୪୧,୮୭୫ ନମୁନାରୁ ଜଣେ ଚିହ୍ନଟ

ଢେଙ୍କାନାଳ ଅଫିସ, ୨୬।୪ ଏକଦା ମ୍ୟାଲେରିଆପ୍ରବଣ ଭାବେ ଦୁର୍ନାମ ମୁଣ୍ଡାଇଥିଲା ଶିଳ୍ପ ଜିଲା ଢେଙ୍କାନାଳ। ତେବେ ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ଅନବରତ ପ୍ରୟାସ ପରେ ଏହି ମାରାତ୍ମକ ଜ୍ୱର ଏବେ ନିୟନ୍ତ୍ରଣକୁ ଆସିପାରିଛି। ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ୪୧,୮୭୫ ନମୁନା ପରୀକ୍ଷଣ କରାଯାଇଥିବାବେଳେ ମାତ୍ର ଜଣେ ରୋଗୀ ଚିହ୍ନଟ ହେବା ଶୁଭସଙ୍କେତ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାସ କହିଛନ୍ତି।
ଢେଙ୍କାନାଳରେ ସୋମବାର ଜିଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରାକୁ ସିଡିଏମ୍‌ଓ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ବାହାରି ରଥଗଡ଼ା କୃଷକ ବଜାର ପର୍ଯ୍ୟନ୍ତ ଯାଇଥିଲା। ଡାକବାଜି ଯନ୍ତ୍ର, ପ୍ଲାକାର୍ଡ ମାଧ୍ୟମରେ ସ୍ବାସ୍ଥ୍ୟ କର୍ମଚାରୀମାନେ ଜନସଚେତନତା ସୃଷ୍ଟି କରିଥିଲେ। ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମ ସହକାରୀ ଜିଲା ଭେକ୍ଟର ବାହିତ ରୋଗ ନିରାକରଣ ଅଧିକାରୀ ଡା. ହିମାଂଶୁ ଶେଖର ହେମ୍ବ୍ରମଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଭେକ୍ଟରବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ ଜିଲାର ମ୍ୟାଲେରିଆ ସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଜିଲାରେ ୨୦୨୨ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୪୧ ହଜାର ୮୭୫ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ତନ୍ମଧ୍ୟରେ ଜଣେ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମ୍ୟାଲେରିଆରେ କାହାରି ମୃତ୍ୟୁ ଘଟିନାହିଁ। ୨୦୧୬ରେ ୧ଲକ୍ଷ ୯୮ହଜାର ୫୫୮ ଜଣଙ୍କ ନମୁନା ପରୀକ୍ଷଣରୁ ୧୫୦୧ ଜଣ, ୨୦୧୭ରେ ୧ଲକ୍ଷ ୬୫ହଜାର ୪୧୮ଜଣଙ୍କ ନମୁନା ପରୀକ୍ଷଣରୁ ୧୨୪୩ ଜଣ, ୨୦୧୮ରେ ୧ଲକ୍ଷ ୬୫ହଜାର ୮୧୬ଜଣଙ୍କ ନମୁନା ପରୀକ୍ଷଣରୁ ୨୪୪ ଜଣ, ୨୦୧୯ରେ ୧ଲକ୍ଷ ୬୭ହଜାର ୬୭୪ଜଣଙ୍କ ନମୁନା ପରୀକ୍ଷଣରୁ ୮୯ଜଣ, ୨୦୨୦ରେ ୧ଲକ୍ଷ ୬୮ହଜାର ୨୧୬ଜଣଙ୍କ ନମୁନା ପରୀକ୍ଷଣରୁ ୮୨ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ୨୦୨୧ରେ ୧ଲକ୍ଷ ୭୭ହଜାର ୨୮୭ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିବାବେଳେ ମାତ୍ର ୪୪ ରୋଗୀ ଚିହ୍ନଟ ହୋଇଥିଲେ। ଏହି ବର୍ଷଗୁଡ଼ିକରେ ମ୍ୟାଲେରିଆ ମୃତ୍ୟୁସଂଖ୍ୟା ଶୂନ୍ୟ ରହିଛି। ଜିଲାରେ ମ୍ୟାଲେରିଆ ନିରାକରଣ ପାଇଁ ୪ଲକ୍ଷରୁ ଊର୍ଦ୍ଧ୍ୱ ମଶାରି ବଣ୍ଟାଯାଇଛି। ଦୁର୍ଗମ ଅଞ୍ଚଳରେ ‘ଦମନ’ କାର୍ଯ୍ୟକ୍ରମ ଜାରିରହିଛି। ଗ୍ରାମାଞ୍ଚଳରୁ ଜିଲା ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନରେ ନିଃଶୁଳ୍କ ମ୍ୟାଲେରିଆ ଚିକିତ୍ସା ଉପଲବ୍ଧ ରହିଛି ବୋଲି ସୂଚନା ଦିଆଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଜିଲା ଜନସ୍ବାସ୍ଥ୍ୟ ରୋଗ ପ୍ରତିରୋଧ ଅଧିକାରୀ ଡା. ଗୁରୁପ୍ରସାଦ ଜେନା, ଜିଲା ସ୍ବାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶିନୀ, ସହକାରୀ ଜିଲା ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ନନ୍ଦକିଶୋର ମଲ୍ଲିକ, ଡିଡିଏମ୍‌ ଜିତେନ୍ଦ୍ରନାଥ ସାହୁ, ସମରେନ୍ଦ୍ର ଶତପଥୀ, ସ୍ବାସ୍ଥ୍ୟ ମିଶନ ସହକାରୀ ପରିଚାଳକ ନିଳିମା ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri