୩ ବ୍ୟବସାୟୀଙ୍କୁ ଲହୁଲୁହାଣ କରି ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଉମରକୋଟ,୧୫ା୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଥମୁନି ଲୁଟେରାଙ୍କ ଆତଙ୍କରାଜ। ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଦୁଇ ଦିନ ତଳେ ନବରଙ୍ଗପୁର ସହରସ୍ଥିତ ଘରେ ପଶି ୨୦ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇ ନ ଥିବା ବେଳେ ପୁଣି ଆଜି ରାଇଘର ଥାନା ଛତାବେଢ଼ା ସାପ୍ତାହିକ ବଜାରରେ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ କରି ୧୫ ଲକ୍ଷ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି।
ନବରଙ୍ଗପୁର ଜିଲା ଅନ୍ତର୍ଗତ ରାଇଘର ବ୍ଲକରେ ରେଦିନ ଦ୍ବିପ୍ରହର ମୁଖାପିନ୍ଧା ଦୁର୍ବୃତ୍ତ ଲୁଟି ନେଇଛନ୍ତି ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ସଦରମହକୁମାରେ ଲୁଟ୍‌ ଘଟଣାକୁ ୪୮ ଘଣ୍ଟା ନପୂରୁଣୁ ଆଜି ରାଇଘର ବ୍ଲକରେ ମରଣାନ୍ତକ ଆକ୍ରମଣ କରି ୧୫ ଲକ୍ଷ ଲୁଟ୍‌ ଘଟଣା ପୋଲିସ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ସୂଚନାନୁସାରେ, ରାଇଘର ବ୍ଲକର ପଠାଣ ସାହିରେ ରହୁଥିବା ବ୍ୟବସାୟୀ ଅବଦୁଲ ଆନସାରି ନିଜ ଦୁଇ ଜଣ କର୍ମଚାରୀ ଗୁଡ୍ଡୁ ଧୋବା ଓ ଯୁନୁସ୍‌ ଲାଠିଆଙ୍କ ସହ ପାରୁଆ ପଞ୍ଚାୟତର ଛତାବେଡ଼ାଠାରେ ସାପ୍ତାହିକ ହାଟକୁ ଯିବା ସମୟରେ ଗ୍ରାମ ନିକଟରେ ମୁଖା ପିନ୍ଧା ୬ ଜଣ ବ୍ୟକ୍ତି ଏମାନଙ୍କୁ ଅଟକାଇଥିଲେ। ଅଟକିବା ପରେ ସେମାନେ ଅତର୍କିତ ବାଇକ ଚାଳକଙ୍କୁ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ। ଗୁଡ୍ଡୁ ଓ ୟୁନୁସ୍‌ଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ୍‌ ଧରିଥିବା ଅବଦୁଲ ବ୍ୟାଗ ଛାଡ଼ି ନ ଥିଲେ।ଯଦ୍ୱାରା ସେମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଗୁରୁତର ଅବସ୍ଥାରେ ଅବଦୁଲ ଅନସାରି ରାଇଘର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରି ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ବମ୍ପର ବିଜୟ: କେନ୍ଦୁଝର ଭାଜପା ପାଳୁଛି ବିଜୟ ଉତ୍ସବ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିଲ୍ଲୀରେ ଭାଜପାର ଜବରଦସ୍ତ ବିଜୟ ପରେ କେନ୍ଦୁଝର ଭାଜପା ପକ୍ଷରୁ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି।...

ଫେବୃଆରୀ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର,୮।୨: ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏହି ସମ୍ପର୍କରେ...

କୋଟିକୋଟି ଟଙ୍କା ହେର୍‌ଫେର୍‌ ଅଭିଯୋଗ: ୨ ଗିରଫ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋଅପରେଟିଭ ସୋସାଇଟି ଉପରେ ଇଓଡବ୍ଲ୍ୟୁର ବଡ଼ ରେଡ୍‌। କୋଟି କୋଟି ଟଙ୍କାର...

ବିଲରେ ମହିଳାଙ୍କୁ ଚାପିଦେଲା ଟ୍ରାକ୍ଟର, ଆଉ ତା’ପରେ..

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡ଼େନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନ ଦେଶ ପଥର୍ଲା ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ଟ୍ରାକ୍ଟର ଚାପାରେ ଜଣେ...

ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ବରଗଡ଼,୮।୨(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ଏକାମ୍ର ଛକନିକଟରେ ଶନିବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିିଛି। ଘଟଣାସ୍ଥଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ,...

ଭାଜପା ପାଳିଲା ବିଜୟ ଉତ୍ସବ

ଗଞ୍ଜାମ,୮ା୨(ବିଦ୍ୟାଧର ସାହୁ): ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀରେ ସରକାର ଗଠନ କରିବ ଭାଜପା। ନିର୍ବାଚନରେ ଭାଜପା ଏକାକୀ ସରକାର ଗଠନ ପାଇଁ ଆବଶ୍ୟକ ମେଜିକ୍‌...

OPTCLର ବଡ଼ ଘୋଷଣା: ରବିବାର ହେବନି ବିଦ୍ୟୁତ୍‌ କାଟ୍‌

ବରଗଡ଼,୮ା୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାର ନିଗମ ଲିମିଟେଡ୍‌(ଓପିଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି ପ୍ରଧାନପାଲି ଗ୍ରୀଡ୍‌ ସବ୍‌ଷ୍ଟେଶନରେ ବାର୍ଷକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ରବିବାର...

ମେଳା ଦେଖି ଫେରିବାବେଳେ ବାଇକ୍‌କୁ ପିଟିଲା ଅଜଣାଗାଡ଼ି, ଚାଲିଗଲା ୩ ଜୀବନ

ମୋରଡ଼ା,୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଉକ୍ତ ଥାନା ଅଧୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri