Posted inଫୁରସତ

ପକ୍ଷୀ ନୁହେଁ ସେ ସିକ୍ୟୁରିଟିଗାର୍ଡ, ଶିକାରୀଙ୍କଠାରୁ ଜଙ୍ଗଲର ପ୍ରାଣୀମାନଙ୍କୁ କରିଥାଏ ରକ୍ଷା, ଭିଡିଓ ଦେଖିଲେ…

ଦୁନିଆରେ ଏମିତି ଏକ ଚମତ୍କାର ପକ୍ଷୀ ଅଛି, ଯାହାକୁ ପ୍ରାଣୀମାନଙ୍କ ରକ୍ଷକ କୁହାଯାଏ। ଏହି ପକ୍ଷୀଟିର ନାମ ଗ୍ରେ-ଗୋ-ଆଓ୍ବେ। ଏହି ପକ୍ଷୀ ଶିକାରୀଙ୍କଠାରୁ ପଶୁମାନଙ୍କୁ ରକ୍ଷା କରିଥାଏ। ଏହି ପକ୍ଷୀଟି ‘ସିକ୍ୟୁରିଟିଗାର୍ଡ’ ଚାକିରି କରୁଛି ବୋଲି କୁହାଯାଉଛି। ଯେତେବେଳେ ଶିକାରୀମାନେ ପଶୁ ଏବଂ ପକ୍ଷୀ ଉପରେ ଆକ୍ରମଣ କରିବାକୁ ଯାଇଥାନ୍ତି, ଏହି ପକ୍ଷୀ ଚାଲିଯିବା ପାଇଁ ଶବ୍ଦ କରି ସେମାନଙ୍କୁ ସତର୍କ କରାଇଥାଏ। ଯେଉଁଥିପାଇଁ ସେମାନେ ପଳାୟନ କରିଥାନ୍ତି। ବର୍ତ୍ତମାନ ଏହି ପକ୍ଷୀର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖିବେ, ଏହି ପକ୍ଷୀ କିପରି ନିଜ ସାଥୀମାନଙ୍କୁ ଶିକାରକାରୀଙ୍କଠାରୁ ରକ୍ଷା କରୁଛି।

 

View this post on Instagram

 

A post shared by RAWR SZN (@rawrszn)

@rawrszn ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ କ୍ୟାପ୍‌ଶନ ଲେଖାଯାଇଛି, ଆଫ୍ରିକାରେ ଗ୍ରେ-ଗୋ-ଆଓ୍ବେ ପକ୍ଷୀ ତା’ର ସ୍ବର ପାଇଁ ଜଣାଶୁଣା। ଶିକାରୀମାନେ ଏହି ପକ୍ଷୀକୁ ନାପସନ୍ଦ କରିପାରନ୍ତି। କାରଣ ସେମାନଙ୍କର ଉଚ୍ଚ ସ୍ବର ପଶୁମାନଙ୍କୁ ସଚେତନ କରିପାରେ, ଯାହା ସେମାନଙ୍କୁ ଶିକାର କରିବା କଷ୍ଟକର କରିଥାଏ। ଏହି ପକ୍ଷୀମାନଙ୍କର ଶବ୍ଦ ଅନ୍ୟ ପଶୁମାନଙ୍କୁ ଚେତାବନୀ ଦେଇ ଶିକାରକୁ ପ୍ରଭାବିତ କରିପାରେ।

ଗ୍ରେ-ଗୋ-ଆଓ୍ବେ ପକ୍ଷୀର ବୈଜ୍ଞାନିକ ନାମ ହେଉଛି କ୍ରିନିଫର୍‌ କନକୋଲର୍‌। ଏହି ପକ୍ଷୀଟି ୪୭-୫୧ ସେମି ଉଚ୍ଚର ହୋଇଥାଏ। ଏହାର ଓଜନ ୨୦୦-୩୦୦ ଗ୍ରାମ ହୋଇପାରେ। ଏହି ପକ୍ଷୀ ଖୋଲା ଜଙ୍ଗଲରେ ରୁହନ୍ତି। ଯାହା ବିରି, ଫୁଲ, ପତ୍ର, ଟର୍ମାଇଟ, ସିଡ୍ପୋଡ, ଆକାସିଆ ପତ୍ର ଖାଇଥାଏ। ଏହା ଆଙ୍ଗୋଲା, ନାମ୍ବିଆ, ତାଞ୍ଜାନିଆ ଏବଂ ଦକ୍ଷିଣ ଆଫ୍ରିକା ସହିତ ମଧ୍ୟ ଆଫ୍ରିକାରେ ଦେଖିବାକୁ ମିଳେ।

ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ, ଜଙ୍ଗଲରେ ପଶୁମାନେ ଚରୁଛନ୍ତି। ଠିକ୍‌ ସେତିକିବେଳେ ଜଣେ ଶିକାରୀ ସେଠାରେ ପହଞ୍ଚୁଛନ୍ତି। ସେମାନଙ୍କୁ ଶିକାର କରିବା ପାଇଁ, ସେ ଧନୁରୁ ଏକ ତୀର କାଢ଼ି ଲକ୍ଷ୍ୟଭେଦ କରିବା ସମୟରେ ପକ୍ଷୀଟି ଉଚ୍ଚ ସ୍ବରରେ ରାବି ଦେଉଛି। ଏହା ପରେ ସମସ୍ତ ପ୍ରାଣୀ ଜଙ୍ଗଲରେ ଦୌଡୁଥିବା ଦେଖାଯାଏ। ଏହି ପକ୍ଷୀ ଏପରି କରିବା ଦ୍ୱାରା ଶିକାରୀ ସେହି ପଶୁମାନଙ୍କୁ ଶିକାର କରିବାରେ ଅସମର୍ଥ ହୁଅନ୍ତି। ପକ୍ଷୀକୁ ସେଥିପାଇଁ ‘ସିକ୍ୟୁରିଟିଗାର୍ଡ଼’ ପକ୍ଷୀ ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ମାଡିବସିଲା କୋକସରା ପୋଲିସ, ତାପରେ….

କୋକସରା,୧୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଡକାୟତି କରିବାକୁ ଚେଷ୍ଟା କରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥରୁ ଦୁଇଜଣ ଯୁବକଙ୍କୁ କୋକସରା ପୋଲିସ ଗିରଫ କରିଛି । ଗିରଫ…

ନିଦ ବଟିକା ଖୁଆଇବା ପରେ କରେଣ୍ଟ ଦେଇ ସ୍ବାମୀଙ୍କୁ ହତ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୨ା୮: ଦିଲ୍ଲୀର ସଙ୍ଗମ ବିହାରରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସର କହିବାନୁଯାୟୀ, ଏହି…

ମସ୍ତିଷ୍କ ରୋଗରେ ପୀଡ଼ିତ ଶ୍ୟାମଘନ, ଅର୍ଥାଭାବ ନେଇ ଚିନ୍ତାରେ ପରିବାର

କର୍ଲାମୁଣ୍ଡା,୧୨ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଡୁକେରମାଲ ଗ୍ରାମର ଶ୍ୟାମଘନ ସାହୁ(୩୩) ମସ୍ତିଷ୍କ ରୋଗରେ ଆକ୍ରାନ୍ତ ହୋଇ ବରଗଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

ରେଢ଼ାଖୋଲ ବିକାଶ ଓ ଇକୋ ପାର୍କକୁ ଅବହେଳା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟାର୍ଗେଟ କରି ରୋହିତ ପୂଜାରୀ କହିଲେ ଏମିତି…

ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର): ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିକାଶ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣରେ ଅବହେଳାକୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି…

ଦିଗପହଣ୍ଡି ସହରକୁ ଦୂଷିତ ପାନୀୟ ଜଳ ଯୋଗାଣକୁ ନେଇ ଜନଅସନ୍ତୋଷ, ଜନସ୍ବାସ୍ଥ୍ୟ ବିଭାଗ କହିଲା….

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରକୁ ମୌଳାଭଞ୍ଜା ସ୍ଥିତ ଘୋଡ଼ାହାଡ଼ ନଦୀରୁ ସ୍ଥାନୀୟ ଜନସ୍ବାସ୍ଥ୍ୟ ପାନୀୟଜଳ (ପିଏଚଡି) କାର୍ଯ୍ୟାଳୟ ପକ୍ଷରୁ ପାଇପ ଯୋଗେ ପାନୀୟ…

ଭଞ୍ଜନଗରରେ ‘ହର୍‌ଘର୍‌ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri