇବର ଜାଲିଆତି ସିଣଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିବା ସହ ୧୪ ଜଣଙ୍କୁ ଗିରଫ କରିଛି। ଜଣେ…

କୂଅ ସଫା କରିବା ବେଳେ ବ୍ଲିଚିଂ ଗ୍ୟାସରେ ଶ୍ରମିକ ଅଣନିଶ୍ୱାସୀ, ଅଗ୍ନିଶମ ବାହିନୀ ଦ୍ୱାରା…

ଭଞ୍ଜନଗର, ୬ ଜୁନ୍ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଏକ ସାହିରେ କୂଅ ସଫା କରିବା ସମୟରେ ଜଣେ ଶ୍ରମିକ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ…

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଆମେରିକା ପ୍ରବେଶ ପାଇଁ ଇରାନ ଫୁଟବଲ ଦଳକୁ ମିଳିଲା ଭିଜା

ଓ୍ବାଶିଂଟନ,୫।୬: ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ଇରାନ ବିଶ୍ୱକପ୍‌ ପୁଟ୍‌ବଲ ଦଳର ସଦସ୍ୟମାନଙ୍କୁ ଭିଜା ପ୍ରଦାନ କରିଛି। ଫଳରେ ଇରାନ ଦଳ ଆମେରିକାରେ ପ୍ରବେଶ କରିପାରିବ। ମେକ୍ସିକୋର ଟିଜୁଆନାରେ ଦଳ…

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri