ଚକ୍‌ଖଡ଼ିରେ କ୍ଷୁଦ୍ର ରଥ

ଫୁଲବାଣୀ ଅଫିସ୍‌, ୮ା୧୧: କନ୍ଧମାଳ ଜିଲାର ଏନ୍‌. ପ୍ରତ୍ୟୁଷ କୁମାର ଚୌଧୁରୀଙ୍କ ଦ୍ୱାରା ଚକ୍‌ ଖଡ଼ିରେ ଖୋଦିତ ଜଗନ୍ନାଥଙ୍କ କ୍ଷୁଦ୍ରାକୃତି ରଥ ଏସିଆ ବୁକ୍‌ ଅଫ ରେକର୍ଡସ ଓ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛି। ଫୁଲବାଣୀ ସହର ନଦୀଖଣ୍ଡି ସାହିର ପ୍ରତ୍ୟୁଷ କରିଥିବା ଏହି ରଥର ଆକାର ଦୈଘର୍‌ୟରେ ୨.୫ ସେ.ମି. ଏବଂ ଉଚ୍ଚତା ୧.୯ ସେ.ମି.। ଗତବର୍ଷ କୋଭିଡ୍‌ ଲାଗି ହୋଇଥିବା କଟକଣା ଯୋଗୁ ସର୍ବତ୍ର ରଥଟଣା ବନ୍ଦ ରହିଥିଲା। ରଥ ଟାଣି ନ ପାରିବାର ନୈରାଶ୍ୟ ତାଙ୍କୁ ରଥର କଳାକୃତି ସୃଷ୍ଟି କରିବାକୁ ପ୍ରେରିତ କରିଥିଲା। କେବଳ ଚକ୍‌ ଖଡ଼ିରେ କ୍ଷୁଦ୍ରରଥ ପ୍ରସ୍ତୁତ କରିଥିଲେ ଯୁବ ଭାସ୍କର୍ଯ୍ୟ ପ୍ରତ୍ୟୁଷ। ପରେ ସେ ଏହାକୁ ଆନ୍ତର୍ଜାତିକ ସ୍ବୀକୃତି ପାଇଁ ଆବେଦନ କରିଥିଲେ। ପିଲାବେଳୁ ଚିତ୍ରକଳାରେ ରୁଚି ରଖିଥିବା ପ୍ରତ୍ୟୁଷ ଫୁଲବାଣୀ ପବ୍ଲିକ ସ୍କୁଲରୁ ୧୦ମ ପାସ କରିବା ପରେ କେନ୍ଦ୍ରୀୟ ବିଦ୍ୟାଳୟରୁ ଯୁକ୍ତ ଦୁଇ ପାସ୍‌ କରିଛନ୍ତି। ଏବେ ସେ ଖଲ୍ଲିକୋଟ ମହାବିଦ୍ୟାଳୟରେ ଆର୍ଟ ଆଣ୍ଡ କ୍ରାଫ୍ଟ ବିଭାଗର ଭିଜୁଆଲ ଆର୍ଟରେ ଶେଷ ବର୍ଷର ଛାତ୍ର। ତାଙ୍କ କଳାକୃତି ରାଜ୍ୟ ଲଳିତକଳା ଏକାଡେମୀକୁ ମନୋନୀତ ହୋଇ ଦୁଇ ଥର ପ୍ରଦର୍ଶିତ ହୋଇଛି। ସେହିପରି ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି। ସମସ୍ତ ଶ୍ରେୟ ପ୍ରତ୍ୟୁଷ ତାଙ୍କ ମା’ଙ୍କୁ ଦେଇଛନ୍ତି। ଅନ୍ତର୍ଜାତୀୟ ସ୍ବୀକୃତି ପାଇବାରେ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି’ଙ୍କ ସହଯୋଗ ପାଇଁ ସେ ଜିଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri