ସାଧୁଙ୍କୁ ମାରିଥିଲା କଲରାପତରିଆ ବାଘ: ଶିମିଳିପାଳ ଇତିହାସରେ ପ୍ରଥମ

ବାରିପଦା,୮।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ଅନ୍ତର୍ଗତ କୁମୁଦାବଡ଼ି ନିକଟରେ ଜଙ୍ଗଲରୁ ମିଳିଥିବା ଖଣ୍ଡବିଖଣ୍ଡିତ ମୃଦଦେହ ଅଂଶ ସମ୍ବନ୍ଧରେ ସ୍ପଷ୍ଟ ସୂଚନା ଜଣାପଡିଛି। କଲରାପତରିଆ ବାଘ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନାନୀ ସୋମବାର ପ୍ରେସ ବିବୃତିରେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୧ ଜୁନରେ ଯଶିପୁର ଥାନା ଅଧୀନ ବସନ୍ତପୁର ଗ୍ରାମର ସାଧୁ ନାଏକଙ୍କ ଆଂଶିକ ମୃତଦେହ ଗ୍ରାମବାସୀଙ୍କ ଦ୍ୱାରା ଜଙ୍ଗଲର ଏକ ବୁଦା ଅଞ୍ଚଳରେ ମିଳିଥିଲା। ପ୍ରଥମେ ଜଙ୍ଗଲୀ ପଶୁ ଆକ୍ରମଣ ସନ୍ଦେହରେ ବନ ବିଭାଗ ଓ ପୋଲିସ ଯୋଗେ ତଦନ୍ତ ଚଳାଇଥିଲେ ମଧ୍ୟ ଅନ୍ୟାନ୍ୟ ଶରୀର ଅଂଶ ମିଳି ନ ଥିଲା। ପ୍ରାରମ୍ଭିକ ତଦନ୍ତରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିଲା। ସାଧାରଣରେ ମହାବଳ ବାଘ ଆକ୍ରମଣରେ ମୃତ୍ୟୁ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ତଦନ୍ତ ପାଇଁ ସଂଗୃହୀତ ନମୁନା ଓ ଅନ୍ୟାନ୍ୟ ପ୍ରମାଣପତ୍ର ଲାବୋରଟାରୀରେ ପରୀକ୍ଷଣ କରାଯାଇଥିଲା।
ଲ୍ୟାବ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମୃତଦେହରୁ ସଂଗୃହୀତ କେଶ ନମୁନା କଲରାପତରିଆ ବାଘ ସହ ମେଳ ଖାଉଛି। କୁକୁର ଦାନ୍ତର ଛେଦ ଚିହ୍ନ କଲରାପତରିଆ ଆକାର ସହ ସମାନ ଅଛି। ଏହି ଫଳାଫଳ ପୋଲିସ ତଦନ୍ତ ପାଇଁ ସହଯୋଗ କରିବ। ଶିମିଳିପାଳ ଇତିହାସରେ ଏହା ପ୍ରଥମଥର ପାଇଁ କଲରାପତରିଆ ବାଘ ଦ୍ୱାରା ମଣିଷ ଆକ୍ରମଣରରେ ମୃତ୍ୟୁ ସାମ୍ନାକୁ ଆସିଛି। ସମ୍ଭବତଃ ଏହା ଆକସ୍ମିକ ଆକ୍ରମଣ ହୋଇ ଥାଇପାରେ ବୋଲି କୁହାଯାଇଛି। ମୃତ ସାଧୁ ଛେଳି ପାଇଁ ଡାଳପତ୍ର ଆଣିବାକୁ ଯାଇ ଜଙ୍ଗଲରେ ନିଖୋଜ ଥିଲେ। ଦିନକ ପରେ ଖଣ୍ଡବିଖଣ୍ଡିତ ମୃତଦେହ ଅଂଶ ମିଳିଥିଲା। ତାଙ୍କର ମୃତ୍ୟୁ କଲରାପତରିଆ ବାଘ ଆକ୍ରମଣ ଜନିତ ବୋଲି ଆରସିସିଏଫ ଗୋଗିନାନୀ ସ୍ପଷ୍ଟ କରିଛନ୍ତି । ତତସହିତ ସେ ଦର୍ଶାଇଛନ୍ତି ଯେ, ଘଟଣାସ୍ଥଳର ଆଖପାଖ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ଜାରି ରହିଛି। ଜଙ୍ଗଲ ପଶୁ ଗତିବିଧି ନଜର ରଖିବା ପାଇଁ ଏଆଇ କ୍ୟାମେରା ଓ କ୍ୟାମେରା ଟ୍ରାପ ଲଗାଯାଇଛି। ସକାଳ ଓ ସନ୍ଧ୍ୟା ସମୟରେ ଏକାକୀ ଜଙ୍ଗଲ ଅଞ୍ଚଳକୁ ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ନିହାତି ଆବଶ୍ୟକ ହେଲେ ସମୂହରେ ଚାଲିବେ ଏବଂ କୌଣସି ଜଙ୍ଗଲୀ ପଶୁ ଦେଖିଲେ ତୁରନ୍ତ ନିକଟସ୍ଥ ବନ ବିଭାଗ କ୍ୟାମ୍ପକୁ ଖବର ଦେବେ ବୋଲି ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?