ଶିକାରୀଙ୍କୁ ଧରୁଛି ସ୍ବତନ୍ତ୍ର କ୍ୟାମେରା

ଭୁବନେଶ୍ୱର, ୯ା୪(ଅସମାପିକା ସାହୁ):ଓଡ଼ିଶା ଜଙ୍ଗଲରେ ଶିକାର ବନ୍ଦ ପାଇଁ ଅଣ୍ଟା ଭିଡିଛି ବନ ବିଭାଗ। ଶିମିଳିପାଳ ଓ କୁଲଡିହାରେ ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀଙ୍କ ମୃତ୍ୟୁ ହେବା ପରେ ବିଳମ୍ବରେ ହେଲେ ବି ବିଭାଗର ନିଦ ଭାଙ୍ଗିଛି। ଶିକାରୀଙ୍କୁ ଧରିବାକୁ ତତ୍ପରତା ଦେଖାଇଛି। ଚଢ଼ାଉକୁ ଜୋର୍‌ଦାର କରାଯାଇଥିବାବେଳେ ଶିକାରୀଙ୍କୁ ଚିହ୍ନଟ ସହ ଗିରଫ କରିବାକୁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ସହାୟତା ନେଇଛି। ଜଙ୍ଗଲରେ ସ୍ବତନ୍ତ୍ର ଇନ୍‌ଫ୍ରାରେଡ୍‌ (ଆଇଆର୍‌) କ୍ୟାମେରା ଖଞ୍ଜାଯାଇଛି। ଏହି କ୍ୟାମେରା ବିନା ଫ୍ଲାସ୍‌ରେ ଶିକାରୀର ଫଟୋ ଉଠାଉଛି। ଏପରିକି ଶିକାରୀଙ୍କ ଅଜାଣତରେ ସମ୍ପୂର୍ଣ୍ଣ ଫଟୋ ନେଇପାରୁଛି। ପରେ ଏଆଇ ସହାୟତାରେ ଏହାର ସ୍ପଷ୍ଟ ଫଟୋ ପ୍ରସ୍ତୁତ କରାଯାଉଛି। ଗତ କିଛିଦିନ ମଧ୍ୟରେ ଏଆଇ ମାଧ୍ୟମରେ ଶିମିଳିପାଳ ଅଭୟାରଣ୍ୟରୁ ଏକାଧିକ ଶିକାରୀ ଧରାପଡ଼ିଛନ୍ତି। ଆଗକୁ କୁଲଡିହା ଏବଂ ସାତକୋଶିଆରେ ଆଇଆର୍‌ ଲଗାଯିବ ବୋଲି ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ବନ କର୍ମଚାରୀଙ୍କୁ ଗୁଳି କରାଯିବା ପରେ ଅନେକ ଶିକାରୀଙ୍କୁ ଗିରଫ କରାଯାଇଛି। ଆଗକୁ ଏକ୍ସ ଆର୍ମି ଅଫିସରଙ୍କୁ କୁଲଡିହାରେ ନିୟୋଜିତ କରାଯିବ। ସାତକୋଶିଆ ପାଇଁ ସ୍ବତନ୍ତ୍ର ଜେଟିଏଫ୍‌ ଗଠିତ ହୋଇଛି। ଶିକାରୀଙ୍କୁ ଜଗିବା ପାଇଁ ଚନ୍ଦକାରେ ୭ଟି ୱାଚ୍‌ ଟାୱାର ତିଆରି ହୋଇଛି। ଏହାସହ ଶୀଘ୍ର ଏକ୍ସ ଆର୍ମି ଟିମ୍‌ ନିୟୋଜିତ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଗଜପତିରୁ ଏକାଥରକେ ୫ ବାଘଛାଲ ଜବତ ଘଟଣା ବଡ଼ ସଫଳତା ବୋଲି ବନ ବିଭାଗ କହୁଛି। କିନ୍ତୁ ଶିକାର ବନ୍ଦ ହେଉ ନ ଥିବାରୁ ନାନା ପ୍ରଶ୍ନ ଉଠୁଛି। ଏ ନେଇ ପିସିସିଏଫ୍‌ କହିଛନ୍ତି, ରାଜ୍ୟରେ କେଉଁଠି ଶିକାର ହେଉଛି ଏବଂ କେଉଁଠାକୁ ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗ ଯାଉଛି, ତାହା ଜାଣିବା ପାଇଁ ଆମେ କେବେଠାରୁ ପ୍ରକ୍ରିୟା ଆରମ୍ଭ କରିଛୁ। ରବିବାର ପାରଳାଖେମୁଣ୍ଡିରୁ ଜବତ ଘଟଣା କିଛିମାତ୍ରାରେ ଆମକୁ ସହାୟତା କରିବ। ତେବେ ତାହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ତେବେ ରାଜ୍ୟ ବାହାରକୁ ବନ୍ୟପ୍ରାଣୀ ଓ ଏହାର ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣ ନେଇ ବଡ଼ ର଼୍ୟାକେଟ ସକ୍ରିୟ ଥିବା ଜଣାପଡିଛି। ଏବେ ବି କିଙ୍ଗ୍‌ପିନ୍‌ ଫେରାର ଅଛନ୍ତି। ସମସ୍ତ ଶିକାରୀ ଓ ର଼୍ୟାକେଟର କିଙ୍ଗପିନ୍‌ଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି। ଦକ୍ଷିଣ-ପୂର୍ବ ଭାରତରେ ବାଘ ହାଡ଼ ଓ ଚର୍ବିରୁ ପ୍ରସ୍ତୁତ ତେଲର ଚାହିଦା ରହିଛି। ଏ ଦିଗରେ ବି ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ, ଦିନକୁ ଦିନ ଜଙ୍ଗଲରେ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଜଙ୍ଗଲରେ ଅବାଧରେ ପ୍ରବେଶ କରି ଆତଙ୍କ ଖେଳାଉଛନ୍ତି। କେତେବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ କଲେଣି ତ’ ଆଉ କେତେବେଳେ ଜଙ୍ଗଲୀ ବନ୍ୟଜନ୍ତୁଙ୍କୁ ଶିକାର କରି ବାହାରକୁ ଚୋରା ଚାଲାଣ କରୁଛନ୍ତି। ତେଣୁ ଏନେଇ ବନ ବିଭାଗ ପକ୍ଷରୁ କୋମ୍ବିଂ ଆରମ୍ଭ ହୋଇଛି। ଏହି ଅଭିଯାନରେ ୨୧ ଜଣ ଶିକାରୀ ଗିରଫ ହୋଇଥିବା ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri