ବିବାଦର ସଙ୍କେତ

ଉତ୍ତରପ୍ରଦେଶ(ୟୁପି)ର ଅତିରିକ୍ତ ମୁଖ୍ୟ ସଚିବ(ଗୃହ)ଅଓ୍ବନିଶ କୁମାର ଅଓ୍ବସ୍ତିଙ୍କ କାର୍ଯ୍ୟକାଳ ସମ୍ପ୍ରସାରିତ ହେବ କିମ୍ବା ତାଙ୍କୁ ସେବାନିବୃତ୍ତ କରାଯିବ ତାହାକୁ ନେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କେହି ଜଣେ ବି ନିଶ୍ଚିତ ନ ଥିଲେ। ଏହା ବିଶେଷ କରି ରହସ୍ୟରେ ରହିଥିଲା। ଉଭୟ ଯୋଗୀ ଆଦିତ୍ୟନାଥଙ୍କ ଶିବିର ଏବଂ କେନ୍ଦ୍ରରୁ ମଧ୍ୟ କିଛି ବି ଶୁଣିବାକୁ ମିଳିଲା ନାହିଁ। କେବଳ ଗୁଜବ ଘୂରି ବୁଲିଲା। ଶେଷରେ ଅଓ୍ବସ୍ତିଙ୍କୁ ଅବସର ନେବା ଲାଗି ଅନୁମତି ଦିଆଯିବା ସହ ବରିଷ୍ଠ ଆଇଏଏସ୍‌ ଅଧିକାରୀ ସଞ୍ଜୟ ପ୍ରସାଦଙ୍କୁ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହା ଉପରେ ଚାଲୁଥିବା ମନ୍ଥନର ପରିଣାମକୁ ଲକ୍ଷ୍ୟକରି ଏବଂ ସମ୍ଭବତଃ ବାବୁମାନଙ୍କୁ ବଶ କରିବାକୁ ଯୋଗୀ ସରକାର ୧୬ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ସ୍ବାସ୍ଥ୍ୟ ବିଭାଗର ବିବାଦୀୟ ଅତିରିକ୍ତ ମୁଖ୍ୟ ସଚିବ ଅମିତ ମୋହନ ପ୍ରସାଦ। ଯେତେବେଳେ ବି ଶାନ୍ତିପୂର୍ଣ୍ଣ ଆଲୋଚନା କରାଯାଇଛି ସେତେବେଳେ ଅଓ୍ବସ୍ତିଙ୍କ ବିଷୟ ପୁଣି ଥରେ କେନ୍ଦ୍ର ଓ ଯୋଗୀ ସରକାରଙ୍କ ଚିନ୍ତାଜନକ ସମୀକରଣକୁ ସାମ୍ନାକୁ ଆଣିଛି। ଅଧିକାଂଶ ପର୍ଯ୍ୟବେକ୍ଷକ ଆଶା କରୁଥାଇପାରନ୍ତି ଯେ, ଯୋଗୀ ଆଦିତ୍ୟନାଥଙ୍କ ବିଶ୍ୱସ୍ତ ଭାବେ ଜଣାଶୁଣା ଅଓ୍ବସ୍ତି ତାଙ୍କ ପଦବୀରେ ରହିବେ। କିନ୍ତୁ କେନ୍ଦ୍ର ତାଙ୍କ ଫାଇଲକୁ ପ୍ରୋସେସ ନ କରି ପକାଇ ରଖିଲା ଓ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ବାହାରକୁ ପ୍ରକାଶ ପାଇଥିବା କେନ୍ଦ୍ର ଓ ୟୁପି ସରକାରଙ୍କ କାର୍ଯ୍ୟ ସ୍ପଷ୍ଟଭାବେ ଚାପର ସଙ୍କେତ ଦେଉଛି। ଦୁଇ କ୍ଷମତା କେନ୍ଦ୍ର ମଧ୍ୟରେ ଗୁପ୍ତ ବିବାଦ ପୁନର୍ବାର ଉଜାଗର ହୋଇଛି। ନିଃସନ୍ଦେହ ଯେ,ଏହା ବାବୁ ସାମ୍ରାଜ୍ୟକୁ ପ୍ରଭାବିତ କରିବ; ଯାହା ଉଭୟ ଯୋଗୀ ଏବଂ କେନ୍ଦ୍ର ଚାହଁୁଛନ୍ତି। ଏହି ପାରସ୍ପରିକ ବିନାଶକାରୀ ଯୁଦ୍ଧ ୟୁପିରେ ସୀମିତ ରହିଛିି କି ନାହିଁ ତାହା ଜଣାନାହିଁ, କିନ୍ତୁ ଅଓ୍ବସ୍ତିଙ୍କ ପ୍ରସଙ୍ଗରେ ଏକ ବଡ଼ ବିବାଦର ଗୁରୁତ୍ୱପୂର୍ଣ୍ଣ ସଙ୍କେତ ରହିଛି। ଏହି ସ୍ଥିତି ଉପରେ ଆଗକୁ କ’ଣ ଘଟୁଛି ତାହା ଦେଖିବାକୁ ବାକି ରହିଲା।
ବିଶେଷ ଚୟନ
ପ୍ରାଇଭେଟ ସେକ୍ଟରର ଦକ୍ଷତା ଏକ ସକ୍ଷମ ସିଭିଲ ସର୍ଭିସ ସୃଷ୍ଟି କରିବ ବୋଲି ମୋଦି ସରକାର ଆଶା କରୁଛନ୍ତି। ପ୍ରଭାବଶାଳୀ ଏବଂ ସର୍ବୋତ୍ତମ ସାର୍ବଜନୀନ ସେବା ଯୋଗାଇଦେବା ଲକ୍ଷ୍ୟରେ ସରକାର ଏହା କରିବାକୁ ଚାହଁୁଛନ୍ତି। ଏଥିପାଇଁ ଟାଟା କନ୍‌ସଲଟାନ୍ସି ସର୍ଭିସର ପୂର୍ବତନ ଉପାଧ୍ୟକ୍ଷ ଏସ୍‌. ରାମଦୋରାଇଙ୍କୁ କର୍ମଯୋଗୀ ଭାରତର ଅଧ୍ୟକ୍ଷ ଭାବେ ଅଣାଯାଉଛି। ସିଭିଲ ସର୍ଭିସରେ ଦକ୍ଷତା ବଢ଼ିବା ଲାଗି ‘କର୍ମଯୋଗୀ ଭାରତ’ ଏକ ଯୋଜନା। ଅନ୍ୟ ଅର୍ଥରେ, ସରକାର ବାବୁମାନଙ୍କୁ କର୍ମଯୋଗୀ ସଜାଇବାକୁ ଚାହଁୁଛନ୍ତି। କର୍ମଯୋଗୀ ଭାରତ ଡିଜିଟାଲ ପ୍ଲାଟ୍‌ଫର୍ମ ‘iGOT କର୍ମଯୋଗୀ’ର ତତ୍ତ୍ୱାବଧାରକ ଏବଂ ଏହାକୁ ନିୟନ୍ତ୍ରଣ ଓ ପରିଚାଳନା ମଧ୍ୟ କରିଥାଏ। ମିଶନ କର୍ମଯୋଗୀର କାର୍ଯ୍ୟାନ୍ବୟନ ପାଇଁ ସରକାରଙ୍କ ପକ୍ଷରୁ କର୍ମଯୋଗୀ ଭାରତ ଉକ୍ତ ଦାୟିତ୍ୱ ନିର୍ବାହ କରୁଛି। ଏହି କାର୍ଯ୍ୟକ୍ରମକୁ ନେତୃତ୍ୱ ଦେବା ଲାଗି ମୋଦି ସରକାର ବିଶେଷ ଭାବେ ରାମଦୋରାଇଙ୍କୁ ଚୟନ କରିଛନ୍ତି। ଅନୁଷ୍ଠାନ ଗଢିବା କେତେ ମୁସ୍କିଲ ଟାଟାର ଏହି ପୂର୍ବତନ ଉପାଧ୍ୟକ୍ଷ ଭଲ ଭାବେ ଜାଣନ୍ତି। କୌଶଳ ବିକାଶ ଉପରେ ଜାତୀୟ କାଉନ୍‌ସିଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରାମର୍ଶଦାତା (ଯାହା କ୍ୟାବିନେଟ ମନ୍ତ୍ରୀ ସ୍ତରୀୟ ର଼୍ୟାଙ୍କ୍‌) ଭାବେ ସେ କାର୍ଯ୍ୟ କରିଥିବାରୁ ସରକାରଙ୍କ ସମ୍ପର୍କରେ ତାଙ୍କର ଉତ୍ତମ ଅନ୍ତଃ ଦୃଷ୍ଟିକୋଣ ରହିଛି। ଅର୍ଥନୀତି, ନେତୃତ୍ୱ ଏବଂ ଶାସନରେ ତାଙ୍କର ବିଶେଷ ଅଭିଜ୍ଞତା ଉପକାରୀ ସାବ୍ୟସ୍ତ ହେବ ଓ ମୁକ୍ତ ଭାବେ ଉକ୍ତ ଅଣବାବୁଙ୍କ ଜ୍ଞାନକୁ ଗ୍ରହଣ କଲେ ଏହା ସମ୍ଭବ ହୋଇପାରିବ।
ତଥାପି ସୁଯୋଗ
ସଂସଦ ଟିଭି ସିଇଓ ରବି କପୁର ତାଙ୍କ କାର୍ଯ୍ୟକାଳ ପରେ ଦାୟିତ୍ୱରୁ ମୁକ୍ତ ହେବା ଅନେକ ପର୍ଯ୍ୟବେକ୍ଷକଙ୍କୁ ଚକିତ କରିଛି। ନିକଟରେ ରାଜ୍ୟ ସଭା ମହାସଚିବ ପି.ସି.ମୁଡିଙ୍କ କାର୍ଯ୍ୟକାଳ ବୃଦ୍ଧି ହେଲା ଭଳି କପୁରଙ୍କର ମଧ୍ୟ ସମ୍ପ୍ରସାରଣ ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ତାହା ହେଲା ନାହିଁ। ଏବେ ଲୋକ ସଭା ମହାସଚିବ ଉପତ୍ଳ କୁମାର ସିଂଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ସଂସଦ ଟିଭି ପରିଚାଳନା କରିବାକୁ କୁହାଯାଇଛି। କିନ୍ତୁ କପୁରଙ୍କ କ୍ୟାରିୟର ଉପରେ ଶେଷ ଶବ୍ଦ ଲେଖାଯିବାକୁ ବାକି ରହିଛି; ଯାହା ଆଉ କିଛି ସୂଚିତ କରୁଛି। ସ୍ପଷ୍ଟତଃ, ସେ ପ୍ରସାର ଭାରତୀର ପରବର୍ତ୍ତୀ ସିଇଓ ହେବେ ବୋଲି ଗୁଞ୍ଜରଣ ସୃଷ୍ଟି ହେଉଛି । ଦୁଇମାସ ପୂର୍ବେ ଏହାର ସିଇଓ ଶଶୀ ଶେଖର ଭେମ୍‌ପତିଙ୍କ କାର୍ଯ୍ୟକାଳ ଶେଷ ହେବା ପରଠାରୁ ଏହା ଏକ ଅନୌପଚାରିକ ପରିଚଳାନା ଅଧୀନରେ କାର୍ଯ୍ୟ କରୁଛି। ପ୍ରସାରଭାରତୀ ଅଧୀନରେ ସଂସଦ ଟିଭି ଓ ଦୂରଦର୍ଶନ ମିଶିବାର ପ୍ରସ୍ତାବ ଉପରେ ଉଠିଥିବା ଗୁଜବର ଯଦି କିଛି ମହତ୍ତ୍ୱ ଥାଏ, ତେବେ ଏହା ପବ୍ଲିକ ବ୍ରଡ୍‌କାଷ୍ଟିଂ ବା ସାର୍ବଜନୀନ ପ୍ରସାରଣର ନେତୃତ୍ୱ ନେବାରେ କପୁରଙ୍କୁ ଏକ ଭଲ ସୁଯୋଗ ପ୍ରଦାନ କରିବ। ଲୋକ ସଭା ଟିଭି ଏବଂ ରାଜ୍ୟ ସଭା ଟିଭି ମିଶିବା ପରେ ଗତ ବର୍ଷ ମାର୍ଚ୍ଚରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ କପୁର ସଂସଦ ଟିଭି ସିଇଓ ଭାବେ ନିଯୁକ୍ତ ହୋଇଥିଲେ। ଅବଶ୍ୟ ସରକାର ଶେଷରେ କେଉଁ ମାର୍ଗ ଗ୍ରହଣ କରିବେ ତାହାର ନିର୍ଦ୍ଦିଷ୍ଟତା ନାହିଁ। କପୁର ଏଯାବତ ନିଯୁକ୍ତି ପ୍ରକ୍ରିୟାରେ ପ୍ରତିଯୋଗୀ ଭାବେ ରହିଥିବାରୁ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ତାଲିକାରୁ ତାଙ୍କୁ ବାଦ୍‌ ହେବା କିମ୍ବା ତାଙ୍କ ଉପରେ ଗୁରୁତ୍ୱ ନ ଦେବା ବୋକାମିର ପରିଚୟ ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?