ସ୍ଥିତି ଅନୁଧ୍ୟାନ କଲା ସ୍ବତନ୍ତ୍ର ବୈଷୟିକ ଟିମ୍‌

ପୁରୀ ଅଫିସ,୩୦।୧୦:  ଦୀର୍ଘଦିନର ବ୍ୟବଧାନ ପରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟକୁ ନେଇ ବିବାଦ ଉଠିଛି। ଗତ କିଛିମାସ ତଳେ ଶ୍ରୀମନ୍ଦିର ରତ୍ନବେଦିରୁ ଚୂନ ଖସିଥିବା ବେଳେ ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିରର ଜଗମୋହନରୁ ପଥର ଖସିବା ସହ ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ବିଷୟରେ ମନ୍ଦିର ପ୍ରଶାସନ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍‌ଆଇ)କୁ ଅବଗତ କରାଯାଇଥିଲା। ହେଲେ ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ କେହି ଗୁରୁତ୍ୱ ଦେଇ ନ ଥିବାରୁ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ପଥର ଖସିବା ଓ ଫାଟ ହେବା କଥା ମନ୍ଦିର ପ୍ରଶାସନ ମାନିଥିବା ବେଳେ ଏନେଇ ଶନିବାର ଶ୍ରୀମନ୍ଦିର ପ୍ରଶାସନର ସ୍ବତନ୍ତ୍ର ବୈଷୟିକ ଟିମ୍‌ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ନାଟମଣ୍ଡପ ଓ ଜଗମୋହନର ସ୍ଥିତି ଅନୁଧ୍ୟାନ କରିଛି। ଜଗମୋହନ ଓ ନାଟମଣ୍ଡପର କଲମ ଓ ବିମ୍‌ରେ ସମସ୍ୟା ଥିବାରୁ ଏହାର ଅନୁଧ୍ୟାନ କରାଯାଇଛି। ଟିମ୍‌ରେ ବିଶିଷ୍ଟ ବିଶେଷଜ୍ଞ ତଥା କମିଟି ଚେୟାରମ୍ୟାନ ଏସ୍‌.କେ. ଭଟ୍ଟାଚାର୍ଯ୍ୟଙ୍କ ସମେତ ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟ ଏନ୍‌.ସି. ପାଲ, ବିନ୍ଧେଶ୍ୱର ପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା, ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟଙ୍କ ସମେତ ଅନ୍ୟ ଅଧିକାରୀ ଅନୁଧ୍ୟାନ କାର୍ଯ୍ୟରେ ସାମିଲ ହୋଇଥିଲେ। ତେବେ ସମସ୍ୟା ଥିବା ସ୍ଥାନଗୁଡିକୁ ଭଲଭାବେ ଯାଞ୍ଚ କରାଯାଇଛି। ବଡ଼ଧରଣର କୌଣସି ସମସ୍ୟା ନ ଥିବା ଟିମ୍‌ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଥିବା ୪ଟି କଲମ ମଧ୍ୟରୁ ୩ଟିରେ ଫାଟ ହୋଇଛି। ତେବେ ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଏହାର ସାମୟିକ ମରାମତି ହୋଇଥିଲା। ରଥଯାତ୍ରା ପରେ ସ୍ବତନ୍ତ୍ର ବୈଷୟିକ ଟିମ୍‌ ଯାଞ୍ଚକରି ପୂର୍ଣ୍ଣାଙ୍ଗ ମରାମତି ନେଇ ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ନାଟମଣ୍ଡପ କଲମ, ବିମ୍‌ ସହ ପିଲରର ମଧ୍ୟ ମରାମତି କରାଯିବ। ତେବେ ଏ ନେଇ ବୈଷୟିକ ଟିମ୍‌ର ବରିଷ୍ଠ ବିଶେଷଜ୍ଞ ଏସ୍‌.କେ. ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସେପରି କିଛି ସମସ୍ୟା ନାହିଁ। ୪ଟି କଲମ ରହିଛି, ଉକ୍ତ କଲମ ଉପରେ ରୁଫ୍‌ ରହିଛି। ରୁଫ୍‌କୁ ସପୋର୍ଟ ଦେବା ପାଇଁ ଲୁହା ବିମ୍‌ ଦିଆଯାଇଛି। ତେବେ ବହୁଦିନ ତଳେ ଏହି କାମ ହୋଇଥିବାରୁ ସେଥିରେ ଏବେ କିଛିଟା ସମସ୍ୟା ଦେଖାଦେଇଛି। ରୁଫ୍‌ ଓ ବିମ୍‌ ମଧ୍ୟରେ ଫାଙ୍କ ଦେଖାଦେଇଛି, ଯାହାର ମରାମତି ନିହାତି ଆବଶ୍ୟକ। ମରାମତି ସମୟରେ ଅନ୍ୟ କ’ଣ କ’ଣ ସମସ୍ୟା ରହିଛି ତାହା ଜଣାପଡ଼ିପାରେ। ଯଦି ଅନ୍ୟ କୌଣସି ସମସ୍ୟା ନ ଥିବ ତେବେ ୨ରୁ ୩ ମାସ ଭିତରେ କାର୍ଯ୍ୟ ସରିଯିବ ବୋଲି ବିଶେଷଜ୍ଞ ଭଟ୍ଟାଚାର୍ଯ୍ୟ କହିଛନ୍ତି। ସେହିପରି ଶ୍ରୀମନ୍ଦିର ବୈଷୟିକ କମିଟି ସଦସ୍ୟ ଏନ୍‌.ସି. ପାଲ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ରହିଛି। ପୂର୍ବରୁ ୧୯୯୪ ମସିହାରେ ଗୁଣ୍ଡିଚା ମନ୍ଦିରର ଗର୍ଭଗୃହ ମରାମତି ହୋଇଥିଲା। ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପର ଷ୍ଟୋନ୍‌ କଲମର ସାମୂହିକ କାର୍ଯ୍ୟ କରାଯାଇଥିଲା। ଶ୍ରୀମନ୍ଦିର ନାଟମଣ୍ଡପ ଓ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ନିର୍ମାଣଶୈଳୀ ପ୍ରାୟ ସମାନ। ସମସ୍ୟା ଥିବା ଗୋଟିଏ ବିମ୍‌ରେ ସାମୂହିକ ମରାମତି କାର୍ଯ୍ୟ କରିବା ସମୟରେ ଅନ୍ୟ କଲମଗୁଡ଼ିକରେ ସମସ୍ୟା ଥିବା ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ରଥଯାତ୍ରା ପରେ ଯାଞ୍ଚ କରାଯିବା ନେଇ ସ୍ଥିର କରାଯାଇଥିଲା। ତେଣୁ ଶନିବାର ଯାଞ୍ଚ କରାଯାଇଥିବାବେଳେ ସେଭଳି କିଛି ଗୁରୁତର ସମସ୍ୟା ନାହିଁ। ପର୍ଯ୍ୟାୟକ୍ରମେ ମରାମତି ହେବ। ତେବେ ଶନିବାର ପ୍ରାଥମିକ ଭାବେ ଅନୁଧ୍ୟାନ କରାଯାଇଛି। ଏ ନେଇ ଏକ ଆଲୋଚନା କରାଯାଇ ୧୦ ଦିନ ଭିତରେ ଫାଇନାଲ ହୋଇ କାର୍ଯ୍ୟ ଆରମ୍ଭ କରାଯିବ। ଅନ୍ୟପଟେ ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ସମସ୍ୟା ନାହିଁ ବୋଲି ବୈଷୟିକ କମିଟି ସଦସ୍ୟ ପାଲ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri