୩୪ ଛାତ୍ରୀଛାତ୍ରଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ

ପଟ୍ଟାଙ୍ଗି,୪ା୪(ଶରତ କୁମାର ଧଳ): ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖା ଦେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। କିନ୍ତୁ ଜିଲା ଶିକ୍ଷା ବିଭାଗକୁ ଅନ୍ଧାରରେ ରଖି ବ୍ଲକ୍‌ ଶିକ୍ଷା ବିଭାଗର ଅବ୍ୟବସ୍ଥାର ନଜିର ରହିଛି। କୋରାପୁଟ ଜିଲାର ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ଥିବା ପଟ୍ଟାଙ୍ଗି ବ୍ଲକରେ ଛାତୀଛାତ୍ରଙ୍କ ନଁାରେ ହରିଲୁଟ୍‌ ହେଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏହି ବ୍ଲକ ଅଧୀନ ଅମ୍ପାବାଲି ପଞ୍ଚାୟତରେ ଥିବା ସୋରଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୩୪ ଛାତ୍ରୀଛାତ୍ରଙ୍କୁ ଜଣେ ମାତ୍ର ଶିକ୍ଷକ ପାଠ ପଢ଼ାଉଛନ୍ତି। ଏହିପରି ଅବ୍ୟବସ୍ଥା ବ୍ଲକ୍‌ ଶିକ୍ଷା ବିଭାଗର ଅଧିକାରୀ ଓ ସିଆରସିସିଙ୍କ ଦୃଷ୍ଟିରେ ଥିଲେ ସୁଦ୍ଧା କୌଣସି ସମାଧାନର ବାଟ ବାହାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦଶହରା ଛୁଟି ପୂର୍ବରୁ ବି.ମାମା କୁମାରୀ ସୁବୁଦ୍ଧି ବିଦ୍ୟାଳୟରେ ନୂତନ କରି ଯୋଗ ଦେବା ପରଠାରୁ ଏଯାଏ ଅନୁପସ୍ଥିତ ରହିଛନ୍ତି। ସେହିପରି ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟ ଜଣେ ଶିକ୍ଷକ ରଞ୍ଜିତ ସେଠୀ ୨୦୨୪ ନଭେମ୍ବରରୁ ଅନ୍ୟତ୍ର ବ୍ଲକ୍‌କୁ ଡେପୁଟେସନ୍‌ରେ ଚାଲିଯାଇଛନ୍ତି। ଏହିପରି ସମସ୍ୟା ଭିତରେ କୌଣସି ଟ୍ରେନିଂ ପଡିଲେ ଶିକ୍ଷକ ବେଣୁଧର ରାଉତଙ୍କୁ ଯିବାକୁ ପଡୁଥିବା ଓ ତାଙ୍କ ସ୍ଥାନରେ ସିଆରସିସି ଅନ୍ୟ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଏହି ସ୍କୁଲକୁ ଡେପୁଟେଶନରେ ଆଣି କାମ ଚଳାଇ ଦେଇଥାନ୍ତି। କିନ୍ତୁ ବିଦ୍ୟାଳୟ ଦାୟିତ୍ୱରେ ରହିବା ଶିକ୍ଷକ ରାଉତଙ୍କ କୌଣସି ବ୍ୟକ୍ତିଗତ କାମ ପଡିଲେ ସେଦିନ ବିଦ୍ୟାଳୟ ବନ୍ଦ କରିବାକୁ ପଡୁଛି। ଏହି ସ୍ଥିତିରେ ଶିକ୍ଷକ ରାଉତ ମାର୍ଚ୍ଚ ୨୬ରେ ସମସ୍ତ ଛାତ୍ରୀଛାତ୍ରଙ୍କୁ ନେଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ କରି ବ୍ଲକ ଶିକ୍ଷାଧିକାରୀଙ୍କୁ ମୁଖ୍ୟ ଅତିଥି କରି ଡାକିଥିଲେ। କିନ୍ତୁ ଶିକ୍ଷାଧିକାରୀଙ୍କ ଅବ୍ୟବସ୍ଥା ପ୍ରତି ଦୃଷ୍ଟି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବ୍ଲକ୍‌ରେ ଶିକ୍ଷାର ଅବ୍ୟବସ୍ଥାକୁ ନେଇ ଆଦିବାସୀ ଜନପ୍ରତିନିଧିଠାରୁ ଆରମ୍ଭ କରି ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ସେମାନେ କହିଛନ୍ତି।
ଏ ସମ୍ପର୍କରେ ଅମ୍ପାବାଲି କ୍ଲଷ୍ଟର୍‌ର ସିଆରସିସି ଅଜିତ ତରିଆଙ୍କୁ ପଚାରିବାରୁ ବିଦ୍ୟାଳୟ ସମସ୍ୟା ନେଇ ଅବଗତ ଅଛୁ। ସମସ୍ୟା ସମ୍ପର୍କରେ ବ୍ଲକ୍‌ ଶିକ୍ଷା ବିଭାଗ ସହ ଆଲୋଚନା କରିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri