ନୂଆଦିଲ୍ଲୀ: ଶିଳ୍ପ ଶ୍ରମିକଙ୍କ ଲାଗି ଖାଉଟି ମୂଲ୍ୟ ସୂଚୀ(ସିପିଆଇ-ଆଇଡବ୍ଲ୍ୟୁ)ର ନୂଆ ସିରିଜକୁ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହି ସିରିଜକୁ ବ୍ୟବହାର କରି ନୀତି ନିର୍ଦ୍ଧାରକମାନେ ମହଙ୍ଗା ଭତ୍ତା ନିର୍ଦ୍ଧାରଣ କରିଥାନ୍ତି। ନୂଆ ସିରିଜରେ ୨୦୨୦ ସେପ୍ଟେମ୍ବର ପାଇଁ ଶିଳ୍ପ ଶ୍ରମିକଙ୍କ ଲାଗି ଖାଉଟି ମୂଲ୍ୟ ସୂଚୀ ୧୧୮ ରହିଛି। ପୂର୍ବରୁ ସିପିଆଇର ମୂଳବର୍ଷ ଭାବେ ୨୦୦୧କୁ ବିଚାର କରାଯାଉଥିଲା। ବର୍ତ୍ତମାନ ମୂଳ ବର୍ଷ ୨୦୧୬କୁ ପରିବର୍ତ୍ତନ କରାଯାଇଛି। ପୂର୍ବର ମୂଳ ବର୍ଷକୁ ଧରିଲେ ଅଗଷ୍ଟ ମାସରେ ସିପିଆଇ ୩୩୮ ସ୍ତରରେ ରହିଥିଲା। ନୂଆ ସିରିଜ ଲାଗୁ ହେବା ପରେ ମହଙ୍ଗା ଭତ୍ତା ଉପରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡିଛି। ସରକାରୀ କର୍ମଚାରୀଙ୍କ ଏବଂ ଶିଳ୍ପ ଶ୍ରମିକଙ୍କ ମହଙ୍ଗା ଭତ୍ତା ନିର୍ଦ୍ଧାରଣ କରିବାରେ ଏହି ସିରିଜ ଡାଟା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଦ୍ରାସ୍ଫୀତିକୁ ବିଚାର କରି ମହଙ୍ଗା ଭତ୍ତା(ଡିଏ)ରେ ପରିବର୍ତ୍ତନ କରାଯାଇଥାଏ। ସେହିଭଳି ନ୍ୟୁନତମ ବେତନ ଧାର୍ଯ୍ୟ ଏବଂ ପରିବର୍ତ୍ତନ କ୍ଷେତ୍ରରେ ଏହି ସିରିଜ ଡାଟାକୁ ବିଚାର କରାଯାଏ। ସେହିଭଳି ଅଗଷ୍ଟ ୨୦୨୧ ସୁଦ୍ଧା କୃଷି ଏବଂ ଗ୍ରାମାଞ୍ଚଳ ଶ୍ରମିକଙ୍କ ଲାଗି ସିପିଆଇ ମୂଳ ବର୍ଷକୁ ପରିବର୍ତ୍ତନ କରିବା ଲାଗି ଶ୍ରମ ମନ୍ତ୍ରଣାଳୟ ଲେବର ବ୍ୟୁରୋକୁ କହିଛି। ନୂଆ ଶ୍ରମ କୋଡକୁ ନଜରରେ ରଖି ବ୍ୟୁରୋ ପକ୍ଷରୁ ଡାଟା ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି।
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
ନମ୍ବର ସେଭ୍ ନ କରି କରିପାରିବେ WhatsAppରେ ଚାଟ୍, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍…
ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…
ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍ ଲୋନ୍? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ
ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍’ ବା ଗୃହ ଋଣ ଏକ ମୁଖ୍ୟ…
ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ
ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…
ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ
‘ଗୋମାୟା ପେଣ୍ଟ୍ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…
ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…
ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…
ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….
ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…
ଓରାକଲ୍ରୁ ଆମାଜନ୍ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ
ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…
Archives

