ପୋଲିସ ଏସ୍‌ଆଇଙ୍କ ଘରେ କଳାକନା ବୁଲାଇଲେ ଚୋର

ଭୁବନେଶ୍ୱର,୬ା୯(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ କମିଶନରେଟ୍‌ ପୋଲିସକୁ ଚୋରମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଚୋରି କରିଛନ୍ତି। ଏହି ଚୋରି ଜଣେ ସାଧାରଣ ଲୋକଙ୍କ ଘରୁ ନୁହେଁ। ବରଂ ଚୋରି ହୋଇଛି, ଜନସାଧାରଣଙ୍କୁ ସୁରକ୍ଷା ଯୋଗାଉଥିବା ଜଣେ ପୋଲିସ ଏସ୍‌ଆଇଙ୍କ ଘରୁ। ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ-୩ ଆର୍‌ବିଆଇ ଅଫିସ ପଛପାର୍ଶ୍ୱ ଏସ୍‌ଆଇ ରମାକାନ୍ତ ପ୍ରଧାନଙ୍କ କ୍ୱାର୍ଟର୍ସ (ନଂ.୨୯/୪ ,ଟାଇପ୍‌-୨)କୁ ଚୋରମାନେ ଟାର୍ଗେଟ୍‌ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା ଆଦି ଚୋରି କରି ନେଇଯାଇଛନ୍ତି। କ୍ୱାର୍ଟର୍ସ ପଛପାର୍ଶ୍ୱ ବାଡ଼ିପଟରୁ ଗୋଟିଏ ପରେ ଗୋଟିଏ ୬ଟି ତାଲା ଭାଙ୍ଗି ଚୋରିମାନେ ଏହି କାଣ୍ଡ ଘଟାଇଛନ୍ତି। ତେବେ ବଡ଼କଥା ହେଲା ରମାକାନ୍ତଙ୍କ କ୍ୱାର୍ଟର୍ସ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଓ ଟ୍ରେଜେରି ଅଫିସ ରହିଛି। ରାଜଧାନୀରେ ହାଇପ୍ରୋଫାଇଲ୍‌ ଅଞ୍ଚଳ କୁହାଯାଉଥିବା ଏଭଳି ସ୍ଥାନରୁ ଦିନଦ୍ୱିପ୍ରହରେ ଚୋରି ଘଟଣାକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଚୋରି ସଂକ୍ରାନ୍ତରେ ରମାକାନ୍ତଙ୍କ ବଡ଼ପୁଅ ରାକେଶ ପ୍ରଧାନ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏସଂକ୍ରାନ୍ତରେ ଏକ ମାମଲା (ନଂ.୩୯୭/୨୦୨୪) ରୁଜୁ କରି ତଦନ୍ତ ଜାରି ରଖିଛି।
ରମାକାନ୍ତ ଏଏସ୍‌ଆଇରୁ ଏସ୍‌ଆଇ ହୋଇ ଏବେ ଯାଜପୁର ଜିଲା ବରୀସ୍ଥିତ ପୋଲିସ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟରେ ପ୍ରଶିକ୍ଷଣ ନେଉଛନ୍ତି। ଚୋରି ହୋଇଥିବା କ୍ୱାର୍ଟର୍ସରେ ତାଙ୍କ ଦୁଇ ପୁଅ ଓ ବୋହୂ ରହୁଛନ୍ତି। ଗୁରୁବାର ଦିନବେଳେ ଘରେ କେହି ନ ଥିବାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଘର ଭିତରେ ପଶି ଗଡରେଜ୍‌ ତାଲା ଭାଙ୍ଗିଥିଲେ। ସେଥିରେ ଥିବା ଗୋଟିଏ ସୁନା ଚେନ୍‌, ୬ଟି ମୁଦି, ୨ଟି କାନଫୁଲ ଆଦି ଅଳଙ୍କାର, ୧୦ରୁ ୧୨ହଜାର ନଗଦ ଟଙ୍କା, ୪ଟି ହାର୍ଡ ଡିସ୍କ, କାନ୍ଥ ଘଣ୍ଟା, କିଛି ଦାମୀ ଘଣ୍ଟା, ପୁରୁଣା କଏନ୍‌ ଆଦି ନେଇଯାଇଛନ୍ତି।
କ୍ୱାର୍ଟର୍ସ ନିକଟ ସରକାରୀ ଜାଗାରେ ବସ୍ତି କରି ରହୁଥିବା ଲୋକମାନଙ୍କୁ ରାକେଶ ସନ୍ଦେହ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, କ୍ୱାର୍ଟର୍ସ ପଛପାର୍ଶ୍ୱରେ ଥିବା ଡ୍ରେନେଜ୍‌ ଅଞ୍ଚଳକୁ ବାହାରୁ ଲୋକମାନେ ଆସି ଅସ୍ଥାୟୀ ବସ୍ତି କରିସାରିଲେଣି। ଏନେଇ ବାରମ୍ବାର ଅଭିଯୋଗ ଦିଆଯାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ରାକେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri