Posted inଫୁରସତ

ଯୁବପିଢ଼ିଙ୍କୁ ପଛରେ ପକାଇଲେ ଏହି ବୃଦ୍ଧା, ୟୁଟ୍ୟୁବ୍‌ରୁ ମିଳିଲା ସିଲଭର ବଟନ

ସୋସିଆଲ ମିଡିଆ ଆଜିକାଲି ଯୁବପିଢ଼ିଙ୍କ ପାଇଁ ବରଦାନ ସାଜିଛି। ଏଥିରୁ ବେଶ୍‌ ଅର୍ଥ ରୋଜଗାର କରୁଛନ୍ତି ଯୁବପିଢ଼ି। ବିଶେଷକରି ୟୁଟ୍ୟୁବ୍‌ରୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ମାତ୍ର ମହାରାଷ୍ଟ୍ରର ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ୟୁଟ୍ୟୁବ ଚ୍ୟାନେଲ ଏବେ ଚର୍ଚ୍ଚାରେ ରହିଛି। ବୃଦ୍ଧା ଜଣଙ୍କ ଘରୋଇ ବ୍ୟଞ୍ଜନ ପ୍ରସ୍ତୁତ କରି ୟୁଟ୍ୟୁବ୍‌ରେ ଅପଲୋଡ୍‌ କରୁଛନ୍ତି। କେବଳ ଲୋକ ତାଙ୍କ ଚ୍ୟାନେଲ ଦେଖୁଛନ୍ତି ତାହା ନୁହେଁ, ଦିନକୁ ଦିନ ସବ୍‌ସ୍କ୍ରାଇବର ମଧ୍ୟ ବୃଦ୍ଧି ପାଉଛନ୍ତି। ଏପରିକି ୟୁଟ୍ୟୁବ୍‌ ପକ୍ଷରୁ ତାଙ୍କୁ ସିଲଭର୍‌ ବଟନ ମଧ୍ୟ ମିଳିଛି।

ମହାରାଷ୍ଟ୍ରର ଏକ ଗ୍ରାମୀଣ ଅଞ୍ଚଳର ୭୦ ବର୍ଷୀୟା ବୃଦ୍ଧା ସୁମନ ଧାମନେ। ନିଜର ରୋଷେଇ ପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୟୁଟ୍ୟୁବ୍‌ରେ କ’ଣ ହୁଏ ସେ ଜାଣି ନାହାନ୍ତି। ମାତ୍ର ଏଥିରେ ରୋଷେଇ ପୋଷ୍ଟ କରିବା ପରେ ଲୋକଙ୍କ ଆଗ୍ରହ ବଢ଼ିଛି। ତେଣୁ ଲୋକଙ୍କ ଚାହିଦାକୁ ଦେଖି ସେ ରୋଷେଇ ପୋଷ୍ଟ କରୁଛନ୍ତି ବୋଲି ସୁମନ କୁହନ୍ତି।

ସୁମନ ପାରମ୍ପରିକ ସ୍ବାଦିଷ୍ଟ ଖାଦ୍ୟ ଘରେ ପ୍ରସ୍ତୁତ କରିଥାନ୍ତି। ଏଥିସହିତ ମରାଠୀ ବ୍ୟଞ୍ଜନ ତିଆରି କରିଥାନ୍ତି। ସୁମନଙ୍କ ନାତି ୟଶ୍‌ ପାଠକ ଜେଜେ ମା’ଙ୍କ ରୋଷେଇ ଶୈଳୀରେ ବେଶ୍‌ ପ୍ରଭାବିତ ହୋଇଥିଲେ। ତେଣୁ ପ୍ରଥମେ ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରିବା ଆଇଡିଆ ସେ ହିଁ ଦେଇଥିଲେ। ପ୍ରଥମେ ପାଓ ଭାଜିରୁ ଆରମ୍ଭ ହୋଇଥିଲା ଜେଜେ ମା’ଙ୍କ ଷ୍ଟାର ଡମ ଯାତ୍ରା। ପରେ କଲରା ଜୁସ୍‌, ମହାରାଷ୍ଟ୍ରୀ ମିଠା, ବାଦାମ ଚଟଣୀ, ଶାଗଭଜା ଆଦି ରୋଷେଇ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ତେବେ ଲୋକେ ଆଉ ଜେଜେ ମା’ଙ୍କ ବ୍ୟଞ୍ଜନ ପ୍ରସ୍ତୁତି ଦେଖୁନାହାନ୍ତି ସିଧା ତାଙ୍କ ଘରେ ପହଞ୍ଚି ଖାଦ୍ୟ ନେଉଥିବା କହିଛନ୍ତି ସୁମନ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ଫୁଟ ଟାଓ୍ବାର ଉପରେ ୧୩୫ ଦିନ ରହିଲେ ଏହି ଯୁବକ, କାରଣ ଜାଣିଲେ…

ଚଣ୍ଡିଗଡ଼,୨ା୮: ପଞ୍ଜାବର ଗୁରୁଦାସପୁରରେ ଜଣେ ଯୁବକ ୨୦୦ ଫୁଟ ଉଚ୍ଚର ଟାଓ୍ବାର ଉପରେ ଦିନେ କି ଦୁଇଦିନ ନୁହେଁ, ପୂରା ୧୩୫ ଦିନ ବିତାଇଥିଲେ। ପ୍ରବଳ...

୧୦ ଦିନରେ ନିର୍ମାଣ ହେଲା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ବେଜିଂ,୩।୨: କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଇତିମଧ୍ୟରେ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତ୍ୟୁ ଘଟଣା କେନ୍ଦ୍ରୀୟ ଚାଇନାର ହୁବେଇ ପ୍ରଦେଶରେ ଘଟିଛି।...

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ରେଳ ନେଟ୍‌ଓ୍ବାର୍କ ସେବା। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଭାରତୀୟ ରେଳ ପ୍ରଭାବିତ ହୋଇଛି। ଆଶା କରାଯାଉଛି ଏହି...

ଟପ୍ପରଙ୍କଠାରୁ ବେଶି ଚର୍ଚ୍ଚାରେ ରାହୁଲ ମୋଦି: ୟୁପିଏସ୍‌ସି ପରୀକ୍ଷାରେ ମିଳିଛି ୪୨୦ ର଼୍ୟାଙ୍କ

ନୂଆଦିଲ୍ଲୀ,୪।୮: ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ କମିଶନ୍‌(ୟୁପିଏସ୍‌ସି)-୨୦୧୯ ପରୀକ୍ଷାର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ମୋଟ ୮୨୯ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଚର୍ଚ୍ଚାର ପରିସରକୁ...

ନୂତନ ବ୍ରେନ୍‌ ସର୍କିଟର ଅନୁସନ୍ଧାନ

ମୁମ୍ବାଇ: ମାନସିକ ଚାପ ଯୋଗୁ ମାନବ ଶରୀରରେ ଦେଖାଦେଉଥିବା ପ୍ରତିକ୍ରିୟା ତଥା ଅସୁସ୍ଥତାର କାରଣ ଜାଣିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ମଣିଷର ମସ୍ତିଷ୍କରେ ଥିବା ଏକ...

ଅଟା ଫିଙ୍ଗା ପର୍ବ, ନିୟମ ଭାଙ୍ଗିଲେ ଦେବାକୁ ପଡ଼େ…

ସ୍ପେନ୍‌: ୨୦୦ ବର୍ଷ ଧରି ସ୍ପେନ୍‌ରେ ଏକ ଭିନ୍ନ ପର୍ବ ପାଳନ କରାଯାଇଆସୁଛି। ଏହାକୁ ଫୁଡ୍‌ ଫେଷ୍ଟିଭାଲ୍‌ ମଧ୍ୟ କୁହାଯାଏ। ଏହି ପର୍ବରେ ଲୋକେ ଅଟା...

ମୋଦିଙ୍କ ଡ୍ରେସିଂ ଷ୍ଟାଇଲ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ବର୍ଷରେ ପାଦ ଥାପିଛନ୍ତି। ତାଙ୍କର ଏହି ଜନ୍ମଦିନ ଅବସରରେ ଦେଶ ବିଦେଶର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ୍‌, ଖେଳ...

୭ ଟଙ୍କାରେ ୩୫ କିଲୋମିଟର ଗଡୁଛି ଏହି ବାଇକ୍‌, ବୁଦ୍ଧିକୁ ଲୋକେ କରୁଛନ୍ତି ପ୍ରଶଂସା

ପ୍ରତିଦିନ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟପ୍ରଦେଶ ବୈତୁଲର ଜଣେ ବ୍ୟକ୍ତି ଏହାର ଏକ ବିକଳ୍ପ ବାହାର...

Advertisement
Archives

Model This Week