ନୂଆଦିଲ୍ଲୀ: ଶିଳ୍ପ ଶ୍ରମିକଙ୍କ ଲାଗି ଖାଉଟି ମୂଲ୍ୟ ସୂଚୀ(ସିପିଆଇ-ଆଇଡବ୍ଲ୍ୟୁ)ର ନୂଆ ସିରିଜକୁ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଗୁରୁବାର ଶୁଭାରମ୍ଭ କରିଛନ୍ତି। ଏହି ସିରିଜକୁ ବ୍ୟବହାର କରି ନୀତି ନିର୍ଦ୍ଧାରକମାନେ ମହଙ୍ଗା ଭତ୍ତା ନିର୍ଦ୍ଧାରଣ କରିଥାନ୍ତି। ନୂଆ ସିରିଜରେ ୨୦୨୦ ସେପ୍ଟେମ୍ବର ପାଇଁ ଶିଳ୍ପ ଶ୍ରମିକଙ୍କ ଲାଗି ଖାଉଟି ମୂଲ୍ୟ ସୂଚୀ ୧୧୮ ରହିଛି। ପୂର୍ବରୁ ସିପିଆଇର ମୂଳବର୍ଷ ଭାବେ ୨୦୦୧କୁ ବିଚାର କରାଯାଉଥିଲା। ବର୍ତ୍ତମାନ ମୂଳ ବର୍ଷ ୨୦୧୬କୁ ପରିବର୍ତ୍ତନ କରାଯାଇଛି। ପୂର୍ବର ମୂଳ ବର୍ଷକୁ ଧରିଲେ ଅଗଷ୍ଟ ମାସରେ ସିପିଆଇ ୩୩୮ ସ୍ତରରେ ରହିଥିଲା। ନୂଆ ସିରିଜ ଲାଗୁ ହେବା ପରେ ମହଙ୍ଗା ଭତ୍ତା ଉପରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଜଣାପଡିଛି। ସରକାରୀ କର୍ମଚାରୀଙ୍କ ଏବଂ ଶିଳ୍ପ ଶ୍ରମିକଙ୍କ ମହଙ୍ଗା ଭତ୍ତା ନିର୍ଦ୍ଧାରଣ କରିବାରେ ଏହି ସିରିଜ ଡାଟା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଦ୍ରାସ୍ଫୀତିକୁ ବିଚାର କରି ମହଙ୍ଗା ଭତ୍ତା(ଡିଏ)ରେ ପରିବର୍ତ୍ତନ କରାଯାଇଥାଏ। ସେହିଭଳି ନ୍ୟୁନତମ ବେତନ ଧାର୍ଯ୍ୟ ଏବଂ ପରିବର୍ତ୍ତନ କ୍ଷେତ୍ରରେ ଏହି ସିରିଜ ଡାଟାକୁ ବିଚାର କରାଯାଏ। ସେହିଭଳି ଅଗଷ୍ଟ ୨୦୨୧ ସୁଦ୍ଧା କୃଷି ଏବଂ ଗ୍ରାମାଞ୍ଚଳ ଶ୍ରମିକଙ୍କ ଲାଗି ସିପିଆଇ ମୂଳ ବର୍ଷକୁ ପରିବର୍ତ୍ତନ କରିବା ଲାଗି ଶ୍ରମ ମନ୍ତ୍ରଣାଳୟ ଲେବର ବ୍ୟୁରୋକୁ କହିଛି। ନୂଆ ଶ୍ରମ କୋଡକୁ ନଜରରେ ରଖି ବ୍ୟୁରୋ ପକ୍ଷରୁ ଡାଟା ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି।
୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ
ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...
ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ
ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...
BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍ ପ୍ଲାନ୍
ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...
Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା
ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...
SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…
ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...
ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!
ନୂଆଦିଲ୍ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...
୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…
ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...
Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ
ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...
Archives


