କମେଣ୍ଟମରାରୁ ଛାତ୍ରୀଙ୍କୁ ହତ୍ୟା: ଗାଁ ପୋଖରୀରୁ ମୃତଦେହ ଜବତ

ଯାଜପୁର ଅଫିସ/ପ୍ରୀତିପୁର/ଦଶରଥପୁର(ଡି.ଏନ୍‌.ଏ.),୪ା୯ କମେଣ୍ଟମରାକୁ କେନ୍ଦ୍ରକରି ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଉତ୍ତଙ୍ଗରା ପଞ୍ଚାୟତ ଅଧୀନ ବରିକୂଳ ଗ୍ରାମର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା(୧୪)। ତାଙ୍କ ମୃତଦେହକୁ ଗାଁର ନାଳକୂଳ ପୋଖରୀରୁ ଶନିବାର ରାତିରେ ଜବତ କରାଯାଇଛି। ଘଟଣା ପୂର୍ବରୁ ଅମ୍ରିତାଙ୍କୁ କେତେଜଣ ଧମକ ଦେଇଥିବାରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ମଙ୍ଗଳପୁର ଥାନାରେ ରବିବାର ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ଓ ଆଇଆଇସି ରୀନାରାଣୀ ସାହୁ ରବିବାର ସକାଳେ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ପରେ ଅଗ୍ନିଶମ ବାହିନୀ ସହାୟତାରେ ଉକ୍ତ ପୋଖରୀରୁ ଅମ୍ରିତାଙ୍କ ସାଇକେଲ ମଧ୍ୟ ଉଦ୍ଧାର କରାଯାଇଛି। ହେଲେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ପୋଲିସ ପକ୍ଷରୁ ସାଇଣ୍ଟିଫିକ୍‌ ଟିମ୍‌ ନିୟୋଜନ କରାଯାଇ ନ ଥିଲା।
ଅଭିଯୋଗ ଅନୁସାରେ ଅମ୍ରିତା ନିକଟସ୍ଥ ନନ୍ଦିପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଶନିବାର ଅପରାହ୍ନରେ ସେ ମଙ୍ଗଳପୁର ଥାନା ନନ୍ଦିପୁର ପଞ୍ଚାୟତ ଅନ୍ତର୍ଗତ ବାବଲପୁର ଗ୍ରାମର ବିଷ୍ଣୁଚରଣ ପାଢ଼ୀଙ୍କ ନିକଟକୁ ଟ୍ୟୁଶନ ପାଇଁ ଯାଇଥିଲେ। ଟ୍ୟୁଶନ ଛୁଟି ପରେ ଅମ୍ରିତା ସନ୍ଧ୍ୟା ୬ ଟା୧୫ ମିନିଟ୍‌ରେ ନନ୍ଦିପୁର ଛକସ୍ଥିତ ଏକ ବହି ଦୋକାନରୁ ଖାତା ଓ କଲମ କିଣି ନିଜ ଘର ଅଭିମୁଖେ ଯାଇଥିଲେ। ନନ୍ଦିପୁର ଛକରୁ ତାଙ୍କ ଘରର ଦୂରତା ପ୍ରାୟ ୨ କିମି ହେବ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରେ ନ ପହଞ୍ଚତ୍ବାରୁ ତାଙ୍କ ମା’ସୁପ୍ରିୟା ସାହିପଡ଼ିଶା ଲୋକଙ୍କ ସହାୟତାରେ ବରିକୂଳଠାରୁ ନନ୍ଦିପୁର ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ଖୋଜାଖୋଜି କରିବାକୁ ଲାଗିଲେ। ରାତି ପ୍ରାୟ ୯ଟାରେ ନନ୍ଦିପୁର ଛକଠାରୁ ପ୍ରୀତିପୁର ରାସ୍ତାରେ ବରିକୂଳ ଛକ ପୂର୍ବରୁ ରାସ୍ତାକଡ଼ରେ ଥିବା ନାଳକୂଳ ପୋଖରୀରେ ଏକ କଳାରଙ୍ଗର ସ୍କୁଲ ବ୍ୟାଗ୍‌ ଭାସୁଥିବା ବରିକୂଳ ଗ୍ରାମର କେତେଜଣ ଲୋକ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଅନ୍ୟମାନଙ୍କୁ ଅବଗତ କରିବା ସହିତ ପୋଖରୀ ଭିତରକୁ ପଶି ଉକ୍ତ ବ୍ୟାଗ୍‌କୁ ଟାଣିବାରୁ ବ୍ୟାଗ ସହିତ ଛାତ୍ରୀଙ୍କ ମୃତଦେହ ବାହାରିଥିଲା। କାଳେ ସେ ବଞ୍ଚଥିବେ ସେହି ଆଶଙ୍କାରେ ତାଙ୍କ ପରିବାର ଲୋକେ ଅମ୍ରିତାଙ୍କୁ ରାତିରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରବିବାର ମଙ୍ଗଳପୁର ଥାନାରେ ଅମ୍ରିତାଙ୍କ ଭାଇ ଅମିତ୍‌ ଚରଣ ଦାସ ହତ୍ୟା ଅଭିଯୋଗ କରିଛନ୍ତି। ତଦନୁୁଯାୟୀ ଅମ୍ରିତା ସେହି ରାସ୍ତାରେ ଟ୍ୟୁଶନ ଯିବାବେଳେ କିଛିଦିନ ତଳେ କେତେଜଣ ଯୁବକ ତାଙ୍କୁ କମେଣ୍ଟ ମାରିଥିଲେ। ଏ ନେଇ ଅମ୍ରିତା ଓ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେମାନେ ଅମ୍ରିତାଙ୍କୁ ଦେଖିନେବେ ବୋଲି ଧମକ ଦେଇଥିଲେ। ତେଣୁ ଉକ୍ତ ଯୁବକମାନେ ସନ୍ଧ୍ୟା ସମୟରେ ଅମ୍ରିତାଙ୍କ ଏକୁଟିଆର ସୁଯୋଗ ନେଇ ହତ୍ୟା କରିଛନ୍ତି ବୋଲି ଅମିତ୍‌ ଅଭିଯୋଗରେ ଦର୍ଶାଇଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଥାନାରେ ୪୭୭/୨୨ନମ୍ବରରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ତଦନ୍ତକାରୀ ଅଧିକାରୀ ଘନଶ୍ୟାମ ହଁାସଦା କହିଛନ୍ତି, ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଏହାର ପର୍ଦ୍ଦାଫାଶ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଟିକେଟ୍ କଟିବା ପରେ ବିଧାୟକ ବିଜୟ ଶଙ୍କରଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪ା୫(ଅନିଲଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। କୁଳମଣି ସାମଲଙ୍କୁ ବିଜୁ ଜନତା ଜଳର...

ଘରେ ରହି ମତଦାନ ସାବ୍ୟସ୍ତ କଲେ ୩୧ ଭୋଟର୍‌

ପଟ୍ଟାଙ୍ଗି,୪ା୫(ଶରତ ଧଳ)-ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ଏହା ପୂର୍ବରୁ ଯେଉଁ ଭୋଟର୍‌ମାନେ ମତଦାନ କେନ୍ଦ୍ରରେ ପହଞ୍ଚି...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ…

ପାରଳାଖେମୁଣ୍ଡି,୪ା୫: ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଖୋଲା ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦମ ଅଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ...

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri