ଦୁର୍ଘଟଣାକୁ ନେଇ ଖଣ୍ଡା ବୁଲିଲା

ମହାକାଳପଡ଼ା, ୨୬।୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ କଣ୍ଟିଲୋ ଛକରେ ଶନିବାର ଅପରାହ୍ନରେ ଏକ ରାସ୍ତା ଦୁର୍ଘଟଣାକୁ ନେଇ ଖଣ୍ଡା ବୁଲିଛି। ତେବେ ଏକ ଜମି କିଣାବିକାକୁ ନେଇ ଏହି ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଭୟଭୀତ ହୋଇ ତନ୍ତିଆପାଳ ପୋଲିସକୁ ଖବର ଦେଇଥିଲେ। ପୋଲିସ ଟିମ୍‌ ୩ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ ଏହି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ଜମି ଅନ୍ୟ ଜଣଙ୍କୁ ବିକ୍ରି କରିଥିଲେ। କିଣିବା ଲୋକ ଜମି ପଟ୍ଟା ପାଇଛନ୍ତି। ହେଲେ ଜମି ବିକିବା ଲୋକ ପୁନର୍ବାର ଜମି ଫେରାଇବା ପାଇଁ ଚାପ ପକାଇଥିଲେ। ହେଲେ ଜମି କିଣିବା ଲୋକ ରାଜି ନ ହେବାରୁ ସେମାନଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଜମି ବିକିବା ଲୋକ ଉକ୍ତ ଅଞ୍ଚଳର ନିଜ ସମ୍ପର୍କୀୟ ଲୋକଙ୍କୁ ବିବାଦ ସମ୍ପର୍କରେ ଜଣାଇଥିଲେ। ତଦନୁଯାୟୀ ଭୁବନେଶ୍ୱରରେ ରହୁଥିବା ଉକ୍ତ ଅଞ୍ଚଳର ଜଣେ ଯୁବକ ଦୁଇ ସାଥୀଙ୍କୁ ଧରି ଏକ କାର ଯୋଗେ ପହଞ୍ଚିଥିଲେ। ଏହି ସମୟରେ କଣ୍ଟିଲୋ ଛକରେ ରାସ୍ତା ଦୁର୍ଘଟଣା ଘଟିଥିଲା। ଫଳରେ ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ସ୍ଥାନୀୟ ଲୋକମାନଙ୍କ ପକ୍ଷରୁ କୁହାଯାଇଛି। ଦୁର୍ଘଟଣା ପରେ କାର୍‌ରେ ଆସିଥିବା ଯୁବକମାନେ ଖଣ୍ଡା ବୁଲାଇ ଭୟଭୀତ କରିଥିଲେ। ଏହାକୁ ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ତନ୍ତିଆପାଳ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଥାନା ଅଧିକାରୀ କିଶୋର କୁମାର ତରାଇ ଓ ପୋଲିସ ଟିମ୍‌ ପହଞ୍ଚି ଜଣକୁ କାବୁ କରିଥିବାବେଳେ ଅନ୍ୟ ଦୁଇ ସହଯୋଗୀ ଖସି ପଳାଇଥିଲେ। ସାରେ ସେମାନଙ୍କୁ ପୋଲିସ ଘରୁ ଉଠାଇ ନେଇଛି। ଅପରପକ୍ଷରେ ଘଟଣାସ୍ଥଳରେ କାରକୁ ସ୍ଥାନୀୟ ଉତ୍ତେଜିତ ଲୋକମାନେ ବାଡ଼େଇ ଭାଙ୍ଗି ଦେଇଥିଲେ। ଏହାସହ ଟାୟାର ଜାଳି ଜମ୍ବୁ-ବାବର ମୁଖ୍ୟ ରାସ୍ତାକୁ ପ୍ରାୟ ୪ ଘଣ୍ଟା ଧରି ଅବରୋଧ କରିଥିଲେ। ପୋଲିସ ୨ ଖଣ୍ଡା ଏବଂ ଉକ୍ତ କାର୍‌ (ଓଡି୦୭ ୱାଇ ୫୧୦୦)କୁ ଜବତ କରିଥିବା ଜଣାପଡ଼ିଛି। ଚାପା ଉତ୍ତେଜନା ଥିବାରୁ ମହାକାଳପଡ଼ା ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର, ରାଜନଗର ଥାନା ଅଧିକାରୀ ନରେଶ ଚନ୍ଦ୍ର ସାହୁ ଓ କେନ୍ଦ୍ରାପଡ଼ା ଡିଏସ୍‌ପି ସରୋଜ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅପରାହ୍ନ ୫ଟା ବେଳକୁ ରାସ୍ତା ଅବରୋଧ ହଟିଥିଲା। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଘଟଣାକୁ ନେଇ ଜମି କିଣିଥିବା ବ୍ୟକ୍ତିଙ୍କ ଭଉଣୀ ପ୍ରମିତା ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ମାମଲା ରୁଜୁ ହୋଇ ନ ଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?