ପୁରୀ ଅଫିସ,୩୦।୧୦: ଦୀର୍ଘଦିନର ବ୍ୟବଧାନ ପରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟକୁ ନେଇ ବିବାଦ ଉଠିଛି। ଗତ କିଛିମାସ ତଳେ ଶ୍ରୀମନ୍ଦିର ରତ୍ନବେଦିରୁ ଚୂନ ଖସିଥିବା ବେଳେ ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିରର ଜଗମୋହନରୁ ପଥର ଖସିବା ସହ ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ବିଷୟରେ ମନ୍ଦିର ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ)କୁ ଅବଗତ କରାଯାଇଥିଲା। ହେଲେ ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିବାରୁ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ପଥର ଖସିବା ଓ ଫାଟ ହେବା କଥା ମନ୍ଦିର ପ୍ରଶାସନ ମାନିଥିବା ବେଳେ ଏନେଇ ଶନିବାର ଶ୍ରୀମନ୍ଦିର ପ୍ରଶାସନର ସ୍ବତନ୍ତ୍ର ବୈଷୟିକ ଟିମ୍ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରିଛି। ଜଗମୋହନ ଓ ନାଟମଣ୍ଡପର କଲମ ଓ ବିମ୍ରେ ସମସ୍ୟା ଥିବାରୁ ଏହାର ଅନୁଧ୍ୟାନ କରାଯାଇଛି। ଟିମ୍ରେ ବିଶିଷ୍ଟ ବିଶେଷଜ୍ଞ ତଥା କମିଟି ଚେୟାରମ୍ୟାନ ଏସ୍.କେ. ଭଟ୍ଟାଚାର୍ଯ୍ୟଙ୍କ ସମେତ ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟ ଏନ୍.ସି. ପାଲ, ବିନ୍ଧେଶ୍ୱର ପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା, ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସମେତ ଅନ୍ୟ ଅଧିକାରୀ ଅନୁଧ୍ୟାନ କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ସମସ୍ୟା ଥିବା ସ୍ଥାନଗୁଡିକୁ ଭଲଭାବେ ଯାଞ୍ଚ କରାଯାଇଛି। ବଡ଼ଧରଣର କୌଣସି ସମସ୍ୟା ନ ଥିବା ଟିମ୍ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଥିବା ୪ଟି କଲମ ମଧ୍ୟରୁ ୩ଟିରେ ଫାଟ ହୋଇଛି। ତେବେ ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଏହାର ସାମୟିକ ମରାମତି ହୋଇଥିଲା। ରଥଯାତ୍ରା ପରେ ସ୍ବତନ୍ତ୍ର ବୈଷୟିକ ଟିମ୍ ଯାଞ୍ଚକରି ପୂର୍ଣ୍ଣାଙ୍ଗ ମରାମତି ନେଇ ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ନାଟମଣ୍ଡପ କଲମ, ବିମ୍ ସହ ପିଲରର ମଧ୍ୟ ମରାମତି କରାଯିବ। ତେବେ ଏ ନେଇ ବୈଷୟିକ ଟିମ୍ର ବରିଷ୍ଠ ବିଶେଷଜ୍ଞ ଏସ୍.କେ. ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସେପରି କିଛି ସମସ୍ୟା ନାହିଁ। ୪ଟି କଲମ ରହିଛି, ଉକ୍ତ କଲମ ଉପରେ ରୁଫ୍ ରହିଛି। ରୁଫ୍କୁ ସପୋର୍ଟ ଦେବା ପାଇଁ ଲୁହା ବିମ୍ ଦିଆଯାଇଛି। ତେବେ ବହୁଦିନ ତଳେ ଏହି କାମ ହୋଇଥିବାରୁ ସେଥିରେ ଏବେ କିଛିଟା ସମସ୍ୟା ଦେଖାଦେଇଛି। ରୁଫ୍ ଓ ବିମ୍ ମଧ୍ୟରେ ଫାଙ୍କ ଦେଖାଦେଇଛି, ଯାହାର ମରାମତି ନିହାତି ଆବଶ୍ୟକ। ମରାମତି ସମୟରେ ଅନ୍ୟ କ’ଣ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିପାରେ। ଯଦି ଅନ୍ୟ କୌଣସି ସମସ୍ୟା ନ ଥିବ ତେବେ ୨ରୁ ୩ ମାସ ଭିତରେ କାର୍ଯ୍ୟ ସରିଯିବ ବୋଲି ବିଶେଷଜ୍ଞ ଭଟ୍ଟାଚାର୍ଯ୍ୟ କହିଛନ୍ତି। ସେହିପରି ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟ ଏନ୍.ସି. ପାଲ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ରହିଛି। ପୂର୍ବରୁ ୧୯୯୪ ମସିହାରେ ଗୁଣ୍ଡିଚା ମନ୍ଦିରର ଗର୍ଭଗୃହ ମରାମତି ହୋଇଥିଲା। ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପର ଷ୍ଟୋନ୍ କଲମର ସାମୂହିକ କାର୍ଯ୍ୟ କରାଯାଇଥିଲା। ଶ୍ରୀମନ୍ଦିର ନାଟମଣ୍ଡପ ଓ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ନିର୍ମାଣଶୈଳୀ ପ୍ରାୟ ସମାନ। ସମସ୍ୟା ଥିବା ଗୋଟିଏ ବିମ୍ରେ ସାମୂହିକ ମରାମତି କାର୍ଯ୍ୟ କରିବା ସମୟରେ ଅନ୍ୟ କଲମଗୁଡ଼ିକରେ ସମସ୍ୟା ଥିବା ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ରଥଯାତ୍ରା ପରେ ଯାଞ୍ଚ କରାଯିବା ନେଇ ସ୍ଥିର କରାଯାଇଥିଲା। ତେଣୁ ଶନିବାର ଯାଞ୍ଚ କରାଯାଇଥିବାବେଳେ ସେଭଳି କିଛି ଗୁରୁତର ସମସ୍ୟା ନାହିଁ। ପର୍ଯ୍ୟାୟକ୍ରମେ ମରାମତି ହେବ। ତେବେ ଶନିବାର ପ୍ରାଥମିକ ଭାବେ ଅନୁଧ୍ୟାନ କରାଯାଇଛି। ଏ ନେଇ ଏକ ଆଲୋଚନା କରାଯାଇ ୧୦ ଦିନ ଭିତରେ ଫାଇନାଲ ହୋଇ କାର୍ଯ୍ୟ ଆରମ୍ଭ କରାଯିବ। ଅନ୍ୟପଟେ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ସମସ୍ୟା ନାହିଁ ବୋଲି ବୈଷୟିକ କମିଟି ସଦସ୍ୟ ପାଲ୍ କହିଛନ୍ତି।
Posted inHome Left, ଆମ ଜିଲା ଖବର, ପୁରୀ View All
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…
ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ
ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…
ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…
ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…
ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
Archives

