କରଜ ଟଙ୍କା ଆଦାୟକୁ ନେଇ ଆକ୍ରମଣ, ଜଣେ ଆହତ

ଆର.ଉଦୟଗିରି,୧।୫: ମୋହନା ଥାନା ଅନ୍ତର୍ଗତ ଡିମ୍ବିରିପଙ୍କାଳ ଗ୍ରାମରୁ ମୋହନା ସହରକୁ ଆସିବା ସମୟରେ କେନ୍ଦୁପଦା ଗ୍ରାମରେ କରଜ ଟଙ୍କା ଆଦାୟକୁ ନେଇ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମିିଖାଇଲ ଶବର ନାମକ ଜଣେ ବ୍ୟକ୍ତି ମୋହନା ଆସୁଥିବା ସମୟରେ ଲାଦୃମା ଗ୍ରାମର ଭୀମ ଶବର ନାମକ ଯୁବକ ତାଙ୍କୁ କରଜ ନେଇଥିବା ଟଙ୍କା ମାଗିଥିଲେ। ହେଲେ ମିଖାଇଲ ବର୍ତ୍ତମାନ ତାଙ୍କ ପାଖରେ ଟଙ୍କା ନାହିଁ ପରେ ଦେଇଦେବି ବୋଲି କହିଥିଲେ। କିନ୍ତୁ ଭୀମ ତାଙ୍କର କୌଣସି କଥା ଶୁଣି ନ ଥିଲେ। ଫଳରେ ଭୀବ ମିଖାଇଲଙ୍କ ବାଇକ୍‌କୁ ଛଢ଼ାଇନେଇଥିଲେ। ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଭୀମ ମିଖାଇଲ୍‌ଙ୍କ ଉପରେ ଆକ୍ରମଣ କରିଥିଲେ। ମିଖାଇଲ୍‌ ଆହାତ ହୋଇ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ତାଙ୍କୁ ମୋହନା ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୩ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ…

ସରକାରଙ୍କ ବଡ଼ ନିଷ୍ପତ୍ତି; ସେପ୍ଟେମ୍ବର ୧୧ରେ ସରକାରୀ ଛୁଟି, କଣ ଖୋଲା କଣ ବନ୍ଦ ଜାଣନ୍ତୁ

ନୂଆଦିଲ୍ଲୀ,୩ା୯: ରାଜଧାନୀ ଦିଲ୍ଲୀରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀରେ ହେବାକୁ ଥିବା BRICS ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା,…

ଶୋଇଥିବାବେଳେ ମହିଳାଙ୍କୁ ଚୋଟ ମାରିଲା ସାପ, ଚାଲିଗଲା ଜୀବନ

କୂଆଁରମୁଣ୍ଡା,୩ା୯(ମହେନ୍ଦ୍ର କୁମାର ସାହୁ): ବିଷାକ୍ତ ସାପ କାମୁଡ଼ିବା ପରେ ପ୍ରଥମେ ଝଡ଼ା ଫୁଙ୍କା ଓ ପରେ ନକଲି ଡାକ୍ତରଙ୍କ ନିକଟକୁ ଯାଇ ପରିସ୍ଥିତି ସଙ୍କଟାପନ୍ନ ହେବାରୁ ଶେଷରେ…

୧୦୦ ବର୍ଷ ପରେ ଏଥର ନବରାତ୍ରିରେ ଦୁର୍ଲଭ ଯୋଗ: ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ଚଳିତବର୍ଷ ଶାରଦୀୟ ନବରାତ୍ରି ଅକ୍ଟୋବର ୧୧, ୨୦୨୬ରେ କଳସ ସ୍ଥାପନ ସହିତ ଆରମ୍ଭ ହେଉଛି। ଏହା ଅକ୍ଟୋବର ୧୯ରେ ଶେଷ ହେବ। ଅକ୍ଟୋବର ୨୦ରେ ବିଜୟାଦଶମୀ ବା…

Video: ମନକୁ ଦୋହଲାଇଦେବା ଭଳି ଦୃଶ୍ୟ, ବନ୍ୟାରେ ଭାସିଆସିଥିବା ନିଷ୍ପାପ ଶିଶୁକୁ କୋଳରେ ଧରି ଭାବପ୍ରବଣ ହେଲେ ସେନା କର୍ମଚାରୀ

କାଠମାଣ୍ଡୁ,୩।୯: ନେପାଳରେ ବନ୍ୟା ଏବଂ ଧ୍ୱଂସ ମଧ୍ୟରେ ମାନବତାର ଏକ ହୃଦୟସ୍ପର୍ଶୀ କାର୍ଯ୍ୟକୁ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାଇରାଲ…

‘Gen-Z ଚାକିରି ପାଇଁ ଉପଯୁକ୍ତ ନୁହଁନ୍ତି’: ସ୍ନାତକମାନଙ୍କୁ ରୋବୋଟ ସହିତ ବଦଳାଇବାକୁ ପ୍ରସ୍ତୁତ ବସ

ଓ୍ବାଶିଂଟନ,୩।୯: ପ୍ରମୁଖ ଆମେରିକୀୟ କମ୍ପାନୀଗୁଡ଼ିକ Gen-Z କର୍ମଚାରୀଙ୍କ କାର୍ଯ୍ୟ ଅଭ୍ୟାସ, ଯୋଗାଯୋଗ ଶୈଳୀ ଏବଂ ବୃତ୍ତିଗତ ଆଚରଣ ପ୍ରତି କ୍ରମଶଃ ଅସନ୍ତୁଷ୍ଟ ହେଉଛନ୍ତି। ଅଧିକାଂଶ ଆମେରିକୀୟ କମ୍ପାନୀ…

ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କୁ ଲାପଟପ ବଣ୍ଟନ: ଶିକ୍ଷାକୁ ସହଜ କରିବାକୁ ଉଦ୍ୟମ

କର୍ଲାମୁଣ୍ଡା,୩।୯(ପ୍ରଦୀପ କୁମାର ସାହୁ):ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ଶିକ୍ଷାକୁ ସହଜ ଓ ଡିଜିଟାଲ ମାଧ୍ୟମରେ ଆହୁରି ସୁଗମ କରିବା ଉଦ୍ଦେଶ୍ୟରେ ଜିଲାପାଳଙ୍କ ପକ୍ଷରୁ ଲାପଟପ ବଣ୍ଟନ କରାଯାଇଛି। ଜିଲାପାଳଙ୍କ ଆବାସିକ…

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri